ଟୋକିଓ: ଖୁବଶୀଘ୍ର ଘୋଷଣା ହୋଇପାରେ 2021 ଟୋକିଓ ଅଲମ୍ପିକ୍ସର ନୂଆ ତାରିଖ । ଏନେଇ ସଙ୍କେତ ଦେଇଛନ୍ତି ଅଲମ୍ପିକ ଆୟୋଜକ କମିଟିର ସଭାପତି ୟୁଶିରୋ ମୋରି ।
2021 ଅଲମ୍ପିକ୍ସ ଗେମ୍ସର ସମୟ ସୂଚୀରେ ବିଶେଷ ପରିବର୍ତ୍ତନ ହେବାର କମ ସମ୍ଭାବନା ରହିଥିବା ମୋରି କହିଛନ୍ତି । ଏଥିସହିତ ଜୁନରୁ ସେପ୍ଟମ୍ବର ମଧ୍ୟରେ ହେବାନେଇ ଆୟୋଜକ କମିଟି ଚିନ୍ତା କରୁଥିବା ସେ କହିଛନ୍ତି । ଫଳରେ ପୂର୍ବ ସୂଚୀ ଭଳି 2021 ଜୁଲାଇ ମାସରେ ଟୋକିଓ ଅଲମ୍ପିକ୍ସ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଅନ୍ତର୍ଜାତୀୟ ଅଲମ୍ପିକ କମିଟି ସଭାପତି ଥୋମାସ ବାଚ ସ୍ବିଜରଲାଣ୍ଡରେ ଖୁବଶ୍ରୀଘ୍ର ନୂଆ ତାରିଖ ଘୋଷଣା ହେବ ଘୋଷଣା କରିଛନ୍ତି । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଅଲମ୍ପିକ ଇତିହାସରେ ପ୍ରଥମ ଥର ବିଶ୍ବ କ୍ରୀଡାର ମହାକୁମ୍ଭର ସମୟ ସୂଚୀରେ ପରିବର୍ତ୍ତନ କରାଯାଇଛି । 2020 ଟୋକିଓ ଅଲମ୍ପିକ୍ସ ଜୁଲାଇ 24ରେ ହେବାନେଇ ସୂଚୀ ରହିଥିଲା । ମାତ୍ର ଏହାକୁ 2021 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ