ହାଇଦ୍ରାବାଦ: କୋରୋନା ଭାଇରସ ଯୋଗୁଁ ବିଶ୍ବକ୍ରୀଡାର ସମ୍ମାନଜନକ କ୍ରୀଡା ଇଭେଣ୍ଟ ଅଲମ୍ପିକ ପ୍ରଭାବିତ ହେବାରେ ଲାଗିଛି । ୟୁରୋପ ବକ୍ସରଙ୍କ ଟୋକିଓ ଅଲମ୍ପିକ-2020 ବକ୍ସିଂ କ୍ୟାଲିଫାୟର ମ୍ୟାଚକୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) ବାତିଲ କରିଛି ।
ମାର୍ଚ୍ଚ 14ରୁ 24 ପର୍ଯ୍ୟନ୍ତ ଏହି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବାର ଥିଲା । ଲଣ୍ଡନର କୁଇନ ଏଲିଜାବେଥ ଅଲମ୍ପିକ ପାର୍କରେ ଏହି ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଏହିକୁ ବାତିଲ କରାଯାଇଥିବା ସ୍ପଷ୍ଟ କରିଛି ଆଇଓସି ।