ETV Bharat / sports

କୁସ୍ତିଯୋଦ୍ଧାଙ୍କୁ ୧୯୮୩ ବିଶ୍ବକପ ବିଜେତା ଟିମ୍‌ର ସମର୍ଥନ, ମେଡାଲ ବିସର୍ଜନ ନକରିବାକୁ ଅପିଲ୍

author img

By

Published : Jun 2, 2023, 6:54 PM IST

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ୧୯୮୩ ବିଶ୍ବକପ ବିଜେତା ଟିମ୍‌ । ତରବରିଆ ଭାବେ କୌଣସି ନିଷ୍ପତି ନେଇ କଠିନ ପରିଶ୍ରମ କରି ଜିତିଥିବା ପଦକକୁ ଗଙ୍ଗାରେ ବସର୍ଜ୍ଜନ ନକରିବା ପାଇଁ କଲେ ଅନୁରୋଧ । ଅଧିକ ପଢ଼ନ୍ତୁ

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ୧୯୮୩ ବିଶ୍ବକପ ବିଜେତା ଟିମ୍‌

ନୂଆଦିଲ୍ଲୀ: ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି ଦିନକୁ ଦିନ ଅନେକ ଖେଳାଳି ସାମ୍ନାକୁ ଆସୁଛନ୍ତି । ଏହାରି ମଧ୍ୟରେ ୧୯୮୩ ମସିହାରେ ଭାରତକୁ ପ୍ରଥମ ବିଶ୍ବକପ ଦେଇଥିବା କପିଲ ଦେବଙ୍କ ନେତୃତ୍ବାଧୀନ ଦଳ ଆଜି କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବୟାନ ଜାରି କରିଛନ୍ତି । ଗତ ମେ ୨୮ରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଯାଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧା ମାନଙ୍କୁ ଯନ୍ତରମନ୍ତରରୁ ଉଠାଇ ନେଇଥିଲା । ଏହାପରେ ମେ ୩୦ରେ ବିନେଶ ଫୋଗଟ, ସାକ୍ଷୀ ମଲ୍ଲିକଙ୍କ ସମେତ ବଜରଙ୍ଗ ପୁନିଆ ପ୍ରମୁଖ ପୂର୍ବରୁ ଦେଶ ପାଇଁ ଜିତିଥିବା ପଦକକୁ ଗଙ୍ଗାରେ ବିସର୍ଜ୍ଜନ କରିଦେବା ପାଇଁ ନିଷ୍ପତ୍ତି ନେଇ ହରିଦ୍ବାରରେ ପହଞ୍ଚିଥିଲେ । ଯଦିଓ ସେମାନେ ଏବେ ପର୍ଯ୍ୟନ୍ତ ନିଜ ନିଜର ପଦକକୁ ଗଙ୍ଗାରେ ଭସାଇ ନାହାନ୍ତି, ହେଲେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ୧୯୮୩ ମସିହାରେ ବିଶ୍ବକପ ବିଜେତା ଦଳ । ତୁରନ୍ତ ଏହି ସମସ୍ୟାର ସମାଧାନ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି ।

୧୯୮୩ ମସିହାରେ ବିଶ୍ବକପ ବିଜେତା ଦଳ ନ୍ୟୁଜ ସଂସ୍ଥା ପିଟିଆଇକୁ ଦେଇଥିବା ବୟାନରେ କହିଛନ୍ତି, "ଆମ ଦେଶର ଗୌରବ କୁସ୍ତିଯୋଦ୍ଧା ମାନଙ୍କ ସହିତ ଅସଦାଚରଣର ଖବରରେ ଆମେ ଗଭୀର ଦୁଃଖିତ । ସେମାନେ କଠିନ ପରିଶ୍ରମ କରି ଦେଶ ପାଇଁ ଜିତିଥିବା ପଦକକୁ ଗଙ୍ଗାରେ ବିସର୍ଜ୍ଜନ କରିବାକୁ ଚିନ୍ତା କରୁଥିବା ଶୁଣି ଆମକୁ ଚିନ୍ତା ହେଉଛି । ସେମାନେ ଜିତିଥିବା ପଦକ ପଛରେ ବର୍ଷ ବର୍ଷର ପ୍ରୟାସ, ବଳିଦାନ, ସମର୍ପଣ ଓ ପରିଶ୍ରମ ରହିଛି । ସେହି ପଦକ ଗୁଡ଼ିକ କେବଳ କୁସ୍ତିଯୋଦ୍ଧାଙ୍କର ନୁହେଁ, ବରଂ ଦେଶର ଗୌରବ ଅଟେ । ତେଣୁ ଏହି ମାମଲାରେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନନେବା ପାଇଁ ଆମେ ସେମାନଙ୍କୁ ଅନୁରୋଧ କରୁଛୁ । ସେମାନଙ୍କର ଅଭିଯୋଗ ଶୁଣାଯିବ ବୋଲି ଆମେ ଆଶା କରୁଛୁ । ସେମାନଙ୍କ ସମସ୍ୟାର ସମାଧାନ ନିଶ୍ଚୟ ହେବ । ଆଇନକୁ ତାର କାମ କରିବାକୁ ଦିଆଯାଉ ।"

ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବଙ୍କ ନେତୃତ୍ବରେ ୧୯୮୩ ମସିହାରେ ଭାରତକୁ ପ୍ରଥମ ବିଶ୍ବକପ ମିଳିଥିଲା । ଏହି ବିଶ୍ବ ବିଜୟୀ ଦଳରେ ସୁନୀଲ ଗାଭାସ୍କର, ମୋହିଦର ଅମରନାଥ, କେ ଶ୍ରୀକାନ୍ତ, ସୟଦ କିରମାନୀ, ଯଶପାଲ ଶର୍ମା, ମଦନ ଲାଲ, ବଲବିନ୍ଦର ସିଂହ ସିଦ୍ଧୁ, ସନ୍ଦୀପ ପାଟିଲ, କିର୍ତ୍ତୀ ଆଜାଦ, ରୋଜର ବିନ୍ନି ଓ ରବି ଶାସ୍ତ୍ରୀ ସାମିଲ ରହିଥିଲେ । ଏହି ଦଳ ୧୯୮୩ ବିଶ୍ବକପ ଫାଇନାଲ ମ୍ୟାଚ୍‌ରେ କ୍ଲାଇଭ ଲୟଡଙ୍କ ନେତୃତ୍ବାଧୀନ ଶକ୍ତିଶାଳୀ ୱେଷ୍ଟ ଇଣ୍ଡିଜ ଦଳକୁ ହରାଇ ଭାରତକୁ ପ୍ରଥମ ବିଶ୍ବକପ ଭେଟି ଦେଇଥିଲେ । ବର୍ତ୍ତମାନ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଅନେକ ଖେଳାଳୀ ସାମ୍ନାକୁ ଆସୁଥିବା ବେଳେ ଏହି ବିଶ୍ବ ବିଜୟୀ ଦଳ ଆଜି କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବୟାନ ଜାରି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.