ETV Bharat / sports

Womens Asian Champions Trophy: ଜାପାନକୁ ହରାଇ ଟାଇଟଲ ହାତେଇଲା ଅପରାଜେୟ ଭାରତ

author img

By ETV Bharat Odisha Team

Published : Nov 6, 2023, 7:23 AM IST

Updated : Nov 6, 2023, 7:52 AM IST

ରାଞ୍ଚିରେ ଚାଲିଥିବା ମହିଳା ହକି ଏସିଆନ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଭାରତ ଜାପାନକୁ ହରାଇ ଟାଇଟାଲ ହାତେଇଛି । ଅଧିକ ପଢନ୍ତୁ

Womens Asian Champions Trophy
ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକି

ରାଞ୍ଚି: ଅଦ୍ଭୂତ, ଅବିଶ୍ବସନୀୟ । ଝାଡଖଣ୍ଡର ରାଞ୍ଚିରେ ଚାଲିଥିବା ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ବାଜି ମାରି ନେଇଛି ଭାରତୀୟ ମହିଳା ହକି ଦଳ । ଘରୋଇ ମାଟିରେ ଆଧିପତ୍ୟ ବିସ୍ତାର କରି ଲିଗ ପର୍ଯ୍ୟାୟରେ ଅପରାଜେୟ ଥିବା ଭାରତ ସେମିଫାଇନାଲରେ କୋରିଆକୁ ମାତ୍ ଦେଇ ଫାଇନାଲ ଟିକେଟ ହାତେଇଥିଲା । ଟ୍ରଫି ଟକ୍କରେ ଜାପାନକୁ 4-0 ଗୋଲରେ ପରାସ୍ତ କରି ଦ୍ବିତୀୟ ଥର ଏସିଆନ ଚମ୍ପିଆନ୍ସ ଟ୍ରଫି ଟାଇଟଲ ଜିତିଛି ଭାରତ । ସବିତା ସେନା ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଜାପାନ ଉପବିଜେତା ହୋଇ ରୌପ୍ୟ ପଦକ ଜିତିଛି । ତୃତୀୟ ସ୍ଥାନରେ ରହି ଚୀନ ବ୍ରୋଞ୍ଜ୍‌ ପଦକ ଜିତିଛି । ଜାପାନ ବିପକ୍ଷ ସେମିଫାଇନାଲରେ ଓଡ଼ିଶାର ଦୀପଗ୍ରେସ୍‌ ଏକ୍କା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ବେଳେ ସଙ୍ଗୀତା କୁମାରୀ ରାଇଜିଂ ଷ୍ଟାର ଅଫ୍‌ ଦି ପ୍ଲେୟାର ବିବେଚିତ ହୋଇଥିଲେ ।

ଆୟୋଜକ ଭାରତ ଓ ଜାପାନ ମଧ୍ୟରେ ଟାଇଟଲ ଲଢ଼େଇ ହୋଇଥିଲା । ସେମି ଫାଇନାଲକୁ ମିଶାଇ 6ଟି ମ୍ୟାଚ୍‌ ଜିତି ସାରିଥିବା ଭାରତ ଫାଇନାଲ ଫାଇଟରେ ଟାଇଟଲ ଜିତିଛି । ମ୍ୟାଚ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରି ଜାପାନ ଉପରେ ଚାପ ପକାଇଥିଲା ଭାରତ । ପ୍ରଥମ କ୍ବାର୍ଟରରେ ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଗୋଲ ଶୂନ୍ୟ ରହିଥିଲା । ଦ୍ବିତୀୟ କ୍ବାର୍ଟରରେ 17ମିନିଟରେ ସଙ୍ଗୀତା କୁମାରୀ ଗୋଲ ସ୍କୋର କରି ଖାତା ଖୋଲିଥିଲେ । 46 ମିନିଟରେ ନେହା, 57 ମିନିଟରେ ଲାଲରେସମିଆମି ଓ 60ତମ ମିନିଟରେ ବନ୍ଦନା କଟ୍ଟାରିଆ ଗୋଲ ସ୍କୋର କରିଥିଲେ । ଜାପାନ ଖାତା ଖୋଲି ପାରିନଥିଲା । ଫଳରେ ଭାରତ ବାଜି ମାରି ନେଇଥିଲା ।

ଏହା ବି ପଢନ୍ତୁ...Womens Asian Champions Trophy: କୋରିଆକୁ ହରାଇ ଫାଇନାଲରେ ଭାରତ, ଟ୍ରଫି ପାଇଁ ଆଜି ଜାପାନ ସହ ଲଢ଼େଇ

ପୂର୍ବରୁ ଭାରତ 2016ରେ ଟାଇଟଲ ଜିତିଥିଲା । ଭାରତୀୟ ଦଳର ଏହି ସଫଳତା ପାଇଁ ହକି ଇଣ୍ଡିଆ ଫକ୍ଷରୁ ପ୍ରତି ଖେଳାଳିଙ୍କୁ 3 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏହି ସହିତ ସ୍ପୋର୍ଟ୍ସ ଷ୍ଟାଫଙ୍କୁ 1.5 ଲକ୍ଷ ଟଙ୍କା ରାଶି ଘୋଷଣା ହୋଇଛି । ବିଜୟ ପରେ ଅଧିନାୟିକା ସବିତା ପୁନିଆ କହିଛନ୍ତି, '' ବହତୁ ଖୁସି ଅନୁଭବ କରୁଛି । ଜାପାନ ଏକ ବଡ ଦଳ । ଆମେ ଭଲ ଆରମ୍ଭ କରିଥିଲୁ । 3ଟି କ୍ବାର୍ଟରରେ ଜାପାନ କଡ୍ଡା ଟକ୍କର ଦେଇଥିଲା । ଆଟାକିଂ ଆମର ଶକ୍ତି । ପ୍ରଥମ ଗୋଲ ପରେ ଆମେ ଆଟାକିଂ ମୁଡରେ ଖେଳିଥିଲୁ ।''

ଏହା ବି ପଢନ୍ତୁ...Womens Asian Champions Trophy: ଅପରାଜେୟ ଭାରତ, କୋରିଆକୁ ହରାଇ ସେମିରେ ସବିତା ବାହିନୀ

ପ୍ରକାଶ ଥାଉକି, ଗତ 27 ତାରଖରୁ ଭାରତ ରାଞ୍ଚିରେ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ 6ଟି ଦେଶ ଭାଗ ନେଇଛନ୍ତି । ଏଥିରେ ଭାରତୀୟ ମହିଳା ହକି ଦଳ ତାର ପ୍ରଥମ ମୁକାବିଲାରେ ଥାଇଲାଣ୍ଡକୁ ଭେଟିଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଥାଇଲାଣ୍ଡକୁ 7-1 ଗୋଲରେ ପରାସ୍ତ କରିଥିଲା । ସଙ୍ଗୀତା କୁମାର ହ୍ୟାଟ୍ରିକ୍‌ ଗୋଲ କରିଥିଲେ । ଏହାପରେ ଦ୍ବିତୀୟ ମ୍ୟାଚରେ ମାଲେସିଆ ବିପକ୍ଷରେ ବିଜୟ ହାସଲ କରି ବିଜୟଧାରା ଜାରି ରଖିଥିଲା । ମାଲେସିଆକୁ 5-0 ଗୋଲରେ ପରାସ୍ତ କରିଥିଲା । ବନ୍ଦନା କଟ୍ଟାରିଆ ଡବଲ ଗୋଲ କରିଥିଲେ ।

ତୃତୀୟ ମ୍ୟାଚ୍‌ରେ ଚୀନ ବିପକ୍ଷରେ ବାଜିମାତ କରିଥିଲା ଭାରତୀୟ ମହିଳା ହକି ଦଳ । ଚତୁର୍ଥ ମ୍ୟାଚରେ ଜାପାନ ବିପକ୍ଷରେ ବିଜୟ ହାସଲ କରି ସେମି ଫାଇନାଲ ପାଇଁ ପଥ ପରିଷ୍କାର କରିଥିଲା ଭାରତ । କୋରିଆ ବିପକ୍ଷରେ ଲଗାତାର ପଞ୍ଚମ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ସେମିଫାଇନାଲ୍‌ରେ କୋରିଆକୁ ଭେଟି 2-0 ଗୋଲରେ ବାଜି ମାରିଥିଲା ସବିତା ପୁନିଆ ସେନା । ଫାଇନାଲରେ ଜାପାନକୁ ପରାସ୍ତ କରି ଚମ୍ପିଆନ ହୋଇଛି ଭାରତୀୟ ମହିଳା ହକି ଦଳ ।

Last Updated : Nov 6, 2023, 7:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.