ETV Bharat / sports

Dutee Chand in Dope Net: ଡୋପ ଟେଷ୍ଟରେ ବିଫଳ ଦୂତୀ ଚାନ୍ଦ, ଲାଗିଲା ସାମୟିକ ନିଲମ୍ବନ - ଡୋପ ଟେଷ୍ଟରେ ବିଫଳ ପରେ ନିଲମ୍ବିତ ହେଲେ ଦୂତୀ ଚାନ୍ଦ

ଡୋପ୍ ଟେଷ୍ଟରେ ଦୂତି ଚାନ୍ଦ ବିଫଳ । ଅଲିମ୍ପିଆନ ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ଫେଲ୍ । ଅଧିକ ପଢ଼ନ୍ତୁ

ଡୋପ ଟେଷ୍ଟରେ ବିଫଳ ପରେ ନିଲମ୍ବିତ ହେଲେ ଦୂତୀ ଚାନ୍ଦ

author img

By

Published : Jan 18, 2023, 2:39 PM IST

Updated : Jan 18, 2023, 4:41 PM IST

ହାଇଦ୍ରାବାଦ: ଅଲିମ୍ପିଆନ୍ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ଏହାପରେ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବାରୁ ସାମୟିକ ନିଲମ୍ବିତ କରାଯାଇଛି । ଗତ ଡିସେମ୍ବର ମାସ ୫ ତାରିଖରେ ଡୋପ ଟେଷ୍ଟ ପାଇଁ ଦୂତୀଙ୍କର ନମୂନା ସଂଗ୍ରହ କରାଯାଇଥିଲା । ତେବେ ଏହି ନମୂନାରେ ଆପତ୍ତିଜନକ ଭାବେ ଆଣ୍ଡାରାଇନ୍, ଓଷ୍ଟାରାଇନ୍ ଏବଂ ଲିଗାଣ୍ଡ୍ରୋଲ୍ ପଜିଟିଭ ଆସିଥିବାରୁ ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ କରାଯାଇଛି ।

୨୬ ବର୍ଷୀୟା ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ ୨୦୧୮ ଏସିଆ ଚାମ୍ପିୟନସିପରେ ଉଭୟ ୧୦୦ ଓ ୨୦୦ ମିଟର ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ । ତେବେ ଜାତୀୟ ୧୦୦ ମିଟର ରେସରେ ସେ ପୂର୍ବରୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ତେବେ NADA (National Anti-doping Agency) ରିପୋର୍ଟ ଅନୁସାରେ ଦୂତୀ ଚାନ୍ଦଙ୍କ ନମୂନାରେ ଆଣ୍ଡାରାଇନ୍, ଓଷ୍ଟାରାଇନ୍ ଏବଂ ଲିଗାଣ୍ଡ୍ରୋଲ୍ ପଜିଟିଭ ଆସିଛି । ଏନେଇ ଖବର ସରବରାହ ସଂସ୍ଥା ANI ସୂଚନା ପ୍ରଦାନ କରିଛି ।

ଦୂତୀଙ୍କ ଉପରେ ଲାଗିପାରେ ବ୍ୟାନ:- ଡୋପ ଟେଷ୍ଟରେ ବିଫଳ ହୋଇଥିବା ଦୂତୀଙ୍କ ଉପରେ ବ୍ୟାନ ମଧ୍ୟ ଲାଗିପାରେ । ଯଦି ଏନେଇ ଦୂତୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, କିମ୍ବା ସେ ଏଭଳି ଜାଣିଶୁଣି କରିଥିବା ସୂଚନା ମିଳେ, ତେବେ ତାଙ୍କ ଉପରେ ଲମ୍ବା ବ୍ୟବଧାନ ପାଇଁ ଏପରିକି ସ୍ଥାୟୀ ବ୍ୟାନ ଲାଗିପାରେ । ଯଦି ୫ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିଲମ୍ବନ ଲାଗେ, ତେବେ ଦୂତୀଙ୍କ କ୍ୟାରିୟର ଶେଷ ମଧ୍ୟ ହୋଇଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2023, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.