ETV Bharat / sports

T20 WC: ବିଚ୍‌ ଭଲିବଲ ଖେଳିଲା ଟିମ ଇଣ୍ଡିଆ

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ବିଚ୍‌ ଭଲିବଲ ଖେଳି ସମୟ ବିତାଇଲେ ଭାରତୀୟ ଖେଳାଳି । ଅଧିକ ପଢନ୍ତୁ...

T20 WC: Team India 'unwinds' day off with beach volleyball
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ବିଚ୍‌ ଭଲିବଲ ଖେଳି ସମୟ ବିତାଇଲେ ଭାରତୀୟ ଖେଳାଳି
author img

By

Published : Oct 29, 2021, 8:34 PM IST

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଖେଳିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ୍‌ ପୂର୍ବରୁ ଶୁକ୍ରବାର ବିଚ୍‌ ଭଲିବଲ ଖେଳି ସମୟ ବିତାଇଛନ୍ତି ଭାରତୀୟ ଖେଳାଳି ।

ପାକିସ୍ତାନ ବିପକ୍ଷରେ ପରାଜୟ ପରେ ବିରାଟ ବାହିନୀ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ଜୋରଦାର ଅଭ୍ୟାସ ଚଳାଇଛି । ପରାଜୟକୁ ଭୁଲି ପୁନଃ ଆତ୍ମବିଶ୍ବାସ ଫେରିପାଇବାକୁ ପ୍ରଚେଷ୍ଟ ଚଳାଇଛନ୍ତି ଭାରତୀୟ ଖେଳାଳି । ଫଳରେ ଟିମ ଇଣ୍ଡିଆ ଭଲିବଲ୍‌ ଖେଳୁଥିବା ଦେଖାଯାଇଛି । ଏହି ସମୟର ଭିଡିଓ BCCI ଟ୍ବିଟରରେ ସେୟାର କରିଛି ।

ଅନ୍ୟପଟେ ପାକିସ୍ତାନ ଅନ୍ତରୀଣ ମୁଖ୍ୟ କୋଚ୍‌ ସକଲେନ ମୁସ୍ତାକଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଚଳିତ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ପୁଣି ଭାରତ ଓ ପାକିସ୍ତାନ ଖେଳନ୍ତୁ ବୋଲି ପାକିସ୍ତାନ କୋଚ୍‌ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.