ETV Bharat / sports

କ୍ରୀଡାମନ୍ତ୍ରୀଙ୍କ ଅଚନାକ କଳିଙ୍ଗ ଷ୍ଟାଡିୟମ ଗସ୍ତ - kalinga stadium

ଶନିବାର ପୂର୍ବାହ୍ନରେ ଷ୍ଟାଡିୟମ ଗସ୍ତରେ ଆସି ଭିତ୍ତିଭୂମି ଏବଂ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି କ୍ରୀଡାମନ୍ତ୍ରୀଙ୍କ ତୁଷାରକାନ୍ତୀ ବେହେରା ।

କ୍ରୀଡାମନ୍ତ୍ରୀଙ୍କ ଅଚନାକ କଳିଙ୍ଗ ଷ୍ଟାଡିୟମ ଗସ୍ତ
author img

By

Published : Sep 28, 2019, 7:31 PM IST

ଭୁବନେଶ୍ବର: କ୍ରୀଡାମନ୍ତ୍ରୀଙ୍କ ଅଚନାକ କଳିଙ୍ଗ ଷ୍ଟାଡିୟମ ଗସ୍ତ । ଆଜି (ଶନିବାର) ପୂର୍ବାହ୍ନରେ ଷ୍ଟାଡିୟମ ଗସ୍ତରେ ଆସି ବିଭିନ୍ନ ଭିତ୍ତିଭୂମି ଏବଂ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା । ଆଗାମୀ ନଭେମ୍ବର ୨୦୨୦ରେ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଫିଫା 17 ବର୍ଷରୁ କମ ମହିଳା ବିଶ୍ୱକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲାଗି ପଡ଼ିଆ ପ୍ରସ୍ତୁତି, ଷ୍ଟାଡିୟମ୍‌ର ଆଧୁନିକୀକରଣ ଏବଂ ପୁନର୍ନିମାଣ କାର୍ଯ୍ୟର ସମୀକ୍ଷା କରିଥିଲେ କ୍ରୀଡାମନ୍ତ୍ରୀ ।

କ୍ରୀଡାମନ୍ତ୍ରୀଙ୍କ ଅଚନାକ କଳିଙ୍ଗ ଷ୍ଟାଡିୟମ ଗସ୍ତ
ଫଟୋ ସୌଜନ୍ୟ- ସମ୍ବାଦଦାତା ଭୁବନେଶ୍ବର

ଅନ୍ୟପଟେ ନୂତନ କରି ପ୍ରତିଷ୍ଠା ହେବାକୁଥିବା ଡାଲମିଆ ଭାରତ-ଗୋପୀଚାନ୍ଦ ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍‌ ଏକାଡେମୀ ପାଇଁ ଥିବା ୩ ଏକର ଜାଗା ବୁଲି ଦେଖିଛନ୍ତି କ୍ରୀଡାମନ୍ତ୍ରୀ । ସେହିପରି ଗଗନ ନାରଙ୍ଗ ସୁଟିଙ୍ଗ୍‌ ହାଇ-ପରଫରମାନ୍ସ ସେଣ୍ଟରର ଆଭ୍ୟନ୍ତର କାର୍ଯ୍ୟ, ଗେଟ୍‌ ନଂ-୧ ନିକଟସ୍ଥ ହାଇ-ପରଫରମାନ୍ସ ହଷ୍ଟେଲ୍‌, ବହୁମୁଖୀ ଇନ୍‌ଡୋର ହଲ୍‌ ନିର୍ମାଣ ଆଦି ବିଷୟରେ ଅଧିକାରୀଙ୍କଠାରୁ ପାଚାରି ବୁଝିଥିଲେ ମନ୍ତ୍ରୀ । ଏଥିସହିତ ନାଭାଲ୍‌ ଟାଟା ହକି ଏକାଡେମୀ ନିମନ୍ତେ ହେବାକୁ ଥିବା ୧୧ ମହଲା ବିଶିଷ୍ଟ କୋଠାର ନିର୍ମାଣର ସଦ୍ୟତମ ବିଷୟରେ ଅବଗତ ହୋଇଥିଲେ ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ କ୍ରୀଡ଼ା ବିଭାଗ ଉପ-ଶାସନ ସଚିବ ରଞ୍ଜିତ ପରିଡ଼ା ଏବଂ କଳିଙ୍ଗ ଷ୍ଟାଡିୟମ୍‌ର ଅଫିସର ଇନ୍‌ଚାର୍ଯ୍ୟ ବାରିଜ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ୍‌କୁ ଅଚାନକ ଗସ୍ତ କରିବା ସହ ବିଭିନ୍ନ ଭିତ୍ତିଭୂମି ଏବଂ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ଆସନ୍ତା ନଭେମ୍ବର ୨୦୨୦ରେ ହେବାକୁ ଥିବା ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲାଗି ପଡ଼ିଆ ପ୍ରସ୍ତୁତି, ଷ୍ଟାଡିୟମ୍‌ର ଆଧୁନିକୀକରଣ ଏବଂ ପୁନର୍ନିମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ନୂତନ କରି ପ୍ରତିଷ୍ଠା ହେବାକୁ ଥିବା ଡାଲମିଆ ଭାରତ ଗୋପୀଚାନ୍ଦ ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍‌ ଏକାଡେମୀ ପାଇଁ ଥିବା ୩ ଏକର ପରିମିତ ଜାଗା ବୁଲି ଦେଖିବା ସହ ଗଗନ ନାରଙ୍ଗ ସୁଟିଙ୍ଗ୍‌ ହାଇ-ପରଫରମାନ୍ସ ସେଣ୍ଟରର ଅଭ୍ୟନ୍ତର କାର୍ଯ୍ୟ, ଗେଟ୍‌ ନଂ-୧ ନିକଟସ୍ଥ ହାଇ-ପରଫରମାନ୍ସ ହଷ୍ଟେଲ୍‌, ବହୁମୁଖୀ ଇନ୍‌ଡୋର ହଲ୍‌ ନିର୍ମାଣ ଆଦି ବିଷୟରେ ଅଧିକାରୀଙ୍କଠାରୁ ପାଚାରି ବୁଝିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ନାଭାଲ୍‌ ଟାଟା ହକି ଏକାଡେମୀ ନିମନ୍ତେ ହେବାକୁ ଥିବା ୧୧ ମହଲା ବିଶିଷ୍ଟ କୋଠାର ନିର୍ମାଣର ସଦ୍ୟତମ ବିଷୟରେ ଅବଗତ ହୋଇଥିଲେ । ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ କ୍ରୀଡ଼ା ବିଭାଗ ଉପ ଶାସନ ସଚିବ ରଞ୍ଜିତ ପରିଡ଼ା ଏବଂ କଳିଙ୍ଗ ଷ୍ଟାଡିୟମ୍‌ର ଅଫିସର ଇନ୍‌ଚାର୍ଯ୍ୟ ବାରିଜ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।Body:HConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.