ETV Bharat / sports

Tokyo Olympics: ଟୋକିଓରେ ଅନୁ ରାଣୀଙ୍କ ଯାତ୍ରା ଶେଷ - ଜାଭଲିନ ଇଭେଣ୍ଟ

ଜାଭଲିନ ଥ୍ରୋରେ ଏସିଆ ଗେମ୍ସ ୨୦୧୪ରେ ବ୍ରୋଞ୍ଜ ମେଡାଲ ଜିତିଥିବା ଅନୁ ରାଣୀଙ୍କ ଟୋକିଓରେ ଭାଗ୍ୟ ସାଥ ଦେଇନାହିଁ । ଅଧିକ ପଢନ୍ତୁ...

ଜାଭଲିନ ଥ୍ରୋରେ ଅନୁ ରାଣୀଙ୍କ ଯାତ୍ରା ଶେଷ
ଜାଭଲିନ ଥ୍ରୋରେ ଅନୁ ରାଣୀଙ୍କ ଯାତ୍ରା ଶେଷ
author img

By

Published : Aug 3, 2021, 9:21 AM IST

ଟୋକିଓ: ଆଜି ଜାଭଲିନ ଇଭେଣ୍ଟରେ ଖେଳିଥିଲେ ଅନୁ ରାଣୀ । ଗ୍ରୁପ ଏ କ୍ବାଲିଫାଏ ଇଭେଣ୍ଟରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି ଅନୁ । ସର୍ବଶ୍ରେଷ୍ଠ ୫୪.୦୪ ଦୂର ଯାଏଁ ଜାଭଲିନ ଥ୍ରୋ କରିଥିଲେ । ଏହା ସହିତ ଫାଇନାଲରୁ ବାଦ ପଡିଛନ୍ତି ଅନୁ ।

ଅନୁ ତାଙ୍କ ପ୍ରଥମ ପ୍ରୟାସରେ ୫୦.୩୫ ଦୂର ପର୍ଯ୍ୟନ୍ତ ଜାଭଲିନ ଥ୍ରୋ କରିଥିଲେ । ଏହା ପରେ ଦ୍ବିତୀୟ ପ୍ରୟାସରେ ୫୩.୧୪ ଦୂର ପର୍ଯ୍ୟନ୍ତ ଥ୍ରୋ କରିଥିଲେ । ଅନ୍ତିମ ପ୍ରୟାସରେ ୫୪.୦୪ ଦୂର ଯାଏଁ ଜାଭଲିନ ଥ୍ରୋ କରିଥିଲେ । ଫଳରେ ସେ ତାଙ୍କ ଗ୍ରୁପରେ ୧୪ତମ ସ୍ଥାନରେ ରହିଛନ୍ତି । ଏହା ସହିତ ତାଙ୍କ ଅଲମ୍ପିକ ଯାତ୍ରା ଶେଷ ହୋଇଛି ।

ପ୍ରକାଶ ଥାଉ କି, ଜାଭଲିନ ଥ୍ରୋରେ କ୍ବାଲିଫାଏରସ ରାଉଣ୍ଡକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ଗ୍ରୁପରେ ୧୫ଜଣ ଲେଖାଏଁ ଖେଳାଳି ଥିଲେ । ଅନୁ ରାନି ଗ୍ରୁପ-ଏରେ ରହିଥିଲେ । ଏଥିରେ ଦୁଇ ଗ୍ରୁପକୁର ଖେଳାଳିଙ୍କୁ ତିନି ଥର ସୁଯୋଗ ଦିଆଯାଇଛି । ୬୩ ଲକ୍ଷ୍ୟର ପୂରଣ କରିଥିବା ଖେଳାଳି ସିଧାସଳଖ ଫାଇନାଲକୁ ଉତ୍ତୀର୍ଣ୍ଣ ହେବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.