ETV Bharat / sports

T20 World Cup: ନାମ୍ବିଆକୁ ୬୨ ରନ୍‌ରେ ହରାଇଲା ଆଫଗାନିସ୍ତାନ

author img

By

Published : Oct 31, 2021, 7:16 PM IST

Updated : Oct 31, 2021, 8:24 PM IST

୧୬୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନାମ୍ବିଆ ୯୮ ରନ୍‌ରେ ସୀମିତ, ୬୨ ରନ୍‌ରେ ଜିତିଲା ଆଫଗାନିସ୍ତାନ । ଅଧିକ ପଢନ୍ତୁ...

T20 World Cup: Afghanistan beat namibia by 62 runs
T20 World Cup: ନାମ୍ବିଆକୁ ୬୨ ରନ୍‌ରେ ହରାଇଲା ଆଫଗାନିସ୍ତାନ

ଆବୁଧାବି: ଚଳିତ ଟି-୨୦ ବିଶ୍ବକପ ସୁପର ୧୨ ପର୍ଯ୍ୟାୟରେ ରବିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ନାମ୍ବିଆକୁ ରନ୍‌ରେ ହରାଇଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୦ ରନ୍‌ ସଂଗ୍ରହ କରିଥିଲା । ଫଳରେ ୧୬୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନାମ୍ବିଆ ନିର୍ଦ୍ଧାରିତ ଓଭରରେ ୯୮ ରନ୍‌ କରିବାକୁ ସମର୍ଥ ହୋଇଥିଲା ।

ଟିମ ପକ୍ଷରୁ କୌଣସି ବ୍ୟାଟର୍‌ ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । ଡେଭିଡ ୱାଇଜ୍‌ ସର୍ବାଧିକ ୨୬ ରନ୍‌ର ଇଂନିସ ଖେଳିଥିଲେ । କ୍ୟାପଟେନ ଏରସସନ ମାତ୍ର ୧୨ ରନ୍‌ କରିଥିଲେ । ଆଫଗାନିସ୍ତାନ ବୋଲର ଘାତକ ବୋଲିଂ ସହ ନିୟମିତ ବ୍ୟବଧାନରେ ୱିକେଟ ଅକ୍ତିଆର କରିଥିଲେ । ନବୀନ ଉଲ୍‌-ହକ୍‌ ଓ ହମିଦ ହସନ ସର୍ବାଧିକ ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଗୁଲବାଦିନ ନେଇବଙ୍କୁ ୨ଟି ଓ ରସିଦ ଖାନଙ୍କୁ ଗୋଟିଏ ୱିକେଟ ମିଳିଥିଲା ।

ପୂର୍ବରୁ ମହମ୍ମଦ ସେହଜାଦଙ୍କ ୪୫ ଓ ଶେଷ ମ୍ୟାଚ୍‌ ଖେଳିଥିବା ଅସଘର ଆଫଗାନଙ୍କ ଦ୍ରୁତ ୩୧ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୦ ରନ୍‌ ସଂଗ୍ରହ କରିଥିଲା ଆଫଗାନିସ୍ତାନ । ଓପନର ହାଜ୍ରାତୁଲ୍ଲା ଜଜାଇ ୩୩ ଓ କ୍ୟାପଟେନ ମହମ୍ମଦ ନବି ମଧ୍ୟ ୩୨ ରନ୍‌ର ଇଂନିସ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 31, 2021, 8:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.