ETV Bharat / sports

T-20WC, ଆଜି ଭାରତ-ସ୍କଟଲାଣ୍ଡ ଲଢେଇ

ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି(ଶୁକ୍ରବାର) ଭାରତ ଓ ସ୍କଟଲାଣ୍ଡ ମଧ୍ୟରେ ଲଢେଇ ହେବ । ଆଜିର ମୁକାବିଲାକୁ ଜିତିବାକୁ ଉଭୟ ପ୍ରୟାସ କରିବେ । ସନ୍ଧ୍ୟା ୭ଟା୩୦ରେ ଆରମ୍ଭ ହେବ ମ୍ୟାଚ । ଅଧିକ ପଢନ୍ତୁ...

author img

By

Published : Nov 5, 2021, 11:38 AM IST

T-20WC, ଆଜି ଭାରତ-ସ୍କଟଲାଣ୍ଡ ଲଢେଇ
T-20WC, ଆଜି ଭାରତ-ସ୍କଟଲାଣ୍ଡ ଲଢେଇ

ଆବୁଧାବି: ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି(ଶୁକ୍ରବାର) ଭାରତ ଓ ସ୍କଟଲାଣ୍ଡ ମଧ୍ୟରେ ଲଢେଇ ହେବ । ବିଶ୍ବକପରେ ତିଷ୍ଠିବାକୁ ହେଲେ ଭାରତ ପାଇଁ ଏହା ଆଉ ଏକ ବଡ ପରୀକ୍ଷା ବୋଲି କହିବା ଭୁଲ ହେବନାହିଁ । ଲଗାତାର ଦୁଇଟି ମ୍ୟାଚରେ ହାରିବା ପରେ ଆଫଗାନିସ୍ତାନ ଠାରୁ ପ୍ରଥମ ବିଜୟ ପରେ ଦଳର ମନୋବଳ ଦୃଢ ରହିଛି । ଏପଟେ ସ୍କଟଲାଣ୍ଡ ନ୍ୟୁଜିଲାଣ୍ଡ ଠାରୁ ଶେଷ ମ୍ୟାଚ ହାରିବା ପରେ ଆଜିର ମ୍ୟାଚ ଜିତିବାକୁ ପ୍ରୟାସ କରିବ ।

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତର ପ୍ରଦର୍ଶନ ନୈରାଶଜନକ ରହିଥିଲା । ପ୍ରଥମ ମ୍ୟାଚ ପାକିସ୍ତାନ ଓ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲା । ଯାହା କ୍ରିକେଟପ୍ରେମୀଙ୍କୁ ଆଘାତ ଦେଇଥିଲା । ଏହା ପର ମୁକାବିଲାରେ ଆଫଗାନିସ୍ତାନକୁ ଭେଟିଥିଲା ଭାରତ । ଏହି ମ୍ୟାଚରେ ଭାରତକୁ ଏକ ବିଶାଳ ବିଜୟ ଦରକାର ଥିଲା । ସେଇଆ ହିଁ ହେଲା । ପୂର୍ବ ଭୁଲକୁ ସୁଧାରି ଭାରତ ଦମଦାର ପ୍ରଦର୍ଶନ କରିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା । ଫଳରେ ଆଫଗାନିସ୍ତାନକୁ ୬୬ରନରେ ପରାସ୍ତ କରିଥିଲା । ବିଶ୍ବକପରେ ଆଗକୁ ଖେଳିବା ଆଶା ଉଜ୍ଜିବୀତ ହୋଇଥିଲା। ରୋହିତ ରାହୁଲଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ବିଜୟ ସହ ଭାରତ ଖାତା ଖୋଲିଥିଲା । ଆଜି ବି ସେମାନେ ସେହି ଫର୍ମରେ ନଜର ଆସିବେ ବୋଲି ଆଶା କରାଯାଉଛି । ଆଜି ବି ସ୍କଟଲାଣ୍ଡ ବିପକ୍ଷ ମ୍ୟାଚକୁ ଏକ ବଡ ବ୍ୟବଧାନରେ ଭାରତକୁ ଜିତିବାକୁ ପଡିବ ।

ସେପଟେ ସ୍କଟଲାଣ୍ଡ ମଧ୍ୟ ଜୋରଦାର ପ୍ରସ୍ତୁତିରେ ରହିଛି । ଶେଷ ମ୍ୟାଚରେ ନ୍ୟୁଜିଲାଣ୍ଡ ଠୁ ୧୬ ରନରେ ହାରିଥିଲା ଦଳ । ୧୭୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆ ଓହ୍ଲାଇଥିବା ସ୍କଟଲାଣ୍ଡ ଲଢ଼ୁଆ ପ୍ରଦର୍ଶନ କରି ୫ ୱିକେଟ ବିନିମୟରେ ୧୫୬ ରନ୍‌ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲା । ମ୍ୟାଚ ହାରିବା ପରେ ସ୍କଟଲାଣ୍ଡ ମନୋବଳ ଭାଙ୍ଗିଯାଇଥିଲା । ହେଲେ ଆଜିର ମ୍ୟାଚ ପାଇଁ ଦଳ ମନୋବଳ ଦୃଢ କରିଛି । ନ୍ୟୁଜିଲାଣ୍ଡ ଠାରୁ ସ୍କଟଲାଣ୍ଡ ମ୍ୟାଚ ହାରିଥିବାବେଳେ କ୍ରିକେଟପ୍ରେମୀଙ୍କ ହୃଦୟ ଜିତିଥିଲା । ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଟିମ ସହ କଡ୍ଡା ଟକର ଦେଇଥିଲା ସ୍କଟଲାଣ୍ଡ । ଆଜି ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଭାରତକୁ ପରାସ୍ତ କରିବାକୁ ଚେଷ୍ଟା କରିବେ । ଆଜିର ମୁକାବିଲାକୁ ଜିତିବାକୁ ଉଭୟ ପ୍ରୟାସ କରିବେ । ସନ୍ଧ୍ୟା ୭ଟା୩୦ରେ ଆରମ୍ଭ ହେବ ମ୍ୟାଚ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.