ETV Bharat / sports

WFI Controversy: ମହାସଂଘ ଅଧ୍ୟକ୍ଷଙ୍କ ବିରୋଧରେ ମିଳିଲାନି ପ୍ରମାଣ, ଆଜି ଆସିବ IOC ରିପୋର୍ଟ - କୁସ୍ତି ମହାସଂଘ ଅଧ୍ୟକ୍ଷଙ୍କ ବିରୋଧରେ ମିଳିଲାନି ପ୍ରମାଣ

କୁସ୍ତି ମହାସଂଘ ବିବାଦ । ମହାସଂଘ ଅଧ୍ୟକ୍ଷଙ୍କ ନାମରେ ହୋଇଥିବା ଯୌନ ନିର୍ଯାତାନ ଅଭିଯୋଗ ମାମଲା ଆଜି ଆଇଓସି ରିପୋର୍ଟ ଆସିବ । ଅଧିକ ପଢନ୍ତୁ

ପ୍ରମାଣ ଦେଇପାରିଲେନି କୁସ୍ତିଯୋଦ୍ଧା
WFI Controversy
author img

By

Published : Mar 13, 2023, 2:59 PM IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଦେଶର ଜଣାଶୁଣା ମହିଳା କୁସ୍ତିଯୋଦ୍ଧା । ଏହି ମାମଲାକୁ 55ଦିନ ବିତିଯାଇଛି । ଏହି ମାମଲାର ଯାଞ୍ଚ ପାଇଁ ଗଠିତ ନୀରିକ୍ଷଣ କମିଟି(ଓଭରସାଇଟ)ର ସମୟସୀମା ଶେଷ ହୋଇଛି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି କମିଟି ରିପୋର୍ଟ ଦାଖଲ କରିବ । କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ହୋଇଥିବା ଅଭିଯୋଗ ନେଇ କୁସ୍ତିଯୋଦ୍ଧା କମିଟି କୌଣସି ପ୍ରମାଣ ଦେଇପାରି ନଥିବା ସୂଚନା ମିଳିଛି ।

କୁସ୍ତିଯୋଦ୍ଧା ମେରୀ କମଙ୍କ ନେତୃତ୍ବରେ ଆଇଓସି ପ୍ୟାନେଲ ଘଟଣାର ତଦନ୍ତ କରୁଥିଲା । ମାମଲାରେ ରିପୋର୍ଟ ଦାଖଲ କରିବାକୁ ସମୟ ମାଗିଥିଲା କମିିିଟି । ମାର୍ଚ୍ଚ 9 ତାରିଖ ସୁଦ୍ଧା କମିଟିକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । କୁସ୍ତି ମହାଂସଘ ବିବାଦର ତଦନ୍ତ ପାଇଁ ଗଠିତ ଓଭରସାଇଟ ବା ନୀରକ୍ଷଣ କମିଟିରେ ଅଲମ୍ପିକ୍ସ ପଦକ ବିଜୟିନୀ ମ୍ୟାରୀ କମ ନେତୃତ୍ବ ନେଇଥିଲେ । ଅନ୍ୟ ସଦସ୍ୟ ଭାବେ ଅଲମ୍ପିକ୍ସ ପଦକ ବିଜେତା ଯୋଗେଶ୍ବର ଦତ୍ତ, ପୂର୍ବତନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ତୃପ୍ତି ରହିଛନ୍ତି । ରାଜ୍ୟ ଗୋଷ୍ଠୀ କ୍ରାଡାରେ ପଦକ ବିଜେତା ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ, ରବି ଦହିୟା ଓ ସାକ୍ଷୀ ମଲ୍ଲିକଙ୍କ ଭଳି କୁସ୍ତିଯୋଦ୍ଧା ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ।

କଣ ହୋଇଥିଲା ଅଭିଯୋଗ: 18 ଜାନୁଆରୀରେ ଜଣାଶୁଣା ମହିଳା କୁସ୍ତଯୋଦ୍ଧା ଭିନେଶ ଫୋଗାଟ ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଭାରତର ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନାର ଶିକାର ହୋଇଥିବା କହିଥିଲେ । 10ରୁ 12ଜଣ ଯୌନ ନିର୍ଯାତନା ଘଟଣା ଜାଣିଥିବା ସେ କହିଥିଲେ । ଏହି ବିବାଦ ନେଇ ଭାରତକୁ କ୍ଷତି ସହିବାକୁ ପଡିଛି । ମାର୍ଚ୍ଚ 28ରୁ 2 ଏପ୍ରିଲ ଯାଏଁ ହେବାକୁ ଥିବା ଏସୀୟ କୁସ୍ତି ଚମ୍ପିଆନସିପ ଭାରତରୁ ପ୍ରତ୍ୟାହୃତ ହୋଇଛି । ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗ ଆଣି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଭାରତୀୟ କୁସ୍ତିଯୋଦ୍ଧା ।

ଡବ୍ଲୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ କହିଥିଲେ ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଫାଶିରେ ଝୁଲି ପଡିବି । ଏହା ପଛରେ ହରିୟାଣା କଂଗ୍ରେସ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡ୍ଡାଙ୍କ ହାତଥିବା କହିଥିଲେ । 19 ଜାନୁଆରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କୁସ୍ତଯୋଦ୍ଧାଙ୍କ ସହ କଥା ହୋଇଥିଲେ । ଘଟଣାର ତଦନ୍ତ ପାଇଁ 21 ଜାନୁଆରୀରେ ଭାରତୀୟ ଅଲମ୍ପିକ୍ସ ଆସୋସିଏସସକୁ ନେଇ ଯାଞ୍ଚ କମିଟି ଗଠନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.