ETV Bharat / sports

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ: ମେରିଙ୍କ ସମେତ 4 ବକ୍ସର ସେମିରେ

ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ ସେମିଫାଇନାଲରେ 4 ଭାରତୀୟ ମହିଳା ବକ୍ସର । ଏପଟେ ଅଷ୍ଟମ ପଦକ ପକ୍କା କଲେ ମେରିକମ । ଅଧିକ ପଢ଼ନ୍ତୁ...

author img

By

Published : Oct 10, 2019, 11:11 PM IST

ବିଶ୍ବ ମହିଳା ବକ୍ସିଙ୍ଗ ଚାମ୍ପିୟନସିପ: ମେରିଙ୍କ ସମେତ 4 ବକ୍ସର ସେମିରେ

ଉଲାନ-ଉଡେ(ଋଷିୟା): 6 ଥର ବିଶ୍ବ ଚାମ୍ପିୟନ ହୋଇଥିବା ଏମସି ମେରିକମ (51କିଗ୍ରା) ପୁଣିଥରେ ପ୍ରବେଶ କରିଛନ୍ତି ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପର ସେମିଫାଇନାଲରେ । ଏହାସହ ବିଶ୍ବ ମହିଳା ବକ୍ସିଂ ଚମ୍ପିଆନସିପ ଇତିହାସରେ ସେ ସବୁଠାରୁ ସଫଳ ବକ୍ସର ସାବ୍ୟସ୍ତ ହୋଇଛନ୍ତି । ମେରିଙ୍କ ସହ ଆଉ ତିନିଜଣ ବକ୍ସର ମଧ୍ୟ ପ୍ରବେଶ କରିଛନ୍ତି ବିଶ୍ବ ଚମ୍ପିଆନସିପ ସେମି ଫାଇନାଲରେ ।

world women boxing championship, mary kom, indian boxer, manju rani, jamuna boro,  enters in semis, ମେରି କମ, 4 ବକ୍ସର ସେମିରେ, ବିଶ୍ବ ମହିଳା ବକ୍ସିଙ୍ଗ ଚାମ୍ପିୟନସିପ

ଚମ୍ପିଆନସିପରେ ଡେବ୍ୟୁ କରୁଥିବା ସିକ୍ସ ସିଡର ମଞ୍ଜୁ ରାନୀ (48କିଗ୍ରା) ଓ ଜମୁନା ବୋରୋ(54କିଗ୍ରା)ଙ୍କ ସହ ଗତ ଚମ୍ପିଆନସିପରେ କାଂସ୍ୟ ଜିତିଥିବା ଥାର୍ଡ ସିଡର ଲଭଲିନା ବୋର୍ଗୋହେଁ(69କିଗ୍ରା) ମଧ୍ୟ ସେମିରେ ନିଜ ସ୍ଥାନ ପକ୍କା କରିଛନ୍ତି ।

କ୍ବାର୍ଟର ଫାଇନାଲରେ ମେରି କଲମ୍ବିଆର ଭେଲେନ୍ସିଆ ଭିକ୍ଟୋରିଆଙ୍କୁ 5-0 ପଏଣ୍ଟରେ ପରାସ୍ତ କରିଛନ୍ତି । ମଞ୍ଜୁ ରାନୀ ଗତ ସଂସ୍କରଣରେ କାଂସ୍ୟ ପଦକ ବିଜେତା ଉତ୍ତର କୋରିଆର କିମ ହ୍ୟାଙ୍ଗ ମିଙ୍କୁ 4-1 ପଏଣ୍ଟ ପରାସ୍ତ କରିଥିବା ବେଳେ, ଆସାମ ରାଇଫଲରେ କାର୍ଯ୍ୟରତ ଜମୁନା ବୋରୋ ମଧ୍ୟ ଜର୍ମାନୀର ଉର୍ସୁଲା ଗୋଟଲବଙ୍କୁ ସମାନ ଅଙ୍କରେ ପରାସ୍ତ କରି ସେମିରେ ପହଁଞ୍ଚିଛନ୍ତି ।

ସେପଟେ ବୋର୍ଗୋହେଁ ପୋଲାଣ୍ଡର କୋରୋଲେନା କୋସଜେୱସ୍କାଙ୍କୁ 4-1 ପଏଣ୍ଟରେ ମାତ ଦେଇଛନ୍ତି ।

‘‘ଭାରତ ପାଇଁ ମେଡାଲ ପକ୍କା କରି ମୁଁ ବହୁତ ଖୁସି ଅଛି କିନ୍ତୁ ମୋର ଲକ୍ଷ୍ୟ ରହିବ ଫାଇନାଲରେ ପ୍ରବେଶ କରିବା’’ ବୋଲି କହିଛନ୍ତି ମେରି କମ ।

ଗୋଟିଏ ଦିନ ବିଶ୍ରାମ ପରେ ଶନିବାର ସେମି ଫାଇନାଲରେ ମେରି ୟୁରୋପର ତୁର୍କ ବୁସେନାଜ କୋକିରୋଗ୍ଲୁଙ୍କୁ ଭେଟିବେ । ଯିଏକି ୟୁରେପିୟାନ ଚାମ୍ପିୟନସିପ ଓ ୟୁରୋପିୟାନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । କାକିରୋଗ୍ଲୁ ଚୀନର ସିଆ ଜୋଙ୍ଗଜୁ କ୍ବାର୍ଟର ଫାଇନାଲରେ ପରାସ୍ତ କରିଛନ୍ତି ।

ସେହିପରି ସେମି ଫାଇନାଲରେ ମଞ୍ଜୁରାନୀ ଥାଇଲାଣ୍ଡର ଚୁଥାମାତ ରକସତଙ୍କୁ ଭେଟୁଥିବା ବେଳେ ବୋରୋଙ୍କ ସହ ସମ୍ନାସାମ୍ନି ହେବେ ହୁଆଙ୍ଗ ସିଆଓ-ୱୋନଙ୍କ ସହ । ସେପଟେ ବୋର୍ଗୋହେଁ ସେମିରି ଚୀନର ୟାଙ୍ଗ ଲିୟୁଙ୍କ ସହ ମୁହାଁ ମୁହିଁ ହେବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.