ETV Bharat / sports

ଅଲମ୍ପିକ୍ସରେ ଭାରତୀୟ ଆଥଲେଟ୍‌ କରିବେ ଶ୍ରେଷ୍ଠ ପ୍ରଦର୍ଶନ: କ୍ରୀଡାମନ୍ତ୍ରୀ

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଆଥଲେଟ୍‌ ଶ୍ରେଷ୍ଠ ପ୍ରଦର୍ଶନ କରିବା ନେଇ ଭାରତ ସରକାର ଏନେଇ ଦୃଢ ଆଶାବାଦୀ । ଅଧିକ ପଢନ୍ତୁ...

author img

By

Published : Jul 19, 2021, 11:03 PM IST

Tokyo Olympics: Confident and hopeful that athletes will put in their best performance, says Anurag Thakur
ଅଲମ୍ପିକ୍ସରେ ଭାରତୀୟ ଆଥଲେଟ୍‌ ଶ୍ରେଷ୍ଠ ପ୍ରଦର୍ଶନ କରିବେ: କ୍ରୀଡାମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଆଥଲେଟ୍‌ ଶ୍ରେଷ୍ଠ ପ୍ରଦର୍ଶନ କରିବେ । ଭାରତ ସରକାର ଏନେଇ ଦୃଢ ଆଶାବାଦୀ ଥିବା କହିଛଠନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ।

ଭାରତୀୟ ଖେଳାଳି ମୋଟ ୧୮ଟି ଇଭେଣ୍ଟ- ତୀରନ୍ଦାଜ, ଆଥଲେଟିକ୍ସ, ବକ୍ସିଂ, ବ୍ୟାଡମିଣ୍ଟନ, ଇକ୍ୟୁଏଷ୍ଟ୍ରିଆନ, ଫେନ୍ସିଂ, ଗୋଲଫ୍‌, ଜିମ୍ନାଷ୍ଟିକ୍ସ, ହକି, ଜୁଡୋ, ରୋଇଂ, ସୁଟିଂ, ସେଲିଂ, ସୁଇମିଂ, ଟେବୁଲ ଟେନିସ, ଭାରୋତ୍ତଳନ ଓ କୁସ୍ତିରେ ଅଂଶଗ୍ରହଣ କରିବେ ।

ରାଜ୍ୟସଭାରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଲିଖିତ ଉତ୍ତରରେ କହିଛନ୍ତି, " ଭାରତୀୟ ସରକାର ଖେଳାଳି ଓ ସେମାନଙ୍କର ଟ୍ରେନିଂ ପାଇଁ ଟିମ୍‌କୁ ସମସ୍ତ ସହଯୋଗ କରିଛନ୍ତି । ଏପରିକି ବିଦେଶରେ ପ୍ରସ୍ତୁତି ଓ ପ୍ରତିଯୋଗିତା ମଧ୍ୟ ଉପଲବ୍ଧ କରାଯାଇଛି । ଏଥିସହ ସର୍ବାଧିକ ସଂଖ୍ୟାରେ ଅଲମ୍ପିକ୍ସ ଅଂଶଗ୍ରହଣକାରୀଙ୍କୁ ଟୋକିଓ ପଠାଇ ପଦକ ବିଜୟ ସମ୍ଭାବନାକୁ ବୃଦ୍ଧି କରାଯାଇଛି ।"

ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ମେଗା ବହୁଦେଶୀୟ କ୍ରୀଡା ପ୍ରତିଯୋଗିତା ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବ । ଗତବର୍ଷ ଏହି ଇଭେଣ୍ଟ ହେବାନେଇ ସୂଚୀ ରହିଥିଲା ମାତ୍ର COVID-19 ସଂକ୍ରମଣ ଭୟ ଯୋଗୁଁ ସମ୍ଭବ ହୋଇପାରିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.