ଜଳନ୍ଧର(ପଞ୍ଜାବ): ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନାଗଲଙ୍କୁ ଗୁଳିକରି ହତ୍ୟା । ଜଳନ୍ଧରର ମିଲନ ଗ୍ରାମରେ ଚାଲିଥିବା ଏକ କବାଡି କପ୍ ସମୟରେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡରେ ସନ୍ଦୀପଙ୍କ ମୃତ୍ୟୁ ଘଟିଛି । ସନ୍ଦୀପଙ୍କ ମୁଣ୍ଡ ଓ ଛାତିକୁ ଲକ୍ଷ କରି ପ୍ରାୟ ୨୦ ରାଉଣ୍ଡ ଗୁଳି କରାଯାଇଥିବା କୁହାଯାଉଛି ।
ନିଜର ପ୍ରଭାବୀ ପ୍ରଦର୍ଶନ ଜରିଆରେ ପ୍ରାୟ ଏକ ଦଶନ୍ଧୀ ଧରି କବାଡି ବିଶ୍ବକପରେ ସମସ୍ତଙ୍କ ମନ ଜିଣିଥିଲେ ସନ୍ଦୀପ । ପଞ୍ଜାବ ବ୍ୟତୀତ କାନାଡା, ଆମେରିକା ଓ ଇଂଲଣ୍ଡରେ ମଧ୍ୟ ସେ ଖେଳିଛନ୍ତି । ଜଣେ ଆଗଧାଡିର କବାଡି ଖେଳାଳି ଭାବେ ସେ ଦେଶରେ ଲୋକପ୍ରିୟତା ଅର୍ଜନ କରିଥିଲେ । ନିଜର ଚମତ୍କାର କଳା ପାଇଁ ସେ ମ୍ୟାଚ୍ ବିଜେତା ସହ ଫ୍ୟାନ୍ସଙ୍କ ହୃଦୟ ଜିତୁଥିଲେ । ମୃତ୍ୟୁ ପୂର୍ବରୁ ସେ ଏକ କବାଡି ମହାସଂଘର ପରିଚାଳନା କରୁଥିଲେ । ସେଥିପାଇଁ ଅନ୍ୟ ମହାସଂଘ ସହିତ କିଛି ବିବାଦ ଥାଇପାରେ ବୋଲି ଅନୁମାନ କରାଯାଉଛି ।