ଭୁବନେଶ୍ବର: ଟ୍ରାଇବାଲ ଫୁଟବଲ ଚମ୍ପିଆନସିପ୍ (ଏସଡିସି କପ 2020)ର ଟ୍ରଫି ଓ ଜର୍ସି ଉନ୍ମୋଚିତ ହୋଇଯାଇଛି । ଲୋକସେବା ଭବନରେ ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଫେବ୍ରୁଆରୀ 6ରୁ ଆରମ୍ଭ ହୋଇସାରିଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ମାର୍ଚ୍ଚ 5 ତାରିଖରେ ଉଦ୍ଯାପିତ ହେବ ।
ଜନଜାତି ଯୁବକ ଓ ଯୁବତୀଙ୍କ ମଧ୍ୟରେ ଫୁଟବଲ ପ୍ରତି ଉତ୍ସାହ ବଢାଇବା ଲାଗି ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି । ବାରିପଦା, ରାଇରଙ୍ଗପୁର, କେନ୍ଦୁଝର, ସୁନ୍ଦରଗଡ, ଗଜପତି ପ୍ରଭୂତି ଜିଲ୍ଲାରେ ଟୁର୍ଣ୍ଣାମେଣ୍ଟର ମ୍ୟାଚ ଆୟୋଜନ କରାଯାଉଛି । 17 ବର୍ଷରୁ 35 ବର୍ଷ ପର୍ଯ୍ୟନ୍ତ ଯୁବକ-ଯୁବତୀମାନେ ଏଥିରେ ସାମିଲ ହୋଇଛନ୍ତି । ଜିଲ୍ଳାସ୍ତରୀୟ ଲିଗ୍ 24ରୁ 28 ଫେବ୍ରୁଆରୀ ଯାଏଁ ଫୁଲବାଣୀ ଓ ବାରିପଦାରେ ହେବ । ସେହିପରି ମାର୍ଚ୍ଚ 5 ତାରିଖରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ ।
ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମାସ୍କଟ ଗୁଣ୍ଡୁଚି ମୂଷା ଉନ୍ମୋଚନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କ୍ରୀଡା ସଚିବ ବିଶାଲ ଦେବ, ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ସଚିବ ଅନୁ ଗର୍ଗ, ଆୟୋଜକ ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ