ETV Bharat / sports

Tokyo Olympics: ବାଲୁକା କଳାରେ ଭାରତୀୟ ଖେଳାଳିଙ୍କୁ ଶିଳ୍ପୀ ସୁଦର୍ଶନଙ୍କ ଶୁଭେଚ୍ଛା - Puri Sea Beach

ଭାରତୀୟ ଆଥଲେଟ୍‌ଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

Tokyo Olympics:  Renowned sand artist Sudarsan pattnaik sends his best wishes to Indian athletes with sand art at Puri Sea Beach
Tokyo Olympics: ବାଲୁକାକଳାରେ ଭାରତୀୟ ଖେଳାଳିଙ୍କୁ ଶିଳ୍ପୀ ସୁଦର୍ଶନଙ୍କ ଶୁଭେଚ୍ଛା
author img

By

Published : Jul 23, 2021, 3:12 PM IST

ପୁରୀ: ଆରମ୍ଭ ହୋଇଛି ବିଶ୍ବ କ୍ରୀଡାର ମହାକୁମ୍ଭ 'ଅଲମ୍ପିକ୍‌' । ଏହି ବହୁଦେଶୀୟ ମେଗା ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହକୁ ଆଉ ମାତ୍ର ସମୟ ବାକି ରହିଛି । ଫଳରେ ଭାରତୀୟ ଆଥଲେଟ୍‌ଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ବେଳାଭୁମୀରେ ସମସ୍ତ ଖେଳର ପ୍ରତିଛବି ବାଲିରେ ଆଙ୍କିବା ସହ #ଚିୟରଫର୍‌ଇଣ୍ଡିଆ ଲେଖି ସମସ୍ତ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୁଦର୍ଶନଙ୍କ ଏହି ବାଲୁକା କଳାକୁ ନିତି ଆୟୋଗ ମଧ୍ୟ ଟ୍ବିଟ କରିଛି । ଭାରତୀୟ ସମୟ ୪.୩୦ରେ ଟୋକିଓ ଅଲମ୍ପିକର ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ । ଏଥର ରେକର୍ଡ ସଂଖ୍ୟକ ଭାରତୀୟ ପ୍ରତିଯୋଗୀ ବିଶ୍ବ କ୍ରୀଡ଼ା ମହାକୁମ୍ଭରେ ଭାଗ ନେଇଛନ୍ତି । ଏହି ମେଗା ଇଭେଣ୍ଟରେ ଭାରତର ୧୨୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି ।

ତେବେ କୋରୋନା କଟକଣା ପାଇଁ ଏଥର ନିରଡମ୍ବର ଭାବେ ଅଲମ୍ପିକ ଉଦ୍‌ଘାଟନୀ ହେବ । ଅଲମ୍ପିକରେ ଓଡ଼ିଶା ମାଟିରୁ ଏଥର 5 ଜଣ ପ୍ରତିଯୋଗୀ ଓ ପାରା ଅଲମ୍ପିକରେ ଜଣେ ଖେଳାଳି ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଧାବିକା ଦୂତୀ ଚାନ୍ଦ, ହକି ଖେଳାଳୀ ବିରେନ୍ଦ୍ର ଲାକ୍ରା, ଅମିତ ରୋହି ଦାସ, ନମିତା ଟପ୍ପୋ । ସେହିପରି ଅଲମ୍ପିକ ଶେଷ ପରେ ପାରା-ଅଲମ୍ପିକ ଖେଳାଯିବ । ସେଥିରେ ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଦେଶର ପ୍ରତିନିଧିତ୍ବ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.