ETV Bharat / sports

ଦିନେ ମରଣ ସହ କରୁଥିଲେ ସଂଗ୍ରାମ, ଆଜି ଦେଶକୁ ମେଡାଲ ଦେବାକୁ କରୁଛନ୍ତି ସଂଗ୍ରାମ - ଟୋକିଓ ପାରାଅଲମ୍ପିକ୍ସରେ ସିମରନ ଶର୍ମା

ଟୋକିଓ ପାରାଅଲମ୍ପିକ୍ସର 100 ମିଟର ସ୍ପ୍ରିଣ୍ଟ ଇଭେଣ୍ଟରେ ସ୍ବର୍ଣ୍ଣପଦକ ଆଶା ରଖିଛନ୍ତି ସିମରନ ଶର୍ମା । ଦିନେ ଅପରିପକ୍ବ(premature) ଶିଶୁ ଭାବେ ଜନ୍ମ ନେଇଥିଲେ ସିମରନ । ସେ ବେଶୀଦିନ ବଞ୍ଚିବା ନେଇ ସନ୍ଦେହ ପ୍ରକାଶ କରିଥିଲେ ଡାକ୍ତର । ଆଜି 22 ବର୍ଷ ପରେ ସେହି ସିମରନ ଦେଶ ପାଇଁ ଗୌରବ ଆଣିବାକୁ ଦିନରାତି ଏକ କରି ପରିଶ୍ରମ କରୁଛନ୍ତି । ଅଧିକ ପଢ଼ନ୍ତୁ...

ଦିନେ ମରଣ ସହ କରୁଥିଲେ ସଂଗ୍ରାମ, ଆଜି ଦେଶକୁ ମେଡାଲ ଦେବାକୁ କରୁଛନ୍ତି ସଂଗ୍ରାମ

author img

By

Published : Jul 7, 2021, 5:20 PM IST

ନୂଆଦିଲ୍ଲୀ: ଟୋକିଓ ପାରାଅଲମ୍ପିକ୍ସର 100 ମିଟର ସ୍ପ୍ରିଣ୍ଟ ଇଭେଣ୍ଟରେ ସ୍ବର୍ଣ୍ଣପଦକ ଆଶା ରଖିଛନ୍ତି ସିମରନ ଶର୍ମା । ଦିନେ ଅପରିପକ୍ବ(premature) ଶିଶୁ ଭାବେ ଜନ୍ମ ନେଇଥିଲେ ସିମରନ । ଜନ୍ମ ହେବାର 7 ମାସ ପର୍ଯ୍ୟନ୍ତ ତାଙ୍କୁ ଇନକୁବେଟରରେ ରଖାଯାଇଥିଲା । ସେ ବେଶୀଦିନ ବଞ୍ଚିବା ନେଇ ସନ୍ଦେହ ପ୍ରକାଶ କରିଥିଲେ ଡାକ୍ତର । ଆଜି 22 ବର୍ଷ ପରେ ସେହି ସିମରନ ଦେଶ ପାଇଁ ଗୌରବ ଆଣିବାକୁ ଦିନରାତି ଏକ କରି ପରିଶ୍ରମ କରୁଛନ୍ତି । ନିଜ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଦେଶର ପ୍ରଥମତ ମହିଳା ପାରା ଅଲମ୍ପିଆନ ଭାବରେ ସେ 100 ମିଟର ସ୍ପ୍ରିଣ୍ଟ ଇଭେଣ୍ଟ ପାଇଁ ଟୋକିଓ ପାରାଅଲମ୍ପିକ୍ସରେ ଯୋଗ୍ୟତା ହାସଲ କରିଛନ୍ତି ।

ସିମରନ କୁହନ୍ତି ଏସବୁ ସମ୍ଭବ ହୋଇ ପାରିଛି କେବଳ ତାଙ୍କ ଜବାନ ସ୍ବାମୀ ବା କୋଚଙ୍କ ପାଇଁ । ସିମରନଙ୍କ ସ୍ବାମୀ ନାୟକ ଗଜେନ୍ଦ୍ର ସିଂହ ଭାରତୀୟ ଆର୍ମୀରେ ସେବା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ସେ ଦିଲ୍ଲୀରେ ରହିଛନ୍ତି । ସିମରନଙ୍କ ଟ୍ରେନିଂ ସେ ଲୋନ ନେବା ସହ ନିଜ ପୈତୃକ ଜମିକୁ ବିକ୍ରି କରି ଦେଇଛନ୍ତି । ଏହାସହ ନିଜ ବନ୍ଧୁମାନଙ୍କ ଠାରୁ ସିମରନଙ୍କ ପାଇଁ ଋଣ କରଜ କରିଛନ୍ତି ।

ଉଭୟ ସିମରନଙ୍କୁ ଗଜେନ୍ଦ୍ର ପ୍ରତ୍ୟେକ ଦିନ ଜବାହରଲାଲ ଷ୍ଟାଡିୟମରେ 4ରୁ 5 ଘଣ୍ଟା ଟ୍ରେନିଂ କରନ୍ତି । ଏହି ମେଗା ଇଭେଣ୍ଟରେ ସିମରନ ଦେଶ ପାଇଁ ସ୍ବର୍ଣ୍ଣପଦକ ହାସଲ କରିବେ ବୋଲି ଆଶାବାଦୀ ଅଛନ୍ତି । 12 ସେକେଣ୍ଡରେ 100 ମିଟର ଟ୍ରାକ ପାର କରି ପାରା ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ସିମରନ । ତେବେ ତାଙ୍କ ବ୍ୟକ୍ତିଗତ ରେକର୍ଡ 11.87 ସେକଣ୍ଡ ରହିଛି ବୋଲି ସେ କହିଛନ୍ତି । ଜୁନ 30 ତାରିଖରେ ସେ ଦେଶର ପ୍ରଥମ ମହିଳା ପାରା ଆଥଲେଟରେ ଭାବରେ ଟୋକିଓ ପାରାଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଏହି ଉପଲବ୍ଧିକୁ ନେଇ ସିମରନ କହିଛନ୍ତି ଯେ, "ମୁଁ ମୋର ସ୍ବପ୍ନରେ କେବେ ଭାବି ନଥିଲି ଯେ କେବେ ମୁଁ ଅଲମ୍ପିକ୍ସ ଭଳି ମେଗା ଇଭେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବି । ମୋର ଦୃଷ୍ଟି ଶକ୍ତି କମ ଥିବାରୁ ପିଲା ବେଳେ ମୋ ସାଙ୍ଗସାଥି ଓ ପଡ଼ୋଶୀ ସବୁ ଅନ୍ଧୁଣୀ ବୋଲି କହୁଥିଲେ। ପିଲାଟି ଦିନରୁ ମୋର କ୍ରୀଡ଼ା ପ୍ରିତ ଆଗ୍ରହ ଥିଲା । କିନ୍ତୁ ପରିବାର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ କ୍ରୀଡ଼ାକୁ ନେଇ ତାଲିମ ନେଇ ପାରିନଥିଲି । କିନ୍ତୁ ମୋ ସ୍ବାମୀଙ୍କ ମୁଁ ସଫଳ ହୋଇ ପାରିଛନ୍ତି ତାଙ୍କ ସମର୍ଥନ ଯୋଗୁଁ ମୁଁ ଏତେ ବାଟକୁ ଆସି ପାରିଛି।"

2017 ମସିହାରେ ସିମରନ ଗଜେନ୍ଦ୍ରଙ୍କୁ ବିବାହ କରିଥିଲେ । ଜବାହରଲାଲ ଷ୍ଟାଡିୟମରେ ହିଁ ଦୁହିଁଙ୍କର ଦେଖା ହୋଇଥିଲା । ପ୍ରଥମେ ବନ୍ଧୁତା ଓ ପରେ ବନ୍ଧୁତା ପ୍ରେମ ସମ୍ପର୍କରେ ପରିବର୍ତ୍ତନ ହୋଇଥିଲା । ପରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅଗଷ୍ଟରୁ ଟୋକିଓରେ ଆରମ୍ଭ ହେବାକୁ ଥିବା ପାରା ଅଲମ୍ପିକ୍ସରେ ନିଜ ବ୍ୟକ୍ତିଗତ ରେକର୍ଡ ଭାଙ୍ଗିବା ସହ ସ୍ବର୍ଣ୍ଣ ପଦକ ହାସଲ କରିବେ ବୋଲି କହିଛନ୍ତି ସିମରନ ଶର୍ମା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.