ନୂଆଦିଲ୍ଲୀ: ସୁଟରଙ୍କ ପାଇଁ ସ୍ପୋଟ୍ସ ଅଥରିଟି ଅଫ ଇଣ୍ଡିଆର ବଡ ଘୋଷଣା । ସେପ୍ଟେମ୍ବର 2ରୁ ସାଇ ସେଣ୍ଟରରେ ସମସ୍ତ ସୁବିଧାର ଲାଭ ଉଠାଇପାରିବେ ଅଲମ୍ପିକ ପ୍ରସ୍ତୁତି କରୁଥିବା ସୁଟର । ଏନେଇ ରବିବାର ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।
![SAI to open shooting facility for developmental group athletes from Sept 2](https://etvbharatimages.akamaized.net/etvbharat/prod-images/8614966_sai.jpg)
ଆସନ୍ତା ମାସରୁ କେନ୍ଦ୍ର ସରକାର ଅନଲକ 4 ଗାଇଡଲାଇନ ଦ୍ବାରା ଲକଡାଉନ କଟକଣାକୁ କୋହଳ କରିବା ପରେ, ସାଇ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।
ସେପ୍ଟେମ୍ବର 2ରୁ କରଣି ସିଂ ସୁଟିଂ ରେଞ୍ଜରେ ଅଲମ୍ପିକ ପୋଡିୟମ ସ୍କିମ ଓ ନ୍ୟାସନାଲ ସେଣ୍ଟର ଅଫ ଏକ୍ସଲେନ୍ସ(NOCOE) ଅନ୍ତର୍ଭୁକ୍ତ ସୁଟର ବିଧିବଦ୍ଧ ଅଭ୍ୟାସକୁ ଫେରିପାରିବେ ବୋଲି ସାଇ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ଗୃହମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ସେପ୍ଟେମ୍ବର 21ରୁ 100ଜଣ ଲୋକ କୌଣସି ପ୍ରକାର କ୍ରୀଡା କାର୍ଯ୍ୟକଳାପରେ ସାମିଲ ହୋଇପାରିବେ । ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ 31ରୁ ଜାରି ହୋଇଥିବା ଗାଇଡଲାଇନରେ କ୍ରୀଡା କାର୍ଯ୍ୟକଳାପ ବନ୍ଦ ପାଇଁ ନିୟମ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ