ଦୋହା: ବିଶ୍ବର ଟେବୁଲ ଟେନିସ ଷ୍ଟାର କଣ୍ଟେଣ୍ଡର ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତୀୟ ଟେନିସ ଖେଳାଳି ମୋନିକା ବତ୍ରା ଓ ଗଣେଶ ସାଥିଆନ। ଦୁଇ ଟେନିସ ଖେଳାଳି ପ୍ରଥମ ରାଉଣ୍ଡରେ ନିଜ ନିଜ ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଛନ୍ତି। ପ୍ରଥମ ରାଉଣ୍ଡରେ ମୋନିକା ବତ୍ରା ଚୀନ ତାଇପେର ହେସିନ ତେଜଇ ଚେଙ୍ଗଙ୍କୁ 3-0ରେ ପରାସ୍ତ କରିଛନ୍ତି। ତିନୋଟି ସେଟ 11-5, 11-9 ଓ 11-9 ପଏଣ୍ଟରେ ହେସିନଙ୍କୁ ପରାସ୍ତ କରିଛନ୍ତି ମୋନିକା।
ଆସନ୍ତା ମଙ୍ଗଳବାର ଦ୍ବିତୀୟ ରାଉଣ୍ଡରେ ସେ ବିଶ୍ବର 3 ନମ୍ବର ରାଙ୍କିରେ ଥିବା ଜାପାନ ମିମାଙ୍କୁ ଭେଟିବେ। ସେପଟେ ପୁରୁଷ ବିଭାଗରେ ମଧ୍ୟ ଭାରତ ଜଲୱା ଜାରି ରହିଛି। ଗଣେଶ ସାଥିଆନ ବିଶ୍ବର 40ତମ ରାଙ୍କିଂରେ ଥିବା ଇମାନୁଏଲ ଲେବେସନଙ୍କୁ 3-2 ପଏଣ୍ଟରେ ପରାଜିତ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। 5ଟି ସେଟରେ ଦୁହିଁଙ୍କ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି। 9-11, 7-11, 11-7, 11-4 ଓ 11-4 ସେଟରେ ବିଜୟ ଲାଭ କରିଛନ୍ତି ଗଣେଷ ସାଥିଆନ।
ଦ୍ବିତୀୟ ରାଉଣ୍ଡରେ ବିଶ୍ବର 5 ନମ୍ବର ରାଙ୍କିରେ ଥିବା ଜାପାନର ହେରିମୋତୋ ତୋମୋକେଜୁଙ୍କୁ ଭେଟିବେ। ସେପଟେ ପ୍ରଥମ ରାଉଣ୍ଡରେ ପୂର୍ବତନ ସ୍ବର୍ଣ୍ଣ ପଦକ ବିଜେତା ଅଚନ୍ତା ଶରତ କମଲ ବ୍ରାଏନ ଅଫାନାଡୋରଙ୍କୁ ଭେଟିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ