ETV Bharat / sports

'ଲଭଲିନା' ଯୁବ, ନୂଆ ଓ ଭୟମୁକ୍ତ ଭାରତର ପ୍ରତୀକ: BFI ସଭାପତି - ଭୟମୁକ୍ତ ଭାରତର ପ୍ରତୀକ

ଜନ୍ମରୁ ଲଢୁଆ ଲଭଲିନା । ଗତବର୍ଷ COVID-19ରେ ସଂକ୍ରମିତ ହୋଇଥିଲେ ଲଭଲିନା ଓ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ । ଅଧିକ ପଢନ୍ତୁ...

Tokyo Olympics: Lovlina is symbolic of a young, new and fearless India, says BFI President
'ଲଭଲିନା' ଯୁବ, ନୂଆ, ଭୟମୁକ୍ତ ଭାରତର ପ୍ରତୀକ: BFI ସଭାପତି
author img

By

Published : Jul 30, 2021, 3:00 PM IST

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲମ୍ପିକ୍‌ର ମହିଳା ବକ୍ସିଂ ୱେଲ୍‌ଟରୱେଟ୍‌(୬୪-୬୯ କିଲୋଗ୍ରାମ) ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ବକ୍ସର ଲଭଲିନା ବୋର୍ଗହେନ । ଏନେଇ ଷ୍ଟାର ମହିଳା ବକ୍ସରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଭାରତୀୟ ବକ୍ସିଂ ମହାସଂଘର(BFI) ସଭାପତି ଅଜୟ ସିଂହ । ବକ୍ସିଂରେ ସେମିଫାଇନାଲରେ ପ୍ରବେଶ କରିଥିବା ଦୁଇ ଖେଳାଳିଙ୍କୁ ବ୍ରୋଞ୍ଜ ପଦକ ମିଳିବା ନିୟମ ରହିଛି । ଫଳରେ ଭାରତ ପାଇଁ ଚଳିତ ଟୋକିଓ ଅଲମ୍ପିକ୍‌ରେ ଆଉ ଏକ ପଦକ ପକ୍କା କରିଛନ୍ତି ଲଭଲିନା । ତେବେ ସେମିଫାଇନାଲରେ ବିଜୟୀ ସହ ଫାଇନାଲକୁ ଉନ୍ନିତ ହେଲେ ରୌପ୍ୟ ଓ ସ୍ବର୍ଣ୍ଣ ପଦକ ସମ୍ଭାବନା ମଧ୍ୟ ରହିଛି ।

ଲଭଲିନାଙ୍କ ଏହି ପ୍ରଦର୍ଶନରେ BFI ସଭାପତି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । BFI ସଭାପତି ଏକ ଅଫିସିଆଲ ଘୋଷଣାନାମାରେ କହିଛନ୍ତି, "ଭାରତୀୟ ବକ୍ସିଂ ପାଇଁ ଏହା ଏକ ବିରାଟ କୀର୍ତ୍ତିମାନ । ଏହା କେବଳ ବକ୍ସିଂ ପାଇଁ ନୁହେଁ, ଭାରତ ଓ ଆସାମ ପାଇଁ ଗୌରବର ମୂହୂର୍ତ୍ତ । ସେ ଜନ୍ମରୁ ଜଣେ ଯୋଦ୍ଧା ରହିଛନ୍ତି । ଗତବର୍ଷ COVID-19ରେ ସଂକ୍ରମିତ ହୋଇଥିଲେ ଲଭଲିନା ଓ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ । ତାଙ୍କ ମା' ମଧ୍ୟ ହସ୍ପିଟାଲରେ ନିଶ୍ବାସ ନେବାପାଇଁ ସଂଘର୍ଷ କରିଥିଲେ । ବିଶ୍ବ ମଞ୍ଚରେ ନିଜର ପ୍ରଥମ ଅଲମ୍ପିକରେ ଯୁବ ବୟସରେ ସେ ଯେଉଁ ପ୍ରକାର ଲଢୁଆ ପ୍ରଦର୍ଶନ କରି ନିଜର ପ୍ରମାଣିତ କରିଛନ୍ତି, ତାହା ବାସ୍ତିବକ ପ୍ରଶଂସନୀୟ ।"

ଏଥିସହ BFI ସଭାପତି କହିଛନ୍ତି, ଯତ୍ନର ସହିତ ସ୍ବର୍ଣ୍ଣ ଜିତିବାପାଇଁ ଲଭଲିନା ଯୋଡନା କରିବା ଉଚିତ । ଲଭଲିନା ନୂଆ, ଯୁବ ଓ ଭୟମୁକ୍ତ ଭାରତର ପ୍ରତୀକ। ମହିଳା ବକ୍ସିଂ ୱେଲ୍‌ଟରୱେଟ୍‌(୬୪-୬୯ କିଲୋଗ୍ରାମ) ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଲଭଲିନା । ଫଳରେ ଭାରତ ପାଇଁ ଅତିକମ୍‌ରେ ବ୍ରୋଞ୍ଜ ପଦକ ନିଶିନ୍ତ କରିଛନ୍ତି । ନିଏନ-ଚିନଙ୍କୁ ୪-୧ରେ ହରାଇଛନ୍ତି । ପ୍ରଥମ ରାଉଣ୍ଡରେ ୫ ବିଚାରକଙ୍କ ନିଷ୍ପତ୍ତି ଲଭଲିନାଙ୍କ ସପକ୍ଷରେ ସମାନ ଯାଇନଥିଲା । ମାତ୍ର ପରବର୍ତ୍ତୀ ଦୁଇଟି ରାଉଣ୍ଡରେ ଆସାମ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଉପରେ ମୋହର ମାରିଥିଲେ ସମସ୍ତ ବିଚାରକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.