ଦୁବାଇ: ଆଇସିସି ଟି-୨୦ ବିଶ୍ବକପ ସୁପର ୧୨ ମ୍ୟାଚ୍ରେ ଭାରତର ଲଗାତାର ଦ୍ବିତୀୟ ପରାଜୟ ନା କେବଳ ବିରାଟ କୋହଲିଙ୍କ ନେତୃତାଧୀନ ଟିମ ଇଣ୍ଡିଆକୁ ଶକ୍ତ ଧକ୍କା ଦେଇଛି ବରଂ କୋଟିକୋଟି ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ଝଟ୍କା ଦେଇଛି । ଇଣ୍ଡିଆନ ପ୍ରିମିୟର ଲିଗ(IPL) ରେ ଖେଳାଳିଙ୍କ ଦ୍ବାରା ସଂପୂର୍ଣ୍ଣ ହୋମୱାର୍କ ପରେ 'ମେନ୍ ଇନ ବ୍ଲୁ' ଠାରୁ ପ୍ରଶଂସକ ଦମଦାର ପ୍ରଦର୍ଶନ ଆଶା କରୁଥିଲେ।
ପାକିସ୍ତାନ ଠାରୁ ପ୍ରଥମେ ୧୦ ୱିକେଟ ପରାଜୟ ଓ କେନ୍ ୱିଲିୟମସନଙ୍କ ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ ପରାଜୟ ଟିମ ଇଣ୍ଡିଆକୁ ଗ୍ରୁପ ପଏଣ୍ଟ ତାଲିକାରେ ଆଫଗାନିସ୍ତାନ ଓ ନାମ୍ବିଆ ଭଳି ଦେଶଠାରୁ ମଧ୍ୟ ପଛକୁ ଠେଲିଦେଇଛି । ଏହା ଭାରତ ପାଇଁ କିଛି ବଡ ଅପମାନ ଠାରୁ କମ୍ ନୁହେଁ ।
ପଞ୍ଚମ ସ୍ଥାନରେ ଥିବା ଭାରତ ବର୍ତ୍ତମାନ, ପାକିସ୍ତାନ(୩ ମ୍ୟାଚ୍ରୁ ୬ ପଏଣ୍ଟ), ଆଫଗାନିସ୍ତାନ(୩ ମ୍ୟାଚ୍ରୁ ୪ ପଏଣ୍ଟ), ନ୍ୟୁଜିଲାଣ୍ଡ(୨ ମ୍ୟାଚ୍ରୁ ୨ପଏଣ୍ଟ) ଓ ନାମ୍ବିଆ(୨ ମ୍ୟାଚ୍ରୁ ୨ ପଏଣ୍ଟ)ଠାରୁ ମଧ୍ୟ ପଛରେ ରହିଛି । ଏହା ସ୍ପଷ୍ଟ କରୁଛି ଯେ ବିରାଟ କୋହଲିଙ୍କ ନେତୃତାଧୀନ ଟିମ ଇଣ୍ଡିଆ ଆତ୍ମ-ବିନାଶ ରାସ୍ତାରେ ରହିଥିବାବେଳେ ୨୦୦୭ ଟି-୨୦ ବିଶ୍ବ ଚମ୍ପିଆନ ରହିଥିବା ଟିମ ଏବେ ଗ୍ରେଡ୍ ସୁଧାରିବା ପାଇଁ ଅନ୍ୟ ଟିମର ସ୍ଥିତି ପରି ହୋଇଛି ।
କୋହଲିଙ୍କ ନେତୃତାଧୀନ ଟିମ ଚଳିତ ଟି-୨୦ ବିଶ୍ବକପ୍ରେ ବାକି ତିନୋଟି ମୁକାବିଲା ଆଫଗାନିସ୍ତାନ, ସ୍କଟଲାଣ୍ଡ ଓ ନାମ୍ବିଆ ସହ ରହିଛି । ଟିମ ଇଣ୍ଡିଆକୁ ସମସ୍ତ ୩ଟି ଟିମକୁ ହରାଇବାର ଆବଶ୍ୟକତା ରହିଛି ଓ ରନ୍ ରେଟ୍ ସୁଧାରିବାର ଅଛି । ଏଥିସହିତ ଅନ୍ୟଟିମର ବିଜୟ ପରାଜୟ ଫଳାଫଳ ଉପରେ ବର୍ତ୍ତମାନ ଭାରତର ସେମିଫାଇନାଲ ଖେଳିବା ଭାଗ୍ୟ ନିର୍ଭର କରୁଛି ।
ଦୁଇଟି ବଡ ପରାଜୟ ପରେ ଭାରତର ଦୟନୀୟ ରନ୍ ରେଟ୍ (-୧.୬୦୯) ରହିଛି ।
ଭାରତ ପାଇଁ ରାସ୍ତା କଠିନ ଏହା ଯେ, ଆଫଗାନିସ୍ତାନର ବର୍ତ୍ତମାନ ୪ ପଏଣ୍ଟ ରହିଛି । ସ୍କଟଲାଣ୍ଡ୍କୁ ୧୩୦ ରନ୍ରେ ଓ ନାମ୍ବିଆକୁ ବଡ ବ୍ୟବଧାନରେ ହରାଇବା ପରେ ମହମ୍ମଦ ନବିଙ୍କ ନେତୃତାଧିନ ଟିମର ରନ୍ ରେଟ୍ +୩.୦୯୭ ରହିଛି । ପାକିସ୍ତାନ ପରେ ଆଫଗାନିସ୍ତାନ ଗ୍ରୁପ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି । ଏପରି ସ୍ଥିତିରେ ଏହି ରନ୍ ରେଟ୍କୁ ପାର୍ କରିବା ଭାରତ ପାଇଁ କାଠିକର ପାଠ ହେବ ।
ଆଗାମୀ ୩ ତାରିଖରେ ଭାରତର ପରବର୍ତ୍ତୀ ମୁକାବିଲା ଆଫଗାନିସ୍ତାନ ସହ ରହିଛି । ଏହି ମ୍ୟାଚ୍ ସମେତ ବାକି ସମସ୍ତ ମ୍ୟାଚ୍ରେ ବଡ ବ୍ୟବଧାନରେ ଭାରତକୁ ବିଜୟୀ ହେବାକୁ ପଡିବ । ଅନ୍ୟପଟେ ଆଫଗାନିସ୍ତାନ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ଆଶାରେ ରହିଛି ଭାରତ। ଏପରିହେଲେ ଭାରତ ଯଦି ଅବଶିଷ୍ଟ ମ୍ୟାଚ୍ରେ ବଡ ବିଜୟ ସହ ରନ୍ ରେଟ୍ ସୁଧାରେ ତେବେ ସେମିରେ ପ୍ରବେଶ କରିବାର କ୍ଷୀଣ ସମ୍ଭାବନା ରହିଛି ।
ଅନ୍ୟପଟେ ସ୍କଟଲାଣ୍ଡ୍ ଓ ନାମ୍ବିଆ ମଧ୍ୟ ନ୍ୟୁଜିଲାଣ୍ଡକୁ ଅପସେଟ୍ କରିପାରିଲେ ଭାରତ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ