ଆବୁଧାବି: ଆଉ ପିଚ୍ରେ ଦେଖିବାକୁ ମିଳିବନି ଧୂଆଁଦାର ବ୍ୟାଟିଂ ଓ ଦମଦାର ବୋଲିଂ । କାରଣ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡୁଏନ ବ୍ରାଭୋ ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ଚାଲିଥିବା ଟି-୨୦ ବିଶ୍ବକପ ପରେ କ୍ରିକେଟରୁ ଅବସର ନେବେ ବ୍ରାଭୋ । ଏନେଇ ଆସିସି ପକ୍ଷରୁ ସୂଚନା ମିଳିଛି ।
୨୦୦୪ରେ ଇଂଲଣ୍ଡ ବିପକ୍ଷରେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ବ୍ରାଭୋ । ଗତିକାଲି ଶ୍ରୀଲଙ୍କାଠୁ ପରାସ୍ତ ହୋଇ ଟି-ଟ୍ବେଣ୍ଡି ବିଶ୍ବକପରୁ ବାଦ ପଡିଛି ଇଣ୍ଡିଜ । ଏହା ପରେ ଏହି ଘୋଷଣା କରିଛନ୍ତି ବ୍ରାଭୋ । ଚାଲିଥିବା ଟି-୨୦ ବିଶ୍ବକପ ପରେ ଅବସର ନେବା ନେଇ ଘୋଷଣା କରିଛନ୍ତି ବ୍ରାଭୋ । ସେ କହିଛନ୍ତି ମୁଁ ଭାବୁଛି ସମୟ ଆସିଯାଇଛି । ମୁଁ କ୍ରିକେଟରେ ବହୁତ ଭଲ କ୍ୟାରିୟର କରିଛି । ଦୀର୍ଘ ୧୮ ବର୍ଷ ଧରି ୱେଷ୍ଟଇଣ୍ଡିଜ ପାଇଁ ଖେଳିଛି । ଅନେକ ଉଠାଣି ଗଡାଣି ଦେଖିଛି । ଦଳ ପାଇଁ ଖେଳିଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ବ୍ରାଭୋ । ପୂର୍ବତନ ଅଧିନାୟକ ଡାରେନ୍ ସାମି ଏବଂ ସମୀକ୍ଷକ ଆଲେକ୍ସ ଜୋର୍ଡାନଙ୍କ ସହ ବାର୍ତ୍ତାଳାପ ସମୟରେ ବ୍ରାଭୋ ତାଙ୍କ ଅବସରକୁ ନିଶ୍ଚିତ କରିଛନ୍ତି । ମୋ କ୍ୟାରିୟରରେ ତିନୋଟି ଆଇସିସି ଟାଇଟଲ୍ ଜିତିବା ଏକ ବଡ଼ ସଫଳତା ବୋଲି କହିଛନ୍ତି ବ୍ରାଭୋ ।
ବ୍ରାଭୋ ତାଙ୍କ କ୍ୟାରିୟରରେ ୪୦ ଟେଷ୍ଟ ଓ ୧୬୪ଟି ଦିନିକିଆ ଖେଳିଛନ୍ତି । ଉଭୟ ଫର୍ମାଟରେ ୩ ହଜାର ୧୮୮ ରନ କରି ୨୫୮ ୱିକେଟ ନେଇଛନ୍ତି । ୯୦ଟି ଟି-ଟେଣ୍ଟି ମ୍ୟାଚ ଖେଳି ୧ ହଜାର ୨୪୫ ରନ କରିବା ସହିତ ୭୮ଟି ୱିକେଟ ନେଇଛନ୍ତି ବ୍ରାଭୋ । ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବ୍ରାଭୋଙ୍କ ଶେଷ ମ୍ୟାଚ ହେବ । ବ୍ରାଭୋ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ ଦଳରେ ସାମିଲ ଅଛନ୍ତି ।
@ANI