ETV Bharat / sports

କ୍ରୀଡା ମନ୍ତ୍ରଣାଳୟର ବଡ ଘୋଷଣା, CWG-Asiad ଅଂଶଗ୍ରହଣକାରୀ ଆଥଲେଟ୍‌ଙ୍କ ପାଇଁ ଖର୍ଚ୍ଚ ହେବ ୧୯୦ କୋଟି

author img

By

Published : Apr 4, 2022, 9:04 PM IST

ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବର୍ମିଂଘାମ କମନୱେଲ୍ଥ ଗେମ୍ସ ଓ ହାଙ୍ଗଜୋଉ ଏସିଆନ ଗେମ୍ସ ପାଇଁ ଆଥଲେଟ୍‌ସଙ୍କ ଟ୍ରେନିଂ, ବିଦେଶୀ ଉପକରଣ ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ଭାରତର ସରକାର ଖର୍ଚ୍ଚ କରିବେ ୧୯୦ କୋଟି ଟଙ୍କା । ଅଧିକ ପଢନ୍ତୁ

Sports Ministry to spend Rs 190 crore on training of athletes for CWG and Asian Games
କ୍ରୀଡା ମନ୍ତ୍ରଣାଳୟର ବଡ ଘୋଷଣା, CWG-Asiad ଅଂଶଗ୍ରହଣକାରୀ ଆଥଲେଟ୍‌ଙ୍କ ପାଇଁ ଖର୍ଚ୍ଚ ହେବ ୧୯୦ କୋଟି

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଓ ପାରାଲମ୍ପିକ୍‌ରେ ଭାରତୀୟ ଆଥଲେଟ୍‌ଙ୍କ ଐତିହାସିକ ପ୍ରଦର୍ଶନ ପରେ ଭାରତର ସରକାରଙ୍କ ଫୋକସରେ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡା(CWG) ଓ ଏସିଆନ ଗେମ୍ସ । ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବର୍ମିଂଘାମ କମନୱେଲ୍ଥ ଗେମ୍ସ ଓ ହାଙ୍ଗଜୋଉ ଏସିଆନ ଗେମ୍ସ ପାଇଁ ଆଥଲେଟ୍‌ସଙ୍କ ଟ୍ରେନିଂ, ବିଦେଶୀ ଉପକରଣ ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ଭାରତର ସରକାର ଖର୍ଚ୍ଚ କରିବେ ୧୯୦ କୋଟି ଟଙ୍କା । ଏନେଇ ସୋମବାର ପ୍ରେସ ଇନଫରମେସନ ବ୍ୟୁରୋ(PIB) ପକ୍ଷରୁ ସୂଚନା ମିଳିଛି । କ୍ରୀଡା ମନ୍ତ୍ରଣାଳୟ(sports Ministry) 33ଟି ଭିନ୍ନ ଖେଳ ମହାସଂଘ ବାର୍ଷିକ ଟ୍ରେନିଂ କ୍ୟାଲେଣ୍ଡର ଓ ପ୍ରତିଯୋଗିତା(ACTs) ଚୂଡାନ୍ତ କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଜାତୀୟ କ୍ରୀଡା ମହାସଂଘ ଗୁଡିକୁ ସହାୟତା ରାଶି ଆକାରରେ ମନ୍ତ୍ରଣାଳୟ ୨୫୯ କୋଟି ଟଙ୍କା ପ୍ରଦାନ କରିବ ।

୨୦୨୨-୨୩ ବର୍ଷରେ ଯୋଜନାଭୁକ୍ତ ପ୍ରତିଯୋଗିତା ଓ ଟ୍ରେନିଂ କ୍ୟାଲେଣ୍ଡର ଆଧାରରେ ୩୩ ଜାତୀୟ କ୍ରୀଡା ମହାସଂଘ(NSFs)ଙ୍କ ସହିତ ବିସ୍ତୃତ ଆଲୋଚନା ପରେ ଏହି ଖର୍ଚ୍ଚ ବଜେଟ୍‌ ପ୍ରସ୍ତୁତ କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ଖେଳାଳିଙ୍କ ଟ୍ରେନିଂ ଓ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏଥିସହ CWG ଓ ଏସିଆନ ଗେମ୍ସ ଅଂଶଗ୍ରହଣକାରୀ ଆଥଲେଟ୍‌ଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦିଆଯାଇଛି ।

କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଏହା ସ୍ପଷ୍ଟ କରିଛନ୍ତି ଯେ, କ୍ରୀଡା ମହାସଂଘମାନଙ୍କ ଦ୍ବାରା ପ୍ରସ୍ତାବିତ ଖେଳାଳିଙ୍କ ଟ୍ରେନିଂ ଓ ପ୍ରତିଯୋଗିତାକୁ ଧ୍ୟାନରେ ରଖି ସରକାର ଯୋଜନା କରିଛନ୍ତି । CWC, ଏସିଆନ ଗେମ୍ସ ଓ ୨୦୨୨ ପାରା ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ ଆଥଲେଟ୍‌ଙ୍କ ପ୍ରସ୍ତୁତି ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଉପଲବ୍ଧ କରିବେ । ଖେଳାଳିଙ୍କୁ କେବଳ ନିଜର ଟ୍ରେନିଂ ଉପରେ ଫୋକସ କରିବାକୁ ହେବ । କାରଣ ସେମାନଙ୍କର ପ୍ରସ୍ତୁତି ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନରେ ପରିଣତ ହେବ । ଫଳରେ ଆଗାମୀ ମେଗା ଇଭେଣ୍ଟରେ ଅଧିକ ସଂଖ୍ୟକ ପଦକ ଦେଶକୁ ମିଳିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.