ETV Bharat / sports

Tokyo Olympics: ସ୍ବର୍ଣ୍ଣ ବିଜେତାଙ୍କୁ 3 କୋଟି ପୁରସ୍କାର ଦେବେ ଦିଲ୍ଲୀ ସରକାର - ଦିଲ୍ଲୀ ସରକାର

ସ୍ବର୍ଣ୍ଣ ପଦକ ଜିତିଲେ 3 କୋଟି, ରୌପ୍ୟ ପଦକ ବିଜେତାଙ୍କୁ 2 କୋଟି ପୁରସ୍କାର ରାଶି ଓ କାଂସ୍ୟ ପଦକ ବିଜେତାଙ୍କୁ 1 କୋଟି ପୁରସ୍କାର ଦେବେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ...

Tokyo Olympics: Delhi govt to award Rs 3 cr to gold medal winners from capital
Tokyo Olympics: ସ୍ବର୍ଣ୍ଣ ବିଜେତାଙ୍କୁ 3 କୋଟି ପୁରସ୍କାର ଦେବେ ଦିଲ୍ଲୀ ସରକାର
author img

By

Published : Jul 9, 2021, 10:26 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ 4ଜଣ ଆଥଲେଟ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଜୁଲାଇ 23ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବ କ୍ରୀଡାର ଏହି ମେଗା ଇଭେଣ୍ଟରେ ଦିଲ୍ଲୀର ଯେଉଁ ଆଥଲେଟ ସ୍ବର୍ଣ୍ଣ ପଦକ ଜିତିବେ ତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ସରକାର । ସ୍ବର୍ଣ୍ଣ ପଦକ ଜିତିଲେ 3 କୋଟି, ରୌପ୍ୟ ପଦକ ବିଜେତାଙ୍କୁ 2 କୋଟି ପୁରସ୍କାର ରାଶି ଓ କାଂସ୍ୟ ପଦକ ବିଜେତାଙ୍କୁ 1 କୋଟି ପୁରସ୍କାର ଦେବେ ଦିଲ୍ଲୀ ସରକାର ।

  • टोक्यो ओलंपिक को ले कर दुनिया उत्साह में है। हर देश मेडल जीतना चाहता है। हमने भी इसी लिए DSU शुरू की है।आज दिल्ली स्पोर्ट्स यूनिवर्सिटी की VC @kmmalleswari जी के साथ बैठक हुई।

    ओलंपिक में देश के लिए गोल्ड मेडल जीतने पर दिल्ली के खिलाड़ियों को केजरीवाल सरकार 3 करोड़ का इनाम देगी। pic.twitter.com/PBGJQ6E3Ug

    — Manish Sisodia (@msisodia) July 9, 2021 " class="align-text-top noRightClick twitterSection" data=" ">

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କ୍ରୀଡା ବିଶ୍ବବିଦ୍ୟାଳୟ କୁଳପତି କର୍ଣ୍ଣମ ମାଲେଶ୍ବରୀଙ୍କ ସହ ବୈଠକ ପରେ ଏହା ଘୋଷଣା କରିଛନ୍ତି । ଏଥିସହ ଆଥଲେଟଙ୍କୁ ଉତ୍ସାହିତ କରିବା ସହ କିପରି ଅଧିକ ସହଯୋଗ କରାଯାଇପାରିବ ଆଲୋଚନା କରିଛନ୍ତି ସିସୋଦିଆ ।

ପଦକ ବିଜେତା ଆଥଲେଟଙ୍କ କୋଚ୍‌ଙ୍କ ପାଇଁ ମଧ୍ୟ 10 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରୁ ଦୀପକ କୁମାର, ମନିକା ବାତ୍ରା, ଅମୋଜ ଜକାବ ଓ ସାର୍ଥକ ଭମ୍ବ୍ରୀ ଟୋକିଓ ଅଲମ୍ପିକ ପଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଟେବୁଲ ଟେନିସରେ ଖେଳରତ୍ନ ପୁରସ୍କାର ବିଜୟିନୀ ମନିକା ବାତ୍ରା ଭାରତର ପ୍ରତିନିଧିତ୍ବ କରିବେ । ଦୀପକ କୁମାର 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ପ୍ରତିନିଧିତ୍ବ କରିବେ । ଆମୋଜ ଜକାବ ଓ ସାର୍ଥକ ବାମ୍ବ୍ରୀ 4X400 ମିଟର ରିଲେ ଦୌଡରେ ପ୍ରତିନିଧିତ୍ବ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.