ETV Bharat / sports

କ୍ଷମା ମାଗିଲେ ଡି'କକ୍, BLM କୁ କରିବେ ସମର୍ଥନ - BLM

ପଡିଆରେ ଆଣ୍ଠୁମାଡିବାକୁ ବିରୋଧ କରିଥିବାରୁ କ୍ଷମା ମାଗିଲେ ଦକ୍ଷିଣ ଆଫ୍ରିକା କ୍ରିକେଟର କ୍ବିଣ୍ଟନ ଡି'କକ୍ । ଆଗକୁ ଦେଶ ପାଇଁ ଖେଲିବେ ଏବଂ BLM କୁ ସମର୍ଥନ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

କ୍ଷମା ମାଗିଲେ ଡି'କକ୍, BLM କୁ ସମର୍ଥନ ପାଇଁ ରାଜି ହେଲେ

author img

By

Published : Oct 29, 2021, 1:57 PM IST

ଦୁବାଇ: କ୍ଷମା ମାଗିଲେ ସାଉଥ ଆଫ୍ରିକା ୱିକେଟ କିପର୍ ତଥା ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡି'କକ୍ । ଏଥିସହ ନିଜ ଦେଶପାଇଁ ପୁଣି ଖେଳିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ସେ କାରବିଆନ ଟିମ୍ ବିପକ୍ଷ ମ୍ୟାଚରେ ଆଣ୍ଠୁରେ ବସିବାକୁ ମନା କରି ମ୍ୟାାଚ ଆରମ୍ଭ ହେବା ପୂର୍ବରୁ ଚୂଡାନ୍ତ ଏକାଦଶରୁ ନିଜ ନାମ ପ୍ରତ୍ୟାହାର କରି ନେଇଥିଲେ ।

କିନ୍ତୁ ବର୍ତ୍ତମାନ ଡି'କକ ନିଜର ଏହି ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ଏଥିପାଇଁ ସାଥୀ ଖେଳାଳିଙ୍କ ସହ କ୍ରିକେଟ୍ ଫ୍ୟାନ୍ସଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି । ତେବେ ବ୍ଲାକ ଲାଇଫ୍ ମ୍ୟାଟର(BLM) ଅଭିଯାନକୁ ସମର୍ଥନ ଜଣାଇ ଭାରତ ସମେତ ବିଭିନ୍ନ ଦେଶର କ୍ରିକେଟରମାନେ ଆଣ୍ଠୁମାଡି ବସିବା କାର୍ଯ୍ୟକ୍ରମରେ ସାମିଲ ହୋଇ ଆସୁଛନ୍ତି । ଚଳିତ T-20 ରେ ବିଶ୍ବକପରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ହେଲେ କ୍ରିକେଟ ଦକ୍ଷିଣ ଆଫ୍ରିକାର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ବେ ଡି'କକ୍ ଏହାକୁ ମାନିବାକୁ ମନା କରିଦେଇଥିଲେ ।

ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରୁ ଓହରି ଯାଇଥିଲେ ଡି'କକ୍ । ମାତ୍ର ଏବେ ନିଜ ଭୁଲ୍ ସ୍ବୀକାର କରି କ୍ଷମା ପ୍ରାର୍ଥନା କରିଛନ୍ତି । ଆଗାମୀ ମ୍ୟାଚଗୁଡିକରେ BLM କୁ ସମର୍ଥନ କରିବେ ବୋଲି ରାଜି ହୋଇଛନ୍ତି । ତେବେ ଡିକକ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, 'ମୁଁ ଏକ ମିଶ୍ରିତ ବର୍ଣ୍ଣ ପରିବାରରୁ ଆସିଛି । କାହାକୁ ଅସମ୍ମାନ କରିବାକୁ ଚାହେନି । ରଙ୍ଗଭେଦ ବିରୋଧରେ ଏକାଠି ହେବାର ଗୁରୁତ୍ବକୁ ହୃଦୟଙ୍ଗମ କରିଛି । ଯଦି ମୁଁ ଆଣ୍ଠୁମାଡି ବସିବା ଦ୍ବାରା କାହାର ଭଲ ହେଉଛି, ତେବେ ମୁଁ ଏହା କରିବାକୁ ନିଶ୍ଚିତ ପସନ୍ଦ କରିବି ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.