ETV Bharat / sports

ଟସ୍‌ ଟେନସନ୍‌: କ୍ୟାପଟେନ କୋହଲିଙ୍କ ହାତରେ ବୋଲ ମାନୁନି କଏନ

author img

By

Published : Nov 5, 2021, 6:38 PM IST

ଟି-୨୦ କ୍ରିକେଟରେ ଟସ୍‌ ମାମଲାରେ କୋହଲିଙ୍କ ରେକର୍ଡ ଖରାପ ରହିଛି । ଟି-୨୦ରେ ୩୦ ଥର ଟସ୍‌ ହାରିଥିବାବେଳେ ମାତ୍ର ୧୮ଥର ଟସ୍‌ କୋହଲିଙ୍କ ସପକ୍ଷରେ ଯାଇଛି । ଅଧିକ ପଢନ୍ତୁ...

virat kohli's luck in tosses has been worst in T20Is Cricket
ଟସ୍‌ ଟେନସନ୍‌: କ୍ୟାପଟେନ୍‌ କୋହଲିଙ୍କ ହାତରେ କଏନ ମାନୁନି ବୋଲ

ଦୁବାଇ: ଏକ କ୍ରିକେଟ ମ୍ୟାଚ୍‌ରେ ଜଣେ ଖେଳାଳି କିମ୍ବା ଟିମକୁ କଏନ ଟସ୍‌ ପାଇଁ ଦୋଷୀ କରାଯାଇ ନପାରେ । ଏହା ସମ୍ପୂର୍ଣ୍ଣ ଭାଗ୍ୟ ଉପରେ ନିର୍ଭର କରେ । କଏନଟି ଉପରକୁ ପଡିବା ପରେ ହେଡ୍‌ସ କିମ୍ବା ଟେଲ୍‌ସ ଦେଖାଇବା ତାହା କାହାରି ହାତରେ ନଥାଏ କିମ୍ବା ପୂର୍ବାନୁମାନ କରିହୁଏ ନାହିଁ । ଏହା କୌଣସି ପ୍ରକାର ଦୁର୍ବଳତାର ମଧ୍ୟ କାରଣ ହୋଇନଥାଏ ।

କିଛି କ୍ୟାପଟେନ ଟସ୍‌କୁ ନେଇ ଭାଗ୍ୟବାନ ରହିଛନ୍ତି ତ କିଛିଜଣ କିଛି ଜିତିଛନ୍ତି କିଛି ହାରିଛନ୍ତି । ତେବେ କିଛିଜଣ ଟସ୍‌ ମାମଲାରେ ବିଲକୁଲ୍‌ ଦୁର୍ଭାଗ୍ୟଶାଳୀ ରହିଛନ୍ତି । ବେଳେବେଳେ ଏହା ପିଚ୍‌ ପରିବେଶ ଓ ପାଗ ଉପରେ ମଧ୍ୟ ସାମ୍ନାନ୍ୟ ନିର୍ଭର କରିଥାଏ ।

ଟସ୍‌ର ଫଳାଫଳ ଏକ ବଡ ମ୍ୟାଚ୍‌ ଉପରେ ମଧ୍ୟ ବଡ ପ୍ରଭାବ ପକାଇଥାଏ । ଚଳିତ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆ ସଦ୍ୟ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରେ ଏହା ପ୍ରମାଣିତ ହୋଇଥିବା ଦେଖାଯାଇଛି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା । ସନ୍ଧ୍ୟା ମ୍ୟାଚ୍‌ରେ କାକର ଯୋଗୁଁ ଦ୍ବିତୀୟ ବ୍ୟାଟିଂ ସହଜ ହେଉଥିବାରୁ ଦୁଇଟି ମ୍ୟାଚ୍‌ରେ ଟସ୍‌ର ଭୂମିକା ନିର୍ଣ୍ଣାୟକ ରହିଥିଲା । ବଡ ପରାଜୟ ପରେ ଭାରତ ସେମିଫାଇନାଲ ସ୍ଥାନ ପାଇଁ ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରୁଛି ।

କ୍ୟାପଟେନ ବିରାଟ କୋହଲି ଟିମ ଇଣ୍ଡିଆର ସବୁଠୁ ସଫଳତମ ଟେଷ୍ଟ କ୍ୟାପେଟନ । ଜଣେ ବ୍ୟାଟ୍ସମ୍ୟାନ ଭାବେ କୋହଲିଙ୍କ ନାମରେ ରହିଛି ଅବିଶ୍ବସନୀୟ ରେକର୍ଡ । ଏପରିକି କ୍ରିକେଟର ଭିନ୍ନ ଫର୍ମାଟରେ କୋହଲିଙ୍କ ଅଧିନାୟକତ୍ବରେ ଟିମ ଇଣ୍ଡିଆ ସ୍ମରଣୀୟ ବିଜୟ ହାସଲ କରିଛି । ମାତ୍ର ପରିସଂଖ୍ୟାନ କୁହେ ଅଧିନାୟକତ୍ବ କାର୍ଯ୍ୟକାଳରେ ଟସ୍‌କୁ ନେଇ ଭାଗ୍ୟବାନ ରହିନାହାନ୍ତି କୋହଲି ।

ଟେଷ୍ଟ କ୍ରିକେଟରେ ବିରାଟ କୋହଲି ୬୫ଥର ଟସ୍‌ ପକାଇବାକୁ ଯାଇଛନ୍ତି ଓ ମାତ୍ର ୨୮ ଥର ଜିତିଛନ୍ତି ଓ ୩୭ ଥର ହାରିଛନ୍ତି । ବିଜୟର ପ୍ରତିଶତ ରହିଛି ୫୮.୪୬ ।

ସେହିପରି ଅନ୍ତର୍ଜାତୀୟ ଦିନିକିଆରେ କୋହଲି ୯୫ଟି ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇଛନ୍ତି । ୪୦ ଥର ତାଙ୍କ ସପକ୍ଷରେ ଟସ୍‌ ଯାଇଥିବାବେଳେ ୫୫ଥର ଟସ୍‌ ହାରିଛନ୍ତି । ଫଳରେ ଦିନିକିଆରେ ଟସ୍‌ ବିଜୟ ପ୍ରତିଶତ ରହିଛି ୬୮.୪୨ ।

ସେହିପରି ଟି-୨୦ କ୍ରିକେଟରେ ଟସ୍‌ ମାମଲାରେ କୋହଲିଙ୍କ ରେକର୍ଡ ଖରାପ ରହିଛି । ଟି-୨୦ରେ ୩୦ ଥର ଟସ୍‌ ହାରିଥିବାବେଳେ ମାତ୍ର ୧୮ଥର ଟସ୍‌ କୋହଲିଙ୍କ ସପକ୍ଷରେ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.