ETV Bharat / sports

ଅଲମ୍ପିକ ଅଂଶଗ୍ରହଣକାରୀ କ୍ରୀଡାବିତ୍ ହେବେ SAI କୋଚ-ସହକାରୀ କୋଚ

author img

By

Published : Jan 14, 2021, 9:29 PM IST

ଅଲମ୍ପିକ ଓ ପାରାଅଲମ୍ପିକ୍ସ ଗେମ୍ସରେ ପ୍ରତିନିଧିତ୍ବ କରିଥିବା ଖେଳାଳିଙ୍କ ପାଇଁ ବଡ ସୁଯୋଗ । ଅଧିକ ପଢନ୍ତୁ...

SAI to employ Olympians, Paralympians as coaches & assistant coaches
ଅଲମ୍ପିକ ଅଂଶଗ୍ରହଣକାରୀ କ୍ରୀଡାବିତ ହେବେ SAI କୋଚ-ସହକାରୀ କୋଚ

ହାଇଦ୍ରାବାଦ: ଅଲମ୍ପିକ ଓ ପାରାଅଲମ୍ପିକ୍ସ ଗେମ୍ସରେ ପ୍ରତିନିଧିତ୍ବ କରିଥିବା ଖେଳାଳିଙ୍କ ପାଇଁ ବଡ ସୁଯୋଗ । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ(SAI) ଏହି ଖେଳାଳିଙ୍କୁ ବିଭିନ୍ନ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ(NCOEs)ରେ କୋଚ ଓ ସହକାରୀ କୋଚ ଭାବେ ନିଯୁକ୍ତି ଦେବାକୁ ଯାଉଛି । ଦେଶର ପ୍ରଖ୍ୟାତ କ୍ରୀଡାବିତଙ୍କ ସଫଳତାର ପ୍ରମାଣ ଭାବେ ସାଇ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ନିଯୁକ୍ତି ପ୍ରକ୍ରିୟା ଚାଲୁ ହୋଇସାରିଛି । ମୋଟ 23ଟି ସହକାରୀ କୋଚ ଓ 4ଟି କୋଚ ପଦ ଖାଲିଥିବା ଜଣାପଡିଛି । ଅଲମ୍ପିକ୍ସ ଓ ପାରାଅଲମ୍ପିକ୍ସରେ ଭାଗ ନେଇଥିବା ପୂର୍ବତନ ଖେଳାଳି ଏହି ପଦ ପାଇଁ ଆବେଦନ କରିପାରିବେ । ଏଥିସହ ମେଡାଲ ବିଜେତା ସିଧାସଳଖ ଗ୍ରୁପ ଏ ସ୍ତର ଥିବା କୋଚ ପଦ ପାଇଁ ଆବେଦନ କରିପାରିବେ । ଏନେଇ ଗୁରୁବାର ସାଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।

ପୂର୍ବରୁ ଯଦି କୋଚିଂ କୋର୍ସ କରିନଥିବେ, ତେବେ NSNIIS ପଟିଆଲାରେ ସ୍କୋର୍ଟ୍ସ କୋଚିଂ ପାଇଁ କୋର୍ସ କରିବାକୁ ମଧ୍ୟ ସୁଯୋଗ ରହିଛି । ଦେଶର ପ୍ରତିଷ୍ଠିତ ଖେଳାଳିଙ୍କୁ ସମ୍ମାନ, ସଫଳତା ଓ ଅଭିଜ୍ଞତାକୁ ସମ୍ମାନ ଜଣାଇବାକୁ ଏହି ବ୍ୟବସ୍ଥା ହୋଇଥିବା କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.