ETV Bharat / sports

ରୋମ କୁସ୍ତି ଟୁର୍ଣ୍ଣାମେଣ୍ଟ ପାଇଁ 34 ଜଣିଆ ଦଳ ଘୋଷିତ - ଆନ୍ତର୍ଜାତିକ କୁସ୍ତି ବିଶ୍ବକପ

ରୋମରେ ହେବାକୁ ଥିବା କୁସ୍ତି ଟୁର୍ଣ୍ଣାମେଣ୍ଟ ପାଇଁ 34 ଜଣିଆ ଦଳ ଘୋଷଣା କରିଛି ଭାରତୀୟ କୁସ୍ତି ମହାସଂଘ। 34 ଦଳୀୟରେ ରିଙ୍ଗକୁ ପୁଣି ଫେରିଛନ୍ତି ଭାରତୀୟ କୁସ୍ତି ତାରକା ବଜରଙ୍ଗ ପୁନିଆ ଓ ବିନେଶ ଫୋଗାଟ। ଅଧିକ ପଢ଼ନ୍ତୁ...

ରୋମ  କୁସ୍ତି ଟୁର୍ଣ୍ଣାମେଣ୍ଟ ପାଇଁ 34ଜଣିଆ ଦଳ ଘୋଷିତ

author img

By

Published : Feb 24, 2021, 9:02 PM IST

ନୂଆଦିଲ୍ଲୀ: ରୋମରେ ହେବାକୁ ଥିବା କୁସ୍ତି ଟୁର୍ଣ୍ଣାମେଣ୍ଟ ପାଇଁ 34ଜଣିଆ ଦଳ ଘୋଷଣା କରିଛି ଭାରତୀୟ କୁସ୍ତି ମହାସଂଘ। 34 ଦଳୀୟରେ ରିଙ୍ଗକୁ ପୁଣି ଫେରିଛନ୍ତି ଭାରତୀୟ କୁସ୍ତି ତାରକା ବଜରଙ୍ଗ ପୁନିଆ ଓ ବିନେଶ ଫୋଗାଟ। ମାର୍ଚ୍ଚ 4 ତାରିଖରୁ ମାର୍ଚ୍ଚ 7 ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ।

ଦୁଇ କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଓ ବିନେଶ ଫୋଗାଟ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି। ଗତବର୍ଷ ଡିସେମ୍ବର ମାସରେ ସର୍ବିଆରେ ଆୟୋଜିତ ହୋଇଥିବା କୁସ୍ତି ବିଶ୍ବକପ ନଖେଳିବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ଭଲ ପ୍ରଦର୍ଶନ କରିବା ସହ ରାଙ୍କିଂ ସୁଧାରିବାକୁ ଦୁହେଁ ପ୍ରୟାସ କରିବେ।

ଭାରତ ଫ୍ରିଷ୍ଟାଇଲ ଦଳରେ 2019ର କାଂଶ୍ୟ ପଦକ ବିଜେତା ଦୀପକ ପୁନିଆ, ରବି କୁମାର ଓ ନରସିଂହ ଯାଦବ ସାମିଲ ରହିଛନ୍ତି। ଡୋପିଂ ଟେଷ୍ଟରେ ଫେଲ ହେବାପରେ ନରସିଂହଙ୍କ ଉପରେ 4 ବର୍ଷ ପ୍ରତିବନ୍ଧକ ଲାଗିଥିଲା। ସେ ଗତବର୍ଷ 2019ରେ ରିଙ୍ଗକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସେହିଭଳିତ ଗ୍ରୀକୋ ରୋମନ ବର୍ଗରେ ଅର୍ଜୁନ ହାଲାକୁର୍କି, ଗୁରପ୍ରୀତ ସିଂହ, ସାମିଲ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଜଣେ ମାତ୍ର ମହିଳା କୁସ୍ତି ଖେଳାଳି ବିନେଶଙ୍କ ଛଡ଼ା ରିଓ ଅଲିମ୍ପିକ୍ସର କାଂଶ୍ୟ ପଦକ ବିଜେତା ସାକ୍ଷୀ ମଲିକ ମଦ୍ୟ ଦଳରେ ସାମିଲ ହୋଇଛନ୍ତି। ଅନ୍ୟପଟେ ଗତ ଡିସେମ୍ବର ମାସରେ ବିଶ୍ବକପରେ ରୌପ୍ୟ ପଦକ ବିଜେତା ଅଂଶୁ ମଲିକ ମହିଳା ବର୍ଗରେ ସାମିଲ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.