ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳୁଛି । ଖେଳାଳିଙ୍କୁ ନିଜେ ଉତ୍ସାହିତ କରିବାପାଇଁ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ଭୁବେନେଶ୍ବରରେ ପହଞ୍ଚିଛନ୍ତି । ମ୍ୟାଚର ମୁଖ୍ୟ ଅତିଥି ଭାବେ ଦେବା ପରେ କ୍ରୀଡାମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହାପରେ ଓଡିଶା ସରକାରଙ୍କ କ୍ରୀଡାପ୍ରତି ସହଯୋଗକୁ ପ୍ରଶଂସା କରିଛନ୍ତି ।
ଓଡିଶା ସରକାର କ୍ରୀଡାର ବିକାଶ ପାଇଁ କରୁଥିବା କାର୍ଯ୍ୟ ପ୍ରଶଂସନୀୟ । ଓଡିଶାର ଳୋକମାନଙ୍କ କ୍ରୀଡାପ୍ରତି ଆଦରକୁ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ସଫଳତାର ସହ ବହୁ ଆନ୍ତଜାର୍ତିକ ସ୍ତରୀୟ ମ୍ୟାଚ ଓଡିଶା ଆୟୋଜନ କରୁତିବାରୁ କ୍ରୀଡାମନ୍ତ୍ରଣଳୟ ପକ୍ଷରୁ ସମସ୍ତ ସହଯୋଗ ମିଳିବା ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି । ଏହାପରେ କ୍ରୀଡାମନ୍ତ୍ରୀ ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିଦର୍ଶନରେ ଯାଇଥିଲେ । ସେଠାରେ କୁନିକୁନି ପିଲା ନାଚଗୀତ ମାଧ୍ୟରେ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ପିଲାଙ୍କ ସହ ମନ୍ତ୍ରୀମଧ୍ୟ ନାଚିବାର ଦେଖାଯାଇଥିଲା ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ