ଟୋକିଓ: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଅଲମ୍ପିକ୍ସ ଖେଳରୁ ଓହରିଲେ ଆମେରିକୀୟ ଟେନିସ ଷ୍ଟାର କୋକୋ ଗୌଫ୍ । କୋକୋଙ୍କ COVID-19 ରିପୋର୍ଟ ପଜିଟିଭ ଜଣାପଡିବା ପରେ ଟୋକିଓ ଅଲମ୍ପିକ୍ସରୁ ଓହରିବାକୁ ବାଧ୍ୟ ହୋଇପାରନ୍ତି ।
-
🙏🏾❤️🤍💙 pic.twitter.com/lT0LoEV3eO
— Coco Gauff (@CocoGauff) July 18, 2021 " class="align-text-top noRightClick twitterSection" data="
">🙏🏾❤️🤍💙 pic.twitter.com/lT0LoEV3eO
— Coco Gauff (@CocoGauff) July 18, 2021🙏🏾❤️🤍💙 pic.twitter.com/lT0LoEV3eO
— Coco Gauff (@CocoGauff) July 18, 2021
କୋରୋନା ସଂକ୍ରମିତ ଥିବାନେଇ ନିଜେ କୋକୋ ଟ୍ବିଟ ଜରିଆରେ ଜଣାଇଛନ୍ତି ।"ଅଲମ୍ପିକ୍ସରେ ଆମେରିକାର ପ୍ରତିନିଧିତ୍ବ କରିବା ସର୍ବଦା ସ୍ବପ୍ନ ରହିଆସିଛି । ମାତ୍ର COVID ପଜିଟିଭ ଚିହ୍ନଟ ହେବାପରେ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଅସମର୍ଥ । ଭବିଷ୍ୟତରେ ଆମେରିକା ପକ୍ଷରୁ ଅଲମ୍ପିକ ଖେଳରେ ପ୍ରତିନିଧିତ୍ବ କରିବା ସ୍ବପ୍ନ ପୂରଣ ହେବାନେଇ ଆଶାବାଦୀ ।" ଟ୍ବିଟରେ ଏହା ଉଲ୍ଲେଖ କରିବା ସହ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ନେଇ ଟିମ ଆମେରିକାକୁ ଶୁଭେଚ୍ଛା ଜଣାଇଛନ୍ତି ।
୧୭ ବର୍ଷୀୟା କୋକୋ ନିକଟରେ ଆଞ୍ଜେଲିକ କର୍ବରଙ୍କ ଠାରୁ ୱିମ୍ବଲଡନ ପ୍ରଥମ ରାଉଣ୍ଡରେ ସେଣ୍ଟର କୋର୍ଟରେ ୬-୪, ୬-୪ ସେଟ୍ରେ ପରାସ୍ତ ହୋଇଥିଲେ । WTA ମାନ୍ୟତାରେ ୨୫ ନମ୍ବର ସ୍ଥାନରେ ରହିଛନ୍ତି ଗୌଫ ।
କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାରୁ ଟୋକିଓ ଅଲମ୍ପିକ୍ସରେ କୋକୋ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଦୁଃଖର ସହ ଘୋଷଣା କରିଛି ଆମେରିକା ଟେନିସ ସଙ୍ଘ ।
ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ଖେଳ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ