ETV Bharat / sports

ଡୋପ ଟେଷ୍ଟ, ଦୂତୀଙ୍କ ପରେ ଦୌଡରାଣୀ ହିମା ଦାସ ବାସନ୍ଦ - ଡୋପ ଟେଷ୍ଟରେ ହିମା ଦାସ ବିଫଳ

ଦୂତୀ ଚାନ୍ଦଙ୍କ ପରେ ଦେଶର ଆଉ ଜଣେ ଆଗ ଧାଡିର ଧାବିକା ହିମା ଦାସ ଡୋପ ଟେଷ୍ଟରେ ବିଫଳ ହେବାରୁ ବାସନ୍ଦ ହୋଇଛନ୍ତି । ଅଧିକ ପଢନ୍ତୁ

hima das suspended by NADA
ହିମା ଦାସ ବାସନ୍ଦ
author img

By ETV Bharat Odisha Team

Published : Sep 6, 2023, 7:24 AM IST

ନୂଆଦିଲ୍ଲୀ: ଦୌଡରାଣୀ ହିମା ଦାସଙ୍କୁ ଛଟକା । ଦୂତୀ ଚାନ୍ଦଙ୍କ ପରେ ଦେଶର ଆଉ ଜଣେ ଆଗ ଧାଡିର ଧାବିକା ଡୋପ ଟେଷ୍ଟରେ ଛନ୍ଦି ହୋଇଛନ୍ତି । ଜାତୀୟ ରେକର୍ଡ ଧାରୀ ଅଲମ୍ପିଆନ ଦୂତୀ ଚାନ୍ଦଙ୍କ ପରେ ଏସିଆଡ ଗେମ୍ସ ବିଜେତା ହିମା ଦାସ ବାସନ୍ଦ ହୋଇଛନ୍ତି । ନାଡା (ଜାତୀୟ ଡୋପ ନିରୋଧୀ ସଂସ୍ଥା) ତାଙ୍କୁ ସାମୟିକ ବାସନ୍ଦ କରିଛି । ସେ ଗତ 12 ମାସ ମଧ୍ୟରେ 3 ଥର ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ସାମିୟକ ବାସନ୍ଦ ହୋଇଛି ତଥାପି ସେ 2 ବର୍ଷ ବାସନ୍ଦ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ତାଙ୍କୁ କେଉଁ କାରଣକୁ ବାସନ୍ଦ କରାଯାଇଛି ନାଡା ପକ୍ଷରୁ ତାହା ସ୍ପଷ୍ଟ ଜଣାପଡିନାହିଁ । କାରଣ ଯାହା ବି ହେଉ ସେ ହିମାଙ୍କୁ ଦୁଇ ବର୍ଷ ବାସନ୍ଦ ହେବାକୁ ପଡିବ ବୋଲି କୁହାଯାଉଛି । ଦୂତା ଚାନ୍ଦଙ୍କ ଡୋପ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ତେଣୁ ତାଙ୍କୁ 4 ବର୍ଷ ବାସନ୍ଦ କରାଯାଇଛି । ହିମାଙ୍କ କ୍ଷେତ୍ରରେ ଡୋପ ପରୀକ୍ଷା ନୁହେଁ ନାଡାର ନିୟମ ଭଙ୍ଗ ହୋଇପାରେ ବୋଲି ଅନୁମାନ କରାଯାଉଛି । ହିମା ପୂର୍ବରୁ ଆହତ ହୋଇ ଦୀର୍ଘ ଦିନ ହେବ ସେ ଜାତୀୟ ଶିବିରରେ ନାହାନ୍ତି । ତେଣୁ ତାଙ୍କୁ ଏସୀୟ କ୍ରୀଡା ପାଇଁ ଜାତୀୟ ଦଳରେ ସାମିଲ କରାଯାଇନଥିଲା ।

ଭାରତୀୟ ଆଥଲେଟ ମହାସଂଘର ଜଣେ ଅଧିକାରୀ କହିଛନ୍ତି, ଆସାମର 23 ବର୍ଷୀୟ ଧାବିକା ଗତ 12 ମାସ ମଧ୍ୟରେ 3 ଥର ରହଣୀ ସ୍ଥାନ ନିୟମର ଉଲ୍ଲଘଂନ କରିଛନ୍ତି । ଏନେଇ ନାଡା ପକ୍ଷରୁ ତାଙ୍କୁ ସାମୟିକ ଭାବେ ବାସନ୍ଦ କରାଯାଇଛି ।'' ହିମା ଦାସ 2018 ଜାର୍କାତାରେ ଏସିଆନ ଗେମ୍ସରେ ସେ ବ୍ୟକ୍ତିଗତ 400ମିଟର ଦୌଡରେ ରୌପ୍ୟ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...ଡୋପ ଟେଷ୍ଟରେ ଫେଲ ଆଥଲେଟ ଦୂତୀ ଚାନ୍ଦ, 4 ବର୍ଷ ବାସନ୍ଦ କଲା NADA

ଏହା ବି ପଢନ୍ତୁ...CWG 2022: ୨୦୦ ମିଟର ସେମିରେ ଢିଙ୍ଗ୍‌ ଏକ୍ସପ୍ରେସ୍‌ ହିମା ଦାସ, ବଢିଲା ପଦକ ଆଶା

ପ୍ରକାଶ ଥାଉ କି, ନିକଟରେ ଓଡିଶାର ଷ୍ଟାର ସ୍ପିଣ୍ଟର ଦୂତୀ ଚାନ୍ଦ ଡୋପ ଟେଷ୍ଟରେ ବିଫଳ ହେବାରୁ ତାଙ୍କୁ 4 ବର୍ଷ ବ୍ୟାନ କରାଯାଇଥିଲା । 2027 ଯାଏ କୌଣସି ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡାରେ ଭାଗ ନେଇ ପାରିବେ ନାହିଁ । 2027 ଜାନୁଆରୀ ମାସ ପର୍ଯ୍ୟନ୍ତ ଏହି ବାସନ୍ଦାଦେଶ ବଳବତ୍ତର ରହିବ । ହୁଏତ ଏହାରି ଭିତରେ ଦୂତୀଙ୍କ କ୍ୟାରିଅର ଶେଷ ହୋଇଯାଇପାରେ । ଅଲମ୍ପିଆନ ଦୀପା କର୍ମାକାର ମଧ୍ୟ ଡୋପରେ ବିଫଳ ହୋଇ 21 ମାସ ବାସନ୍ଦ ହୋଇଥିଲେ । ଦୂତୀଙ୍କ ପରେ ଏବେ ଆଉ ଜଣେ ଧାବିକା ହିମା ଦାସ ବାସନ୍ଦ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.