ETV Bharat / sports

US Embassy India ପାଳିଲା ଦେଶର ଆଥଲେଟଙ୍କ ସଫଳତା

ଆଥଲେଟ୍‌ଙ୍କ ସଫଳତା ମନାଇବା ସହ ଟୋକିଓ ଅଲମ୍ପିକରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଦକ ବିଜେତା ଭାରତୀୟ ଆଥଲେଟ୍‌ଙ୍କ ଉଦ୍ଦେଶ୍ୟରେ ନିଜର ଟ୍ବିଟର ପେଜ୍‌ ଉତ୍ସର୍ଗ କରିଛି ଆମେରିକୀୟ ଦୂତାବାସ ଭାରତ । ଅଧିକ ପଢନ୍ତୁ...

author img

By

Published : Aug 8, 2021, 6:36 PM IST

US Embassy India celebrates success of country's athletes; praises Chopra, Sindhu, Mirabai
US Embassy India ପାଳିଲା ଦେଶର ଆଥଲେଟଙ୍କ ସଫଳତା

ନୂଆଦିଲ୍ଲୀ: ଭାରତରେ ଥିବା ସଂଯୁକ୍ତ ରାଷ୍ଟ୍ର ଆମେରିକୀୟ ଦୂତାବାସ ରବିବାର ଭାରତୀୟ ଆଥଲେଟ୍‌ଙ୍କ ଟୋକିଓ ଅଲମ୍ପିକ ପ୍ରଦର୍ଶନକୁ ପ୍ରଶଂସା କରିଛି । ଦେଶର ଆଥଲେଟ୍‌ଙ୍କ ସଫଳତା ମନାଇବା ସହ ଟୋକିଓ ଅଲମ୍ପିକରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପଦକ ବିଜେତା ଭାରତୀୟ ଆଥଲେଟ୍‌ଙ୍କ ଉଦ୍ଦେଶ୍ୟରେ ନିଜର ଟ୍ବିଟର ପେଜ୍‌ ଉତ୍ସର୍ଗ କରିଛି ।

ଦେଶର କ୍ରୀଡାଜଗତକୁ ଟ୍ବିଟରରେ ଏକ ବାର୍ତ୍ତା ସହ ଗ୍ଲୋବାଲ ସୁପରପାୱର, କ୍ରୀଡାବିତ୍‌ଙ୍କ ସଫଳତାରେ ଖୁସି ମନାଇବାର ମୂହୁର୍ତ୍ତରେ ଭାରତ ସହିତ ରହିଛି ବୋଲି ଦର୍ଶାଇଛି ।

"ଅଲମ୍ପିକ ଖେଳ ବିଶ୍ବର ଖେଳକୁ ଏକତ୍ର କରିଥାଏ । ଅଭିନନ୍ଦନ ଟିମ ଇଣ୍ଡିଆ, ଟୋକିଓ୨୦୨୦ରେ ପଦକ ବିଜେତାଙ୍କୁ ଆଜି ଆମର ପେଜ୍‌ରେ ସ୍ଥାନ ଦେଇଛୁ , #ସ୍ପୋର୍ଟ୍ସବିଲ୍ଡବ୍ରିଜ୍‌ । " ରବିବାର ଅପରାହ୍ନରେ ଏହା ଟ୍ବିଟ କରିଛି ଆମେରିକୀୟ ଦୂତାବାସ ଭାରତ ।

ଟୋକିଓ ଅଲମ୍ପିକ୍‌ରେ ଆମେରିକା ୧୧୩ଟି ପଦକ(୩୯ ସ୍ବର୍ଣ୍ଣ, ୪୧ ରୌପ୍ୟ ଓ ୩୩ କାଂସ୍ୟ) ସହ ପଦକ ତାଲିକାର ଶୀର୍ଷରେ ରହିଛି । ଅନ୍ୟପଟେ ଭାରତ ମୋଟ ୭ ପଦକ(ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ) ସହ ତାଲିକାର ୪୭ତମ ସ୍ଥାନରେ ରହିଛି । ଅଲମ୍ପିକରେ ଏହି ପ୍ରଦର୍ଶନ ଭାରତର ଶ୍ରେଷ୍ଠ । ସେଥିପାଇଁ ଆମେରିକା ଟୋକିଓରେ ଭାରତୀୟ ଆଥଲେଟ୍‌ଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛି ।

ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଭାରୋତ୍ତୋଳକ ମୀରାବାଇ ଚାନୁ, ବକ୍ସର ଲଭଲିନା ବୋର୍ଗହେନଙ୍କ ସମେତ ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛି ନୂଆଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.