ETV Bharat / sports

US Open 2023: ସେମିଫାଇନାଲରେ ଲକ୍ଷ୍ୟ ସେନ, ସିନ୍ଧୁ ବିଦା

author img

By

Published : Jul 16, 2023, 7:40 AM IST

କାନାଡା ଚମ୍ପିଆନ ଲକ୍ଷ୍ୟ ସେନ ୟୁଏସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମିରେ ସେ ଚୀନରେ ଲି ସି ଫେଙ୍ଗଙ୍କୁ ଭେଟିବେ । ଅଧିକ ପଢନ୍ତୁ

US Open 2023
ସେମିଫାଇନାଲରେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ କନାଡା ଓପନରେ ଚମ୍ପିଆନ ହୋଇଥିବା ଭାରତୀୟ ଯୁବ ଷ୍ଟାର ସଟଲର ଲକ୍ଷ୍ୟ ସେନ ୟୁଏସ ଓପନରେ ଚମକିଛନ୍ତି । ଜୁଲାଇ 11 ତାରିଖରୁ ଆମେରିକାରେ ଚାଲିଥିବା ୟୁଏସ ଓପନ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଲକ୍ଷ୍ୟ । ୟୁସ ଓପନ ସେମିଫାଇନାଲ ମୁକାବିଲାରେ ସେ ଚୀନର ଲି ସି ଫେଙ୍ଗଙ୍କୁ ଭେଟିବେ । ଅନ୍ୟପଟେ ଡବଲ ଅଲମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ କ୍ବାର୍ଟରରେ ପରାସ୍ତ ହୋଇ ଅଭିଯାନ ଶେଷ କରିଛନ୍ତି ।

ପୁରୁଷ ବର୍ଗ କ୍ବାର୍ଟରରେ ତୃତୀୟ ସିଡ୍ ଲକ୍ଷ୍ୟ ସିଧାସଳଖ 21-10, 21-17 ଗେମରେ ନିଜ ଦେଶର ଏସ ଶଙ୍କର ମୁଥୁସାମି ସୁବ୍ରମଣ୍ୟମଙ୍କୁ ପରାସ୍ତ କରିଥିଲେ । ମ୍ୟାଚ ଜିତିବାକୁ ଲକ୍ଷ୍ୟ ସେନଙ୍କୁ 38 ମିନିଟ ଲାଗିଥିଲା । ସେ ସେମିଫାଇନାଲରେ ଚୀନର ଚୀନର ଲି ସି ଫେଙ୍ଗଙ୍କୁ ଭେଟିବେ । ପୂର୍ବରୁ ଲକ୍ଷ୍ୟ ସେନ ଚେକ ଗଣରାଜ୍ୟର ଜାନ ଲଉଡାଙ୍କୁ 21-8, 23-21ରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ ।

ଜୁନ 4ରୁ 9 ତାରିଖ ଯାଏଁ କାନାଡାରେ ଚାଲିଥିବା କନାଡା ଓପନ ବିଶ୍ବ ଟୁର ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ୟ ସେ ଚମ୍ପିଆନ ହୋଇଥିଲେ । ଏହା ତାଙ୍କର ଦ୍ବିତୀୟ ଟାଇଟଲ ଥିଲା । ଚୀନର ଲି ସି ଫେଙ୍ଗଙ୍କୁ ସିଧାସଳଖ 19-20, 22-20 ସେଟରେ ପରାସ୍ତ କରି ଚମ୍ପିଆନ କାନାଡା ଓପନ ଟାଇଟଲ ହାତେଇଥିଲେ 21 ବର୍ଷୀୟ ଲକ୍ଷ୍ୟ ସେନ । ଲକ୍ଷ୍ୟ ସେନ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାରେ 12 ନମ୍ବରରେ ରହିଛନ୍ତି ।

ଏହା ବି ପଢନ୍ତୁ...Canada Open 2023: ଏକକ ବର୍ଗରେ ଲକ୍ଷ୍ୟ ସେନ୍‌ ଚମ୍ପିଆନ

ଏହା ବି ପଢନ୍ତୁ...Canada Open: ସେମିରେ ସିନ୍ଧୁ-ଲକ୍ଷ୍ୟ, ରୌପ୍ୟ ପଦକ ପକ୍କା

ପିଭି ସିନ୍ଧୁ ବିଦା: ଦୁଇଥର ଅଲମ୍ପିକ ପଦକ ବିଜୟିନୀ ପି.ଭି ସିନ୍ଧୁ କ୍ବାର୍ଟ ଫାଇନାଲରେ ପରାସ୍ତ ହୋଇ ୟୁଏସ ଓପନରୁ ତାଙ୍କ ଅଭିଯାନ ଶେଷ କରିଛନ୍ତି । ମହିଳା ଏକକ କ୍ବାର୍ଟରରେ ସିନ୍ଧୁ 20-22, 13-21ରେ ଚୀନର ଗାଓ ଫାଙ୍ଗ ଜିଏଙ୍କଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି । ତୃତୀୟ ସିଡ ମାନ୍ୟତା ପାଇଥିବା ସିନ୍ଧୁ ସୁଙ୍ଗ ସୁଓ ୟୁନଙ୍କୁ 21-14,21-12ରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ । କାନାଡା ଓପନରେ ମଧ୍ୟ ନିରାଶ ହୋଇଥିଲେ ସିନ୍ଧୁ । ସେମିଫାଇନାଲରେ ପରାସ୍ତ ହେବାରୁ ପଦକ ହାତେଇବା ଲକ୍ଷ୍ୟ ଧୂଳିସାତ ହୋଇଥିଲା । ଜାପାନର ଫାଷ୍ଟ ସିଡ ଖେଳାଳି ଆକୋନେ ୟାମାଗୁଚିଙ୍କଠୁ ପିଭି ସିନ୍ଧୁ 14-21, 15-21 ସେଟରେ ପରାସ୍ତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.