ETV Bharat / sports

World Boxing Championship: ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ, ଚୀନର ୱାଙ୍ଗ ଲୀନାଙ୍କୁ ୩-୨ର ହରାଇଲେ ସ୍ବିଟି ବୁରା

author img

By

Published : Mar 25, 2023, 10:33 PM IST

ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ ପଦକ । ୮୧ କେଜି ବର୍ଗରେ ଚୀନର ବକ୍ସର ୱାଙ୍ଗ ଲୀନାଙ୍କୁ ୩-୨ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ଅନୁଭବୀ ବକ୍ସର ସ୍ବିଟି ବୁରା । ଅଧିକ ପଢ଼ନ୍ତୁ

ସ୍ବର୍ଣ୍ଣ ପଦକ ଜିତିଲେ ସ୍ବିଟି ବୁରା
ସ୍ବର୍ଣ୍ଣ ପଦକ ଜିତିଲେ ସ୍ବିଟି ବୁରା

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମ୍‌ରେ ଜାରି ରହିଥିବା ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି । ୪୮ କେଜି ବର୍ଗରେ ହରିୟାଣାର ନିତୁ ଘନଘସ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୮୧ କେଜି ବର୍ଗରେ ଭାରତୀୟ ଅନୁଭବୀ ବକ୍ସର ସ୍ବିଟି ବୁରା ସ୍ବର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ଚୀନର ବକ୍ସର ୱାଙ୍ଗ ଲୀନାଙ୍କୁ ୩-୨ରେ ପରାସ୍ତ କରି ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସ୍ବିଟି । ମ୍ୟାଚ୍‌ ଆରମ୍ଭରୁ ହିଁ ଚୀନର ୱାଙ୍ଗ ଲୀନାଙ୍କ ବିପକ୍ଷରେ ସ୍ବିଟି ବୁରା ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲେ ।

ପ୍ରକାଶ ଥାଉ କି, ୨୦୧୪ରେ ଖେଳାଯାଇଥିବା ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପରେ ଅନୁଭବୀ ବକ୍ସର ସ୍ବିଟି ବୁରା ଧୂଆଁଧାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିବାର ନିକଟତର ହୋଇଥିଲେ । କିନ୍ତୁ ସେତେବେଳେ ସେ ସ୍ବର୍ଣ୍ଣ ପଦକ ହାସଲ କରି ପାରିନଥିଲେ । ହରିୟାଣାର ଏହି ଅନୁଭବୀ ବକ୍ସର ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପ ୨୦୨୩ରେ ସେମିଫାଇନାଲରେ ନିଜ ପ୍ରତିପକ୍ଷ ଠାରୁ ୪-୩ ବ୍ୟବଧାନରେ ବିଜୟ ହାସଲ କରି ଫାଇନାଲରେ ପହଞ୍ଚିଥିଲେ । ଏବେ ସେ ୮୧ କେଜି ବର୍ଗରେ ବିଶ୍ବ ଚାମ୍ପିୟନ ବନି ଯାଇଛନ୍ତି । ଏହି ବିଶ୍ବ ବକ୍ସିଂ ପ୍ରତିଯୋଗୀତାର ୨୦୧୮ ବର୍ଷର ଚାମ୍ପିୟନ ଓ ୨୦୧୯ ବର୍ଷର କାଂସ୍ୟ ପଦକ ବିଜେତା ଚୀନର ୱାଙ୍ଗ ଲୀନାଙ୍କୁ ୩-୨ ବ୍ୟବଧାନରେ ହରାଇ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ।

ତେବେ ୧୦ ଜାନୁଆରୀ ୧୯୯୩ରେ ହରିୟାଣାର ହିସାର ଜିଲ୍ଲାରେ ଏକ ଗରୀବ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ରାଜ୍ୟସ୍ତରୀୟ କବାଡ଼ି ଖେଳାଳି ଭାବେ ମଧ୍ୟ ବେଶ ଜଣାଶୁଣା ଥିଲେ । ତେବେ ନିଜ ବାପାଙ୍କ କଥା ମାନି ସେ ୨୦୦୯ ମସିହାରେ ବକ୍ସିଂ ଖେଳରେ ନିଜର କ୍ୟାରିୟର ଗଢ଼ିବାକୁ ସ୍ଥିର କରିଥିଲେ । ପ୍ରକାଶ ଥାଉ କି ସ୍ବିଟି ବୁରାଙ୍କ ବାପା ଜାତୀୟସ୍ତରର ଜଣେ ବାସ୍କେଟ ବଲ ଖେଳାଳି ଥିଲେ । ତେବେ ସ୍ବିଟି ବକ୍ସିଂ ପାଇଁ ହରିୟାଣାରେ ହିଁ ତାଲିମ ନେଇଥିଲେ । ଗତ ନଭେମ୍ବର ୨୦୨୨ରେ ଜୋର୍ଡାନରେ ଆୟୋଜିତ ଏସିଆନ ବକ୍ସିଂ ଚାମ୍ପିୟନସିପରେ ସେ ୮୧ କେଜି ବର୍ଗରେ ଖେଳି କଜାକିସ୍ତାନ ବକ୍ସରଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ତେବେ ଭାରତୀୟ ବକ୍ସର ମାନଙ୍କ ପାଇଁ ଆଜିର ଦିନ ଐତିହାସିକ ରହିଛି । ପ୍ରଥମେ ଭାରତୀୟ ଯୁବ ମହିଳା ବର୍ଗରେ ନୀତୁ ଘନଘସ ୪୮ କେଜି ବର୍ଗର ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ମଙ୍ଗୋଲିୟାର ଲୁଟସେଖାନ୍‌ଙ୍କୁ ୫-୦ରେ ପରାସ୍ତ କରି ନୀତୁ ବିଶ୍ବ ଚାମ୍ପିୟନ ବନିଥିଲେ । ଏହାପରେ ଭାରତୀୟ ଅନୁଭବୀ ବକ୍ସର ସ୍ବିଟି ବୁରା ଚୀନର ୱାଙ୍ଗ ଲୀନାଙ୍କୁ ପରାସ୍ତ କରି ଭାରତ ପାଇଁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଆଣିଛନ୍ତି । ଭାରତର ଅନ୍ୟ ଦୁଇ ଜଣ ବକ୍ସର ନିକହତ ଜରୀନ ଓ ଲବଲୀନା ବୋରଗୋହେନ ଆସନ୍ତାକାଲି (ରବିବାର) ଫାଇନାଲ ମୁକାବିଲା ଖେଳିବେ । ତେବେ ରବିବାର ମଧ୍ୟ ଭାରତକୁ ଆହୁରି ସ୍ବର୍ଣ୍ଣ ପଦକ ଆସିବ ବୋଲି ସମସ୍ତେ ଆଶା କରିଛନ୍ତି । ତେବେ ସ୍ବର୍ଣ୍ଣ ପଦକ ଜିତିବାରେ ଏହି ଦୁଇ ଭାରତୀୟ ଷ୍ଟାର ବକ୍ସର କେତେ ସଫଳ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.