ନୂଆଦିଲ୍ଲୀ: ସର୍ବିଆରେ ହେବାକୁ ଥିବା ଆଗାମୀ ବିଶ୍ବକପରେ ଭାଗନେବେ କୁସ୍ତିଯୋଦ୍ଧା ନରସିଂହ ଯାଦବ । ଶୁକ୍ରବାର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଜଣାପଡିବା ଖେଳିବା ନେଇ ସ୍ପଷ୍ଟ ହୋଇଛି ।
4ବର୍ଷର ଡୋପିଂ ବାସନ୍ଦକୁ ଭୋଗିବାପରେ, ନରସିଂହ ପେଷାଦାର କୁସ୍ତି ପ୍ରତିଯୋଗୀତାକୁ ଫେରିଛନ୍ତି । ଭାରତୀୟ ସ୍କ୍ବାଡରେ 74 କିଲୋଗ୍ରାମ ବର୍ଗରେ ଜିତେନ୍ଦର କିନ୍ନାଙ୍କ ସ୍ଥାନରେ ନରସିଂହ ସ୍ଥାନ ପାଇଛନ୍ତି । ତେବେ ପିଜିଟିଭ ଚିହ୍ନଟ ହେବାପରେ, ଖେଳିବା ନେଇ ଆଶଙ୍କା ଦେଖାଦେଇଥିଲା ।
ଡିସେମ୍ବର 14ରେ ଭାରତୀୟ ପୁରୁଷ ଫ୍ରୀଷ୍ଟାଇଲ ସ୍କ୍ବାଡ ସହ ନରସିଂହ ବେଲଗ୍ରେଡ ଯାତ୍ରା କରିବେ । ଏନେଇ କୁସ୍ତି ଫେଡେରେସନ ଅଫ ଇଣ୍ଡିଆ(WFI) ସ୍ପଷ୍ଟ କରିଛି ।
74 କିଲୋଗ୍ରାମ ବର୍ଗରେ ଭାରତ ଏଯାବତ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ