ହାଇଦ୍ରାବାଦ: ଆଉ ମାତ୍ର କିଛି ସମୟ ପରେ ଟୋକିଓ ଅଲମ୍ପିକର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ । ଗତବର୍ଷ ଏହି ମେଗା ଇଭେଣ୍ଟ ହେବାନେଇ ସୂଚୀ ରହିଥିଲା । ମାତ୍ର COVID-୧୯ର ଭୟାଭୟତା ଯୋଗୁଁ ସମ୍ଭବ ହୋଇପାରିନଥିଲା । ତେବେ କୋଭିଡ ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଥିବାବେଳେ ସମାନ ଉତ୍ସାହର ସହ ସମ୍ମାନଜନକ ବହୁଦେଶୀୟ ଇଭେଣ୍ଟ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଯାଉଛି ।
ତେବେ ସ୍ଥଗିତ ହେବାର ଗୋଟିଏ ବର୍ଷ ବିତିସାରିଥିଲେ ମଧ୍ୟ ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ଏପରିକି ଅଲମ୍ପିକ ଭେନ୍ୟୁ ଟୋକିଓରେ ମଧ୍ୟରେ COVID-19 ଭୁତାଣୁ ପ୍ରବେଶ କରିସାରିଛି ।
ତେବେ ସଂକ୍ରମଣର ଭୟ ସତ୍ତ୍ବେ, ଅଲମ୍ପିକ ଆରମ୍ଭ ହେବାକୁ ଯାଉଛି ।
ସଭାପତି ଥୋମାସ ବାଚ୍ ଅଲମ୍ପିକ ଆୟୋଜନ ସପକ୍ଷରେ ମତ ଦେଇଥିଲେ ମଧ୍ୟ ଜାପାନ ଜନସଂଖ୍ୟାର ଏକ ବଡ ଅଂଶ କୋଭିଡ ସମୟରେ ଅଲମ୍ପିକ ଆୟୋଜନକୁ ବିରୋଧ କରିଥିଲେ ।
ନଜର ପକାନ୍ତୁ ଇଟିଭି ଭାରତ ପ୍ରସ୍ତୁତ କରିଥିବା ଟୋକିଓ ଅଲମ୍ପିକର ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଓ ଭାରତୀୟ ପ୍ରତିନିଧିତ୍ବ ବିଷୟରେ...
କେତେବେଳେ ୨୦୨୦ ଟୋକିଓ ଅଲମ୍ପିକ ଆରମ୍ଭ ହେବ ?
- 2020 ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୨୩ରେ ଉଦ୍ଘାଟନୀ ସମାରୋହ ଓ ଅଗଷ୍ଟ ୮ରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ । ଉଦ୍ଘାଟନୀ ସମାରୋହ ପୂର୍ବରୁ ସପ୍ଟବଲ, ତୀରନ୍ଦାଜ ଭଳି କିଛି ଇଭେଣ୍ଟ ଖେଳାଯିବାର ସୂଚୀ ରହିଛି ।
କେତେବେଳେ ଟୋକିଓ ଅଲମ୍ପିକ୍ ୨୦୨୦ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ ?
- ଟୋକିଓ ଅଲମ୍ପିକ ୨୦୨୦ ଉଦ୍ଘାଟନୀ ସମାରୋହ ଜୁଲାଇ ୨୩(ଶୁକ୍ରବାର) ଜାପାନର ନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
କେତୋଟି ଦେଶ ଅଂଶଗ୍ରହଣ କରୁଛନ୍ତି ?
- 206ଟି ଦେଶ
କେତେ ସଂଖ୍ୟକ ଆଥଲେଟ୍ ଏହି ଖେଳରେ ଅଂଶଗ୍ରହଣ କରୁଛନ୍ତି ?
-୪୧ଟି ଭିନ୍ନ ଖେଳରେ 11,091ଜଣ ଆଥଲେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
ଗ୍ରୀଷ୍ମକାଳୀନ ଅଲମ୍ପିକରେ କେଉଁ ସବୁ କ୍ରୀଡା ଇଭେଣ୍ଟ ଖେଳାଯିବ ?
30ରୁ ଅଧିକ କ୍ରୀଡା ଇଭେଣ୍ଟ ବିଭିନ୍ନ ବର୍ଗରେ ଆୟୋଜିତ ହେବ । ତାଲିକାରେ ରହିଛି: ଆକ୍ବାଟିକ୍ସ(୪୯), ତୀରନ୍ଦାଜ(୫), ଆଥଲେଟିକ୍ସ(୪୮), ବ୍ୟାଡମିଣ୍ଟନ(୫), ବେସ୍ବଲ/ସପ୍ଟବଲ(୨), ବାସ୍କେଟବଲ(୪), ବକ୍ସିଂ(୧୩), କାନୋଏଇଂ(୧୬), ସାଇକେଲିଂ(୨୨), ଇକ୍ବିଏଷ୍ଟ୍ରିଆନ(୬), ଫେନ୍ସିଂ(୧୨), ଫିଲ୍ଡ ହକି(୨), ଫୁଟବଲ(୨), ଗୋଲ୍ଫ(୨), ଜିମ୍ନାଷ୍ଟିକ୍ସ(୧୮), ହ୍ୟାଣ୍ଡବଲ୍(୨), ଜୁଡୋ(୧୫), କରାଟେ(୮), ପେଣ୍ଟାଥଲନ(୨), ରୋଇଂ(୧୪), ରଗବି(୨), ସେଲିଂ(୧୦), ସୁଟିଂ(୧୫), ସ୍କେଟବୋର୍ଡିଂ(୪), ସ୍ପୋର୍ଟ କ୍ଲାଇମ୍ବିଂ(୨), ସର୍ଫିଂ(୨), ଟେବୁଲି ଟେନିସ(୫), ତାଇକୋଣ୍ଡୋ(୮), ଟେନିସ(୫), ଟ୍ରାଇଥଲନ(୩), ଭଲିବଲ (୪), ଭାରୋତ୍ତୋଳନ(୧୪) ଓ କୁସ୍ତି(୧୮) ।
ଭାରତୀୟ ଅଲମ୍ପିକ ଟିମ
- ଭାରତ ସର୍ବାଧିକ ସଂଖ୍ୟକ-୧୨୭ ଆଥଲେଟ ଟୋକିଓ ଅଲମ୍ପିକ୍ସକୁ ପଠାଇଛି । ଫଳରେ ବିଶାଳ ଭାରତୀୟ ଅଲମ୍ପିକ ଟିମ ଠାରୁ ଅଧିକ ମେଡାଲ ଆଶା କରୁଛନ୍ତି ଦେଶବାସୀ ।
- ଅଲମ୍ପିକ ଅଂଶଗ୍ରହଣ ଠାରୁ ଏଯାବତ ଭାରତ ମାତ୍ର ୨୮ଟି ମେଡାଲ ଜିତିପାରିଛି । ଯଦି ମେଡାଲ ସଂଖ୍ୟା ଏଥର ଦୁଇଅଙ୍କ ଛୁଇଁବ ତେବେ ଉତ୍ସବ ଜୋରଦାର ହେବ ।
- ଭାରତୀୟ ଟିମରେ ଅଭିଜ୍ଞ ଓ ନବାଗତ ଖେଳାଳି ରହିଛନ୍ତି । ସୁଟିଂରେ ଟିମରେ ୧୫ ସଦସ୍ୟ ରହିଥିବାରୁ ବିଜୟର ସମସ୍ତ ଚାପ ସହିତ ଯୁବ ଖେଳାଳି କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
- ବକ୍ସିଂ ଟିମରେ ଭେଟେରାନ ମେରୀ କମ୍ ଓ ଅମିତ ପଙ୍ଘଲଙ୍କ ଭଳି ଖେଳାଳିଙ୍କ ଠାରୁ ନିଶ୍ଚିନ୍ତ ମେଡାଲ ଆଶା ରଖିଛି ଭାରତ । ସୁଟିଂ ପରେ ବକ୍ସିଂରେ ଭାରତକୁ ମେଡାଲ ମିଳିବାର ସର୍ବାଧିକ ସମ୍ଭାବନା ରହିଛି ।
- କୁସ୍ତି, ଟେନିସ, ଟେବୁଲ ଟେନିସ ଗୋଲ୍ଫ ସୁଇମିଂ ଭଳି ଖେଳରେ ମଧ୍ୟ ଭାରତ ମେଡାଲ ଆଶା ରଖିଛି । ହକି ଭାରତର ଅଲମ୍ପିକରେ ଶକ୍ତି ରହିଆସିଛି । ତେବେ ୧୯୮୦ ପରେ ହକିରେ ପଦକ ମରୁଡି ଦେଖାଦେଇଛି ।
- ଉଭୟ ମନପ୍ରୀତ ସିଂହ ଓ ରାନୀ ରାମପାଲ ଚମତ୍କାର ଢଙ୍ଗରେ ଗତ ଦୁଇବର୍ଷ ମଧ୍ୟରେ ଟିମର ନେତୃତ୍ବ ନେବାପରେ ପ୍ରଦର୍ଶନରେ ସୁଧାର ଆସିଛି । ଫଳରେ ଟୋକିଓରେ ପୂର୍ବ ଚମକ ଫେରିବା ସହ ମେଡାଲ ଆଶ ରଖିଛି ଦେଶ ।
ଅଲମ୍ପିକ ଉଦ୍ଘାଟନୀ ସମାରୋହରେ ଭାରତର କିଏ ରହିବେ ଭାରତର ଧ୍ବଜା ବାହକ ?
--ମହାନ ମହିଳା ବକ୍ସର ଏମସି ମେରୀ କମ ଓ ଭାରତୀୟ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଜାପାନ ନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଉଦ୍ଘାଟନୀ ସମାରୋହରେ ଭାରତର ଧ୍ବଜା ବାହକ ରହିବେ ।
ଉଦ୍ଘାଟନୀ ସମାରୋହରେ ଭାରତୀୟ ଅଲମ୍ପିକ ଟିମରୁ କେତେଜଣ ଖେଳାଳି ଅଂଶଗ୍ରହଣ କରିବେ ?
-ସମାରୋହରେ ୧୯ଜମ ଭାରତୀୟ ଖେଳାଳି ନଜର ଆସିବେ । ଶନିବାର ଭାରତୀୟ ପ୍ୟାଡଲର ସରତ କମଲ ଓ ମନିକା ବାତ୍ରାଙ୍କ ମିଶ୍ରିତ ଯୁଗଳ ମ୍ୟାଚ ଥିବାରୁ ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ ନାହିଁ । ଟେନିସ ଖେଳାଳି ଅଙ୍କିତା ରାଇନା ଟେବୁଲ ଟେନିସ ଷ୍ଟାରଙ୍କ ସ୍ଥାନରେ ନଜର ଆସିବେ ।
ଅମିତ, ଆଶିଷ କୁମାର, ମେରୀ କମଙ୍କ ସମେତ ମୋଟ ୮ଜଣ ବକ୍ସର ସମାରୋହରେ ସାମିଲ ହେବେ । ୬ଜଣ ଅଧିକାରୀ ମଧ୍ୟ ଖେଳାଳିଙ୍କ ସହ ସମାରୋହରେ ରହିବେ ।
ତୀରନ୍ଦାଜ, ସୁଟର, ସର୍ଟଲର ଓ ହକି ଖେଳାଳି(ମନପ୍ରୀତଙ୍କ ବ୍ୟତୀତ) ଟୋକି ଅଲମ୍ପିକ ୨୦୨୦ ଓପନିଂ ସେରିମନିରେ ଅଂଶଗ୍ରହଣ କରିବେ ନାହିଁ ।
ଉଦଘାଟନୀ ସମାରୋହରେ କେତେଜଣ ଆଥଲେଟ୍ ଅଂଶଗ୍ରହଣ କରିବେ ?
-ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଶାଇ ମୋଟ ପ୍ରାୟ ୯୫୦ଜଣ ସଦସ୍ୟଙ୍କୁ ମୁଖ୍ୟ ଷ୍ଟାଡିୟମରେ ଟୋକିଓ ଅଲମ୍ପିକ ଉଦ୍ଘାଟନୀ ଉତ୍ସବରେ ସାମିଲ ହେବାକୁ ଅନୁମତି ମିଳିଛି । ଟୋକିଓ ୨୦୨୦ର ମୁଖ୍ୟ ହିଦେମାସା ନାକାମୁରା ସଂକ୍ଷିପ୍ତ ପ୍ରେସବାର୍ତ୍ତା ରଖିବେ । ଏଥିସହ କେବଳ ଅଲମ୍ପିକରେ ଅଂଶଗ୍ରହଣ କରୁଥିବା ଆଥଲେଟ୍ ହିଁ ଷ୍ଟାଡିୟମରେ ରହିବେ ।
କେଉଁଠାରେ ଲାଇଭ ପ୍ରସାରଣ ଦେଖାଯାଇପାରିବ ?
-ଭାରତରେ Sony Ten ଚ୍ୟାନେଲ୍ରେ ଲାଇଭ ପ୍ରସାରଣ ଦେଖାଯାଇପାରିବ ।
ପରବର୍ତ୍ତୀ ଗ୍ରୀଷ୍ମକାଳୀନ ଅଲମ୍ପିକ କେଉଁଠାରେ ଆୟୋଜିତ ହେବ ?
-ପରବର୍ତ୍ତୀ ଗ୍ରୀଷ୍ମକାଳୀନ ଅଲମ୍ପିକ ୨୦୨୪ ପ୍ୟାରିସରେ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ