ETV Bharat / sports

ଆଥଲେଟଙ୍କୁ ତୁରନ୍ତ ଟିକା ଦେବାକୁ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଉଷାଙ୍କ ଅନୁରୋଧ

author img

By

Published : Jun 7, 2021, 5:38 PM IST

ଆଥଲେଟଙ୍କୁ ତୁରନ୍ତ କୋଭିଡ ଟିକା ଦେବାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଭେଟେରାନ ଧାବିକା ପିଟି ଉଷାଙ୍କ ଅନୁରୋଧ । ଅଧିକ ପଢନ୍ତୁ...

Usha requests Kerala CM to vaccinate state athletes taking part in National Championships
ଆଥଲେଟଙ୍କୁ ତୁରନ୍ତ ଟିକାଦେବାକୁ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଉଷାଙ୍କ ଅନୁରୋଧ

ନୂଆଦିଲ୍ଲୀ: ଆଗାମୀ ନ୍ୟାସନାଲ ଆନ୍ତଃରାଜ୍ୟ ଚମ୍ପିଆନସିପରେ ଅଂଶଗ୍ରହଣ କରିବାକୁ ଥିବା ଆଥଲେଟଙ୍କୁ ତୁରନ୍ତ କୋଭିଡ ଟିକା ପ୍ରଦାନ କରିବାକୁ ସୋମବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଅନୁରୋଧ କରିଛନ୍ତି ଭେଟେରାନ ଧାବିକା ପିଟି ଉଷା । ଚଳିତ ମାସ 25ରୁ 29 ତାରିଖ ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ । ଏହା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ହୋଇଥିବାରୁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।

  • Urgent: a humble request to @CMOKerala to vaccinate sports persons, their coaches, support staff & medical team, who will participate in the forth coming National & other competition on priority. We just can't ignore sports section! @vijayanpinarayi @MoHFW_INDIA @KirenRijiju

    — P.T. USHA (@PTUshaOfficial) June 7, 2021 " class="align-text-top noRightClick twitterSection" data=" ">

ଏସୀୟ କ୍ରୀଡାରେ 1986 ସଂସ୍କରଣରେ 4ଟି ସ୍ବର୍ଣ୍ଣ ପଦକ ସମେତ ମୋଟ 11ଟି ପଦକ ଜିତିଥିବା 56 ବର୍ଷୀୟା ଉଷା କହିଛନ୍ତି କ୍ରୀଡାବିତଙ୍କୁ ଟିକାକରଣ ପ୍ରକ୍ରିୟାରେ ଉପେକ୍ଷା କରାନଯାଉ । ଆଗାମୀ ନ୍ୟାସନାଲ ଓ ଅନ୍ୟ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବାକୁ ଥିବା ଖେଳାଳି, ସେମାନଙ୍କର କୋଚ୍‌, ସପୋର୍ଟ ଷ୍ଟାଫ ଓ ମେଡିକାଲ ଟିମକୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ ଯୋଗେଁ ଅନୁରୋଧ କରିଛନ୍ତି ଉଷା ।

ପଟିଆଲାରେ ହେବାକୁ ଥିବା ନ୍ୟାସନାଲ ଆନ୍ତଃରାଜ୍ୟ ଚମ୍ପିଆନସିପ୍‌ ଭାରତୀୟ ଆଥଲେଟ୍‌ଙ୍କ ପାଇଁ ଟୋକିଓ ଅଲମ୍ପିକ୍ସରେ ଯୋଗ୍ୟତା ଅର୍ଜନ କରିବାକୁ ଶେଷ ସୁଯୋଗ ରହିଛି । ଖେଳାଳିଙ୍କ ପାଇଁ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିବାର ଶେଷ ତାରିଖ ଜୁନ 29 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.