ETV Bharat / sports

ଖେଳରତ୍ନ ପାଇଁ ଭିନେସ ଫୋଗଟଙ୍କ ନାମ ସୁପାରିଶ କରିପାରେ କୁସ୍ତି ଫେଡେରେସନ

author img

By

Published : May 31, 2020, 4:49 PM IST

ଭାରତୀୟ କୁସ୍ତି ଫେଡେରେସନ(WFI) ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପାଇଁ ଭିନେସ ଫୋଗଟଙ୍କ ନାମ ସୁପାରିଶ କରିବା ସମ୍ଭାବନା ରହିଛି ।

WFI likely to recommend Vinesh phogat for Khel Ratna
ଖେଳରତ୍ନ ପାଇଁ ଭିନେସ ଫୋଗଟଙ୍କ ନାମ ସୁପାରିଶ କରିପାରେ କୁସ୍ତି ଫେଡେରେସନ

ନୂଆଦିଲ୍ଲୀ: ଭାରତୀୟ ତାରକା କୁସ୍ତି ରାଣୀ ଭିନେସ ଫୋଗଟଙ୍କୁ ମିଳିପାରେ ସମ୍ମାନଜନକ ଖେଳରତ୍ନ ସମ୍ମାନ । ଭାରତୀୟ କୁସ୍ତି ଫେଡେରେସନ(WFI) ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ ପାଇଁ ଭିନେସ ଫୋଗଟଙ୍କ ନାମ ସୁପାରିଶ କରିବା ନେଇ ସୂଚନା ମିଳିଛି ।

ଏହା ହେଲେ କ୍ରମାଗତ ଦ୍ବିତୀୟ ଥର ଖେଳରତ୍ନ ସମ୍ମାନ ପାଇଁ ଭିନେଶ ଫୋଗଟଙ୍କ ନାମ ସୁପାରିଶ ହେବ । ତେବେ ସୋମବାର ଚୁଡାନ୍ତ ମନୋନୟନ ତାଲିକା ପ୍ରସ୍ତୁତ ସହ, କୁସ୍ତି ଫେଡେରେସନର ସଭାପତି ବ୍ରିଜ ଭୁଷଣ ସରନ ସିଂହ କ୍ରୀଡା ମନ୍ତ୍ରାଣାଳୟକୁ ପଠାଇବେ ବୋଲି ସୂଚନା ରହିଛି ।

କୁସ୍ତିରେ ଖେଳ ରତ୍ନ ପାଇଁ ଭିନେଶ ଏକମାତ୍ର ସୁପାରିଶ ବୋଲି WFI ସମ୍ପାଦକ ବିନୋଦ ତୋମାର କହିଛନ୍ତି । 2016ରେ ଭିନେସ ସମ୍ମାନଜନକ ଅର୍ଜୁନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.