ETV Bharat / sports

CWG 2022: ଜୁଡୋରେ ତୃତୀୟ ପଦକ, ରୌପ୍ୟ ଜିତିଲେ ତୁଳୀକା ମାନ

22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ଜୁଡୋରେ ତୃତୀୟ ପଦକ ଭାବେ ରୌପ୍ୟ ଜିତିଛନ୍ତି ତୁଳୀକା ମାନ । ଅଧିକ ପଢନ୍ତୁ

author img

By

Published : Aug 4, 2022, 9:27 AM IST

ଜୁଡୋରେ ତୃତୀୟ ପଦକ ଦେଲେ ତୁଳୀକା ମାନ
ଜୁଡୋରେ ତୃତୀୟ ପଦକ ଦେଲେ ତୁଳୀକା ମାନ

ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ଜୁଡୋରେ ତୃତୀୟ ପଦକ ଭେଟି ଦେଇଛନ୍ତି ତୁଳୀକା ମାନ । ରୌପ୍ୟ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ତୁଳୀକା । ମହିଳା 78+ କିଲୋ ବର୍ଗ ଫାଇନାଲରେ ତୁଳୀକା ମାଲ 10-1ରେ ସ୍କଟଲାଣ୍ଡର ସାରା ଆଡଲିଙ୍ଗଟନଙ୍କଠୁ ପରାସ୍ତ ହୋଇ ରୌପ୍ୟ ଜିତିଛନ୍ତି । ଉଭୟ ସାରା ଓ ତୁଳୀକାଙ୍କ ପାଇଁ ଏହା ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ।

ଏହା ବି ପଢନ୍ତୁ...CWG 2022: ସ୍କ୍ବାଶରେ ସୌରଭଙ୍କୁ ବ୍ରୋଞ୍ଜ

ଆରମ୍ଭରୁ ତୁଳୀକା ଭଲ ପଏଣ୍ଟ ହାସଲ କରିଥିଲେ । ହେଲେ ଆଡଲିଙ୍ଗଟନଙ୍କ ଇପନ ଜରିଆରେ ତୁଳୀକାଙ୍କୁ ନକଆଉଟ କରିଥିଲେ । 3 ମିନିଟ 38 ସେକେଣ୍ଡ ଯାଏଁ ତୁଳୀକା ଭଲ ଖେଳିଥିଲେ । ପୂର୍ବରୁ 85ତମ ବିଶ୍ବ ମାନ୍ୟତାପ୍ରାପ୍ତ ତୁଳୀକା କ୍ବାର୍ଟର ଫାଇନାଲରେ ମରିସସ ପ୍ରତିଯୋଗୀ ଟ୍ରେସି ଡରହନଙ୍କୁ ସାମ୍ନା କରିଥିଲେ । 2 ମିନିଟ 53 ସେକେଣ୍ଡର ଲଢେଇ ପରେ ତୁଳୀକା ମ୍ୟାଚ ଜିତି ସେମିରେ ପ୍ରବେଶ କରିଥିଲେ । ସେମିରେ ନ୍ୟୁଜିଲାଣ୍ଡର ସିଡନୀ ଆଣ୍ଡ୍ରିୟୁଜଙ୍କୁ 10-1ରେ ହରାଇ ସ୍ବର୍ଣ୍ଣ ପାଇଁ ସ୍କଟଲାଣ୍ଡର ସାରାଙ୍କୁ ଭେଟିଥିଲେ ।

ଏହା ବି ପଢନ୍ତୁ...CWG 2022: ଆଉ ଏକ ପଦକ, ଜୁଡୋ ଇଭେଣ୍ଟରେ ରୌପ୍ୟ ଜିତିଲେ ସୁଶୀଳା ଦେବୀ

ମେଗା ଇଭେଣ୍ଟରେ ଭାରତ ଜୁଡୋରେ ପଦକ ସଂଖ୍ୟା ବଢି 3ରେ ପହଞ୍ଚିଛି । ଏହା ପୂର୍ବରୁ ମହିଳା 48 କିଲୋ ବିଭାଗରେ ଏଲ ସୁଶୀଳା ଦେବୀ ରୌପ୍ୟ ଏବଂ ପୁରୁଷ 60 କିଗ୍ରାରେ ବିଜୟ କୁମାର କାଂସ୍ୟ ପଦକ ଜିତି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.