ETV Bharat / sports

ଖେଳାଳିଙ୍କୁ ପ୍ରେରିତ କରିବ ପ୍ରୋତ୍ସାହନ ଓ ପୁରସ୍କାର: ପଦ୍ମଶ୍ରୀ ପ୍ରମୋଦ ଭଗତ

ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର 'ପ୍ରଦ୍ମଶ୍ରୀ' ସମ୍ମାନରେ ସମ୍ମାନୀତ ହୋଇଥିବା ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ସର୍ଟଲର ପ୍ରମୋଦ ଭଗତ କହିଛନ୍ତି, ସରକାରୀ ପ୍ରୋତ୍ସାହନ ଓ ପୁରସ୍କାର ଯୁବ ଖେଳାଳିଙ୍କୁ ପ୍ରେରିତ କରିବ । ଅଧିକ ପଢନ୍ତୁ

The government has appreciated our achivements, this will motivate the young athletes in india
ଭବିଷ୍ୟତ ଭାରତର ଖେଳାଳିଙ୍କୁ ପ୍ରେରିତ କରିବ ପ୍ରୋତ୍ସାହନ ଓ ପୁରସ୍କାର: ପଦ୍ମଶ୍ରୀ ପ୍ରମୋଦ ଭଗତ
author img

By

Published : Mar 29, 2022, 5:18 PM IST

ନୂଆଦିଲ୍ଲୀ: ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର 'ପ୍ରଦ୍ମଶ୍ରୀ' ସମ୍ମାନରେ ସମ୍ମାନୀତ ହୋଇଥିବା ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ସର୍ଟଲର ପ୍ରମୋଦ ଭଗତ କହିଛନ୍ତି, ସରକାରୀ ପ୍ରୋତ୍ସାହନ ଓ ପୁରସ୍କାର ଯୁବ ଖେଳାଳିଙ୍କୁ ପ୍ରେରିତ କରିବ । ଷ୍ଟାର ଭାରତୀୟ ଆଥଲେଟ୍‌ ପ୍ରମୋଦଙ୍କୁ ଅକ୍ଟୋବର ୨୦୨୧ରେ ମଧ୍ୟ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା । ଫଳରେ ଏବେ ପ୍ରମୋଦ ସମ୍ମାନଜନକ 'ପଦ୍ମଶ୍ରୀ' ଆୱାର୍ଡ ପାଇବାରେ ପ୍ରଥମ ପାରା-ବ୍ୟାଡମିଣ୍ଟନ ଆଥଲେଟ୍‌ ହୋଇଛନ୍ତି ।

ପ୍ରମୋଦ କହିଛନ୍ତି, "ପ୍ରଦ୍ମଶ୍ରୀ ପାଇଥିବାରୁ ଅତ୍ୟନ୍ତ ଗର୍ବିତ ଓ କୃତଜ୍ଞ । ପାରାଲିମ୍ପିକ୍‌ସରେ ଭାରତ ୫ଟି ସ୍ବର୍ଣ୍ଣ ପଦକ ସମେତ ମୋଟ ୧୯ଟି ପଦକ ଜିତିଥିଲା । ସରକାର ଆମର ଉପଲବ୍ଧିକୁ ପ୍ରଶଂସା କରିଛନ୍ତି, ଏହା ଭାରତର ଯୁବ ଆଥଲେଟମାନଙ୍କୁ ପ୍ରେରିତ କରିବ ।" ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବରେ ପ୍ରମୋଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.