ETV Bharat / sports

ଜାତୀୟ କୁସ୍ତି ଚମ୍ପିଆନସିପ୍‌: ରୋହିତ 65ବର୍ଗର ନୂଆ ଜାତୀୟ ଚମ୍ପିଆନ

ଜାତୀୟ କୁସ୍ତି ଚମ୍ପିଆନସିପରେ ନୂଆ ଜାତୀୟ ଚମ୍ପିଆନ ଭାବେ ସାମ୍ନାକୁ ଆସିଛନ୍ତି ହରିଆଣାର କୁସ୍ତି ଯୋଦ୍ଧା ରୋହିତ । ଗତକାଲି ଏହି ଟୁର୍ଣ୍ଣାମେଣ୍ଟ ସମାପ୍ତ ହୋଇଛି । ଏଥିରେ ରେଲିଓ୍ବ 192 ଅଙ୍କ ସହ ଟିମ ଚମ୍ପିଆନ ହୋଇଛନ୍ତି ।

rohit-emerges-as-national-champion-in-65kg-category-at-national-wrestling-championship

author img

By

Published : Jan 25, 2021, 8:38 AM IST

ନୋଏଡା: ହରିଆଣାର କୁସ୍ତି ଯୋଦ୍ଧା ରୋହିତ ପୁରଷଙ୍କ ଫ୍ରିଷ୍ଟାଇଲ କୁସ୍ତି ଚମ୍ପିଆନସିପ୍‌ରେ 65କି.ଗ୍ରା ବର୍ଗରେ ଚମ୍ପିଆନ ହୋଇଛନ୍ତି । ସେହିପରି 86କି.ଗ୍ରାରେ ଦିଲ୍ଲୀର ପ୍ରବୀଣ ଚାହର ବିଜୟ ହୋଇଛନ୍ତି ।

ରୋହିତ 65କି.ଗ୍ରା ବର୍ଗରେ ଶ୍ରବଣ(ରୌପ୍ୟ ପଦକ ବିଜେତା)ଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଅମିତ ଓ ଅନୁଜଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।

70କି.ଗ୍ରା ବର୍ଗରେ ବିଶାଲ କାଲୀରମନ ପ୍ରବୀଣଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ବର୍ଗରେ କରଣ ଓ ସୁଶୀଲ କାଂସ୍ୟ ପଦକ ଜିଣିଛନ୍ତି । ରାହୁଲ ରାଠୀ 79କି.ଗ୍ରାରେ ଶୀର୍ଷରେ ରହିଥିଲେ । ଦିଲ୍ଲୀର ପ୍ରବୀଣ ଚାହର 86କି.ଗ୍ରା ବର୍ଗରେ ଚମ୍ପିଆନ ହୋଇଛନ୍ତି । ସେହିପରି ଦୀପକ ଓ ସଞ୍ଜୀତ କାଂସ୍ୟ ପଦକ ହାସଲ କରିଛନ୍ତି ।

ସେହିପରି ସତ୍ୟବ୍ରତ କାଦିୟାନ, ମୋନୁଙ୍କୁ ମାତ୍‌ ଦେଇ 97କି.ଗ୍ରା ବର୍ଗରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ସୁମିତ ଓ ଆଶିଷ ଏହି ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି ।

ସୂଚନାଥାଉକି, ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିବା ବଜରଙ୍ଗ ପୁନିଆ (65କିଗ୍ରା) ଓ ଦୀପକ ପୁନିଆ(86 କି.ଗ୍ରା) ଏହି ଜାତୀୟ ଚମ୍ପିଆନସିପ୍‌ରେ ଅଂଶ ଗ୍ରହଣ କରି ନଥିଲେ ।

ଗତକାଲି ଏହି ଟୁର୍ଣ୍ଣାମେଣ୍ଟ ସମାପ୍ତ ହୋଇଛି । ଏଥିରେ ରେଲିଓ୍ବ 192 ଅଙ୍କ ସହ ଟିମ ଚମ୍ପିଆନ ହୋଇଛନ୍ତି । ସେହିପରି ସେନା ଖେଳ ନିୟନ୍ତ୍ରଣ ବୋର୍ଡ (ଏସଏସସିବି) 162 ଅଙ୍କ ସହ 2ୟ ଓ ହରିଆଣା 138 ଅଙ୍କ ସହଲ 3ୟ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.