ଟୋକିଓ: ଚିନ୍ତା ବଢାଉଛି କୋରୋନା ଭାଇରସ । ବିଶ୍ବବ୍ୟାପି ବ୍ୟାପିବାରେ ଲାଗିଛି ଏହି ଭାଇରସ । ଏକାଧିକ କ୍ରୀଡା ଇଭେଣ୍ଟ ଏହି କୋରୋନା ଭାଇରସରେ ପ୍ରଭାବିତ ହୋଇଛି । ଅନେକ କ୍ରୀଡା ଟୁର୍ଣ୍ଣାମେଣ୍ଟର ସମୟ ସୂଚୀରେ ପରିବର୍ତ୍ତନ କରାଯାଇଛି । ସଦ୍ୟତମ ସୂଚନା ଅନୁଯାୟୀ ଟୋକିଓ ଅଲମ୍ପିକର ସମୟ ସୂଚୀରେ ପରିବର୍ତ୍ତନ ହୋଇପାରେ ।

ପୂର୍ବରୁ ଜୁଲାଇ 24 ହେବାକୁ ଥିବା ଏହି ସମ୍ମାନଜନକ କ୍ରୀଡା ଇଭେଣ୍ଟକୁ ବର୍ଷ ଶେଷ ଆଡକୁ ଘୁଞ୍ଚାଇ ଦିଆଯିବା ନେଇ ସମ୍ଭାବନା ରହିଛି । ଏନେଇ ଜାପାନର ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ତର୍ଜାତୀୟ ଅଲମ୍ପିକ କମିଟି (IOC) ଆୟୋଜକ ଟୋକିଓ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନିଟକରେ ଆଇଓସି ସଭାପତି ଥୋମାସ ବାଚ ଅଲମ୍ପିକ୍ସ ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ବୋଲି କହିଥିଲେ ।

ଅଲମ୍ପିକ୍ସ ଗେମ୍, 2020ର ବଜେଟ ରହିଛି 1.35 ଟ୍ରିଲିୟନ ୟେନ । ଜାପାନ ସରକାର 120 ବିଲିୟନ ୟେନ ଖର୍ଚ୍ଚ କରି ଅଲମ୍ପିକ୍ସ ଷ୍ଟାଡିୟମର ନିର୍ମାଣ କରିଛନ୍ତି । ଏପରି ସ୍ଥିତିରେ ଭେନ୍ୟୁରେ ପରିବର୍ତ୍ତନ କିମ୍ବା ଅନତ୍ର ସ୍ଥାନାନ୍ତର ମହଙ୍ଗା ସାବ୍ୟସ୍ତ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ