ETV Bharat / sports

ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପ ଭାରତୀୟ ଟିମରେ ୩ ଓଡିଆ

author img

By

Published : Nov 16, 2021, 10:26 PM IST

ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପ୍-୨୦୨୧ରେ ଓଡିଶାରୁ ୩ ଜଣ ଖେଳାଳି ପ୍ରତିନିଧତ୍ଵ କରିବେ । ଇଟାଲୀର ପିସା ସହରରେ ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ । ଅଧିକ ପଢନ୍ତୁ

Three Odia players in india's Wheelchair Fencing World Cup team
ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପ ଭାରତୀୟ ଟିମରେ ୩ ଓଡିଆ

ଭୁବନେଶ୍ବର: ହ୍ବିଲ୍ ଚେୟାର ଫେନ୍ସିଂ ବିଶ୍ଵକପ୍-୨୦୨୧ରେ ଓଡିଶାରୁ ୩ ଜଣ ଖେଳାଳି ପ୍ରତିନିଧତ୍ଵ କରିବେ । ଇଟାଲୀର ପିସା ସହରରେ ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ଵକପ୍ ଟୁର୍ନାମେଣ୍ଟରେ ଭାରତୀୟ ଦଳରେ ବିଭିନ୍ନ ରାଜ୍ୟରୁ ୧୧ ଜଣ ଖେଳାଳି ସାମିଲ ହେଇଛନ୍ତି। ସେ ମଧ୍ୟରୁ ଓଡ଼ିଶାରୁ ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି ।

ସେମାନେ ହେଲେ ଭି.ରମେଶ ରାଓ, ରାଖାଲ୍ କୁମାର ସେଠୀ ଓ ପୂଜାସ୍ବନୀ ନାୟକ । ରମେଶ ରାଓ ୨୦୨୦-୨୧ ଜାତୀୟ ଚାମ୍ପିଅନସିପ୍‌ରେ ୪ଟି ପଦକ ହାସଲ କରିଥିଲା ବେଳେ ରାଖାଲ ଓ ପୂଜାସ୍ବନୀ ବ୍ୟକ୍ତିଗତ ଓ ଦଳଗତ ବର୍ଗରେ ୬ଟିଲେଖାଏଁ ପଦକ ହାସଲ କରିଥିଲେ ।

ଏହି ବିଶ୍ବକପ୍ ପୂର୍ବରୁ ଗୋଟିଏ ମାସ ଧରି ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରୁ ଚୟନ ହୋଇଥିବା ୩ ଖେଳାଳି ଜାତୀୟ ଅଭ୍ୟାସ ଶିବିରରେ ଭଲ ଅଭ୍ୟାସ କରିଥିବା କହିଛନ୍ତି ।

ଓଡ଼ିଶାର ଖେଳାଳି ମାନେ ବିଶ୍ବପରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତିଓଡ଼ିଶା ପାରା ସ୍ପୋର୍ଟସ ସଂଘ ର ସଭାପତି କମଳା କାନ୍ତ ରଥ ଓ ସମ୍ପାଦକ ଲୋକନାଥ ମହାନ୍ତି । ସଂଘର ସଦସ୍ୟ ମାନେ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ରାଜ୍ୟ ପାଇଁ ପଦକ ଆଣିବେ ବୋଲି ଆଶାବାଦୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.