ETV Bharat / sports

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ - ବଜରଙ୍ଗ ପୁନିଆ

ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ। 25 ବର୍ଷିୟ ବଜରଙ୍ଗ ପୁନିଆ କୁସ୍ତିରେ ଲଗାତାର ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 16, 2019, 7:38 PM IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ। କ୍ରୀଡା କ୍ଷେତ୍ରରେ ଏହି ସର୍ବୋଚ୍ଚ ସମ୍ମାନ ଚଳିତ ବର୍ଷ ପୁନିଆଙ୍କୁ ପ୍ରଦାନ କରାଯିବ । 25 ବର୍ଷୀୟ ବଜରଙ୍ଗ ପୁନିଆ କୁସ୍ତିରେ ଲଗାତାର ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି ।

ଭାରତୀୟ କୁସ୍ତି ମହାସଂଘ ଏହି ସମ୍ମାନଜନକ ଆୱାର୍ଡ ପାଇଁ ବଜରଙ୍ଗ ପୁନିଆ ଓ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାୟଙ୍କ ନାମ ସୁପାରିଶ କରିଥିଲା । ପୁନିଆ ନିକଟରେ ତିବଲିସ ଗ୍ରାଣ୍ଡ ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ।

ବଜରଙ୍ଗ ପୁନିଆ ନିଜ ଭାର ବର୍ଗରେ ନଂ1 ରହିଛନ୍ତି । ଚାଇନାରେ ହୋଇଥିବା ଏସିଆନ ଚମ୍ପିଆନସିପରେ ପୁନିଆ ବିଜେତା ହୋଇ ଭାରତର ଗୌରବ ବଢାଇଥିଲେ । ଗତ ବର୍ଷ ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ପୁନିଆ ସ୍ବର୍ଣ୍ଣ ପଦକ ଜିତିଥିଲେ ।
ଗତ ବର୍ଷ ବିରାଟ କୋହଲି ଓ ଭାର ଉତ୍ତୋଳନକାରୀ ମିରାବାଇ ଚାନୁ ଭାରତୀୟ କ୍ରୀଡାର ଏହି ସମ୍ମାନଜନକ ଆୱାର୍ଡରେ ସମ୍ମାନିତ ହୋଇଥିଲେ ।

Intro:Body:

BREAKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.