ETV Bharat / sports

Badminton Asia Championships: ସ୍ବର୍ଣ୍ଣ ଜିତିଲେ ସାତ୍ତ୍ବିକ-ଚିରାଗ ଯୋଡି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : May 1, 2023, 10:01 AM IST

ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପରେ ଚମକିଲେ ଭାରତୀୟ ତାରକା । ମାଲେସିଆ ଯୋଡିଙ୍କୁ ପରାସ୍ତ କରି ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ଭାରତୀୟ ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି । ଅଧିକ ପଢନ୍ତୁ

Badminton Asia Championships
satwiksairaj chirag

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପରେ ଭାରତକୁ ସ୍ବର୍ଣ୍ଣିମ ସଫଳତା । ଡବଲ୍ସ ଚାମ୍ପିଅନ ହୋଇ ଇତିହାସ ରଚିଲେ ଭାରତୀୟ ସାତ୍ତ୍ବିକ-ଚିରାଗ ଯୋଡି । ଭାରତର ଅଭିଜ୍ଞ ଖେଳାଳି ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ଫାଇନାଲରେ ମାଲେସିଆ ଯୋଡିଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମାଲେସିଆ ଯୋଡିଙ୍କୁ 16-21, 21-17, 21-19 ସେଟରେ ପରାସ୍ତ କରି 58 ବର୍ଷ ପରେ ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସାତ୍ତ୍ବିକ-ଚିରାଗ । ଏହି ଯୋଡିଙ୍କ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଯୋଡିକୁ ଶୁଭେଚ୍ଛା ଜଣାଇଛନ୍ତି ।

ଦେଶର ପ୍ରଥମ ଡବଲ୍ସ ଯୋଡି ଭାବେ ଡବଲ୍ସ ଟାଇଟଲ ଜିତିଛନ୍ତି ସାତ୍ତ୍ବିକ-ଚିରାଗ । ପୁରୁଷ ଡବଲ୍ସ ଫାଇନାଲରେ ସାତ୍ତ୍ବିକ-ଚିରାଗ ଓ ମାଲେସିଆର ଓଙ୍ଗ ୟିଉ ସିନ ଓ ତେଓ ଇ ୟି ଯୋଡି ମୁହାଁମୁହିଁ ହୋଇଥିଲେ । କଡା ମୁକାବିଲାରେ ଭାରତୀୟ ଯୋଡି 16-21, 21-17, 21-19 ସେଟରେ ରୋମାଞ୍ଚକର ବିଜୟ ହାସଲ କରିଥିଲେ । ପ୍ରଥମ ଗେମରେ ମାଲେସିଆ ଯୋଡି ବିଜୟ ହାସଲ କରିଥିଲେ ମାତ୍ର ଭାରତୀୟ ଯୋଡି ଜବରଦସ୍ତ କମବ୍ୟାକ କରିଥିଲେ । ଅସଲ ଖେଳ ଦେଖାଇଥିଲେ ସାତ୍ତ୍ବିକ-ଚିରାଗ । ଦୁଇଟି ଯାକ ଗେମରେ ଲଢୁଆ ପ୍ରଦର୍ଶନ କରି ଐତିହାସିକ ବିଜୟ ହାସଲ କରିଛନ୍ତି ।

ସାତ୍ତ୍ବିକ-ଚିରାଗଙ୍କ ପୂର୍ବରୁ ଲକ୍ଷ୍ନୌରେ ଆୟୋଜିତ 1965 ସଂସ୍କରଣରେ ଦିନେଶ ଖାନା ଏକକ ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଥାଇଲାଣ୍ଡର ସଙ୍ଗୋବଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରିଥିଲେ । ପୁରୁଷ ଡବଲ୍ସରେ ଭାରତ ପାଇଁ ଏହା ଦ୍ବିତୀୟ ପଦକ । 1971ରେ ଦୀପୁ ଘୋଷ ଓ ରମଣ ଘୋଷ ବ୍ରୋଞ୍ଜ ପଦକ ଜିତିଥିଲେ ।

  • Proud of @satwiksairaj and @Shettychirag04 for scripting history by becoming the first Indian Men's Doubles pair to win the Badminton Asia Championships Title. Congratulations to them and wishing them the very best for their future endeavours. pic.twitter.com/i0mES2FuIL

    — Narendra Modi (@narendramodi) April 30, 2023 " class="align-text-top noRightClick twitterSection" data="

Proud of @satwiksairaj and @Shettychirag04 for scripting history by becoming the first Indian Men's Doubles pair to win the Badminton Asia Championships Title. Congratulations to them and wishing them the very best for their future endeavours. pic.twitter.com/i0mES2FuIL

— Narendra Modi (@narendramodi) April 30, 2023 ">

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ: ସାତ୍ତ୍ବିକ-ଚିରାଗଙ୍କ ସଫଳତା ପାଇଁ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି ଲେଖିଛନ୍ତି, ''ଉଭୟଙ୍କ ପାଇଁ ଗର୍ବିତ । ପ୍ରଥମ ଭାରତୀୟ ଯୋଡି ଭାବେ ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପ ଡବଲ୍ଡ ଟାଇଟଲ ବିଜୟୀ ହୋଇଥିବାରୁ ଗର୍ବିତ । ଉଭୟଙ୍କୁ ଅନେକ ଅଭିନନ୍ଦନ । ଆଗାମୀ ସଫଳତା ପାଇଁ ଶୁଭେଚ୍ଛା ।''

ପୁରସ୍କାର ରାଶି ଘୋଷଣା କଲା BAI: ଭାରତୀୟ ବ୍ୟାଡମିଣ୍ଟନ ସଂଘ (BIA) ସଭାପତି ହିମନ୍ତ ବିଶ୍ବଶର୍ମା ସାତ୍ତ୍ବିକ-ଚିରାଗଙ୍କୁ ଏହି ସ୍ବର୍ଣ୍ଣିମ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ 20 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଚଳିତ ସିଜନରେ ଏହି ଯୋଡି ସୁଇପ ଓପନ ସୁପର- 300 ଟାଇଟଲ ଜିତିଥିବା ବେଳେ 2022 ରାଜ୍ୟ ଗୋଷ୍ଠୀ କ୍ରୀଡା ଚାମ୍ପିଅନ ହୋଇ ଦେଶ ପାଇଁ ଗୌରବ ଆଣିଥିଲେ ।

ଏହି ଯୋଡିଙ୍କ ସଫଳତା ତାଲିକା ଖୁବ ଲମ୍ବା । ନିକଟରେ ମାର୍ଚ୍ଚରେ ହୋଇଥିଲା ସୁଇସ ଓପନ ବ୍ୟାଡମିଣ୍ଟନରେ ଭାରତର ଏହି ଅଭିଜ୍ଞ ଯୋଡି ସଫଳତା ହାସଲ କରିଥିଲେ । ଡବଲ୍ସରେ ପ୍ରଥମ ଟାଇଟସ ଜିତିଥିଲେ ଏହି ଯୋଡି । ଡବଲ୍ସ ଫାଇନାଲ ରାଉଣ୍ଡରେ ଚୀନରେ ରେନ ଜିୟାଙ୍ଗ ୟୁ ଓ ଟାନ କିୟାଙ୍ଗ ଯୋଡିଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲେ ଏହି ଭାରତୀୟ ଯୋଡି । ସ୍ବିଜରଲାଣ୍ଡର ବାସେଲଠାରେ ସୁଇସ ଓପନ ଖେଳାଯାଇଥିଲା ।

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପରେ ଭାରତକୁ ସ୍ବର୍ଣ୍ଣିମ ସଫଳତା । ଡବଲ୍ସ ଚାମ୍ପିଅନ ହୋଇ ଇତିହାସ ରଚିଲେ ଭାରତୀୟ ସାତ୍ତ୍ବିକ-ଚିରାଗ ଯୋଡି । ଭାରତର ଅଭିଜ୍ଞ ଖେଳାଳି ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ଫାଇନାଲରେ ମାଲେସିଆ ଯୋଡିଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମାଲେସିଆ ଯୋଡିଙ୍କୁ 16-21, 21-17, 21-19 ସେଟରେ ପରାସ୍ତ କରି 58 ବର୍ଷ ପରେ ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସାତ୍ତ୍ବିକ-ଚିରାଗ । ଏହି ଯୋଡିଙ୍କ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଯୋଡିକୁ ଶୁଭେଚ୍ଛା ଜଣାଇଛନ୍ତି ।

ଦେଶର ପ୍ରଥମ ଡବଲ୍ସ ଯୋଡି ଭାବେ ଡବଲ୍ସ ଟାଇଟଲ ଜିତିଛନ୍ତି ସାତ୍ତ୍ବିକ-ଚିରାଗ । ପୁରୁଷ ଡବଲ୍ସ ଫାଇନାଲରେ ସାତ୍ତ୍ବିକ-ଚିରାଗ ଓ ମାଲେସିଆର ଓଙ୍ଗ ୟିଉ ସିନ ଓ ତେଓ ଇ ୟି ଯୋଡି ମୁହାଁମୁହିଁ ହୋଇଥିଲେ । କଡା ମୁକାବିଲାରେ ଭାରତୀୟ ଯୋଡି 16-21, 21-17, 21-19 ସେଟରେ ରୋମାଞ୍ଚକର ବିଜୟ ହାସଲ କରିଥିଲେ । ପ୍ରଥମ ଗେମରେ ମାଲେସିଆ ଯୋଡି ବିଜୟ ହାସଲ କରିଥିଲେ ମାତ୍ର ଭାରତୀୟ ଯୋଡି ଜବରଦସ୍ତ କମବ୍ୟାକ କରିଥିଲେ । ଅସଲ ଖେଳ ଦେଖାଇଥିଲେ ସାତ୍ତ୍ବିକ-ଚିରାଗ । ଦୁଇଟି ଯାକ ଗେମରେ ଲଢୁଆ ପ୍ରଦର୍ଶନ କରି ଐତିହାସିକ ବିଜୟ ହାସଲ କରିଛନ୍ତି ।

ସାତ୍ତ୍ବିକ-ଚିରାଗଙ୍କ ପୂର୍ବରୁ ଲକ୍ଷ୍ନୌରେ ଆୟୋଜିତ 1965 ସଂସ୍କରଣରେ ଦିନେଶ ଖାନା ଏକକ ବର୍ଗରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଥାଇଲାଣ୍ଡର ସଙ୍ଗୋବଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରିଥିଲେ । ପୁରୁଷ ଡବଲ୍ସରେ ଭାରତ ପାଇଁ ଏହା ଦ୍ବିତୀୟ ପଦକ । 1971ରେ ଦୀପୁ ଘୋଷ ଓ ରମଣ ଘୋଷ ବ୍ରୋଞ୍ଜ ପଦକ ଜିତିଥିଲେ ।

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ: ସାତ୍ତ୍ବିକ-ଚିରାଗଙ୍କ ସଫଳତା ପାଇଁ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି ଲେଖିଛନ୍ତି, ''ଉଭୟଙ୍କ ପାଇଁ ଗର୍ବିତ । ପ୍ରଥମ ଭାରତୀୟ ଯୋଡି ଭାବେ ବ୍ୟାଡମିଣ୍ଟନ ଏସିଆ ଚାମ୍ପିଅନସିପ ଡବଲ୍ଡ ଟାଇଟଲ ବିଜୟୀ ହୋଇଥିବାରୁ ଗର୍ବିତ । ଉଭୟଙ୍କୁ ଅନେକ ଅଭିନନ୍ଦନ । ଆଗାମୀ ସଫଳତା ପାଇଁ ଶୁଭେଚ୍ଛା ।''

ପୁରସ୍କାର ରାଶି ଘୋଷଣା କଲା BAI: ଭାରତୀୟ ବ୍ୟାଡମିଣ୍ଟନ ସଂଘ (BIA) ସଭାପତି ହିମନ୍ତ ବିଶ୍ବଶର୍ମା ସାତ୍ତ୍ବିକ-ଚିରାଗଙ୍କୁ ଏହି ସ୍ବର୍ଣ୍ଣିମ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ 20 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଚଳିତ ସିଜନରେ ଏହି ଯୋଡି ସୁଇପ ଓପନ ସୁପର- 300 ଟାଇଟଲ ଜିତିଥିବା ବେଳେ 2022 ରାଜ୍ୟ ଗୋଷ୍ଠୀ କ୍ରୀଡା ଚାମ୍ପିଅନ ହୋଇ ଦେଶ ପାଇଁ ଗୌରବ ଆଣିଥିଲେ ।

ଏହି ଯୋଡିଙ୍କ ସଫଳତା ତାଲିକା ଖୁବ ଲମ୍ବା । ନିକଟରେ ମାର୍ଚ୍ଚରେ ହୋଇଥିଲା ସୁଇସ ଓପନ ବ୍ୟାଡମିଣ୍ଟନରେ ଭାରତର ଏହି ଅଭିଜ୍ଞ ଯୋଡି ସଫଳତା ହାସଲ କରିଥିଲେ । ଡବଲ୍ସରେ ପ୍ରଥମ ଟାଇଟସ ଜିତିଥିଲେ ଏହି ଯୋଡି । ଡବଲ୍ସ ଫାଇନାଲ ରାଉଣ୍ଡରେ ଚୀନରେ ରେନ ଜିୟାଙ୍ଗ ୟୁ ଓ ଟାନ କିୟାଙ୍ଗ ଯୋଡିଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲେ ଏହି ଭାରତୀୟ ଯୋଡି । ସ୍ବିଜରଲାଣ୍ଡର ବାସେଲଠାରେ ସୁଇସ ଓପନ ଖେଳାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.