ଭୁବନେଶ୍ବର: ୱାର୍ଲ୍ଡ ଚାମ୍ପିୟନସିପକୁ ଉନ୍ନିତ ହେବା ପାଇଁ ଜର୍ମାନୀରେ ଦୌଡିବେ ଓଡ଼ିଶାର ସୁନା ଝିଅ ଦୂତି ଚାନ୍ଦ । ଜର୍ମାନୀର ଏକ ସ୍ପୋର୍ଟ୍ସ ଟ୍ରେନିଂ ପାଇଁ ଦୁଇ ସପ୍ତାହ ରହିବେ ଦୂତି । ଏଥିସହ ଏକ ଘରୋଇ ପ୍ରତିଯୋଗତାରେ ମଧ୍ୟ ଅଂଶଗ୍ରହଣ କରିବାର ଯୋଜନା ରଖିଛନ୍ତି ଦୂତି ଚାନ୍ଦ । କିନ୍ତୁ ଏଯାଏଁ ତାଙ୍କୁ ଭିସା ମିଳି ନାହିଁ । ଯଦି ଭିସା ନମିଳେ ୱାର୍ଲ୍ଡ ଚାମ୍ପିଅନସିପରେ ନିଜ ସ୍ଥାନ ପକ୍କା କରିବ ଲକ୍ଷ୍ୟ ଅଧୁରା ରହିଯିବ ।
ତେଣୁ ଦୂତି ଚାନ୍ଦ ଆଇଏଏଏଫ୍, ଭାରତୀୟ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ବୈଦେଶିକ ମନ୍ତ୍ରାଳୟ ସଚିବ ରବିଶ କୁମାରଙ୍କୁ ଟ୍ବିଟ କରି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।
ସେ ନିଜର ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ, ଆୟର୍ଲ୍ୟାଣ୍ଡ ଓ ଜର୍ମାନୀରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ଚାହେଁ । ମୋର ଭିସା ଔପଚାରିକ କୌଣସି କାରଣରୁ ସମାପ୍ତ ହୋଇପାରି ନାହିଁ । @DrSJaishankar& @MEAIndiaଙ୍କୁ ନିବେଦନ କରୁଛି ଅତି ଶୀଘ୍ର ହସ୍ତକ୍ଷେପ କରି ମୋତେ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାରେ ସାହାଯ୍ୟ କରନ୍ତୁ ।
ସୂଚନାଥାଉକି, ୱାର୍ଲ୍ଡ ଚାମ୍ପିୟନସିପରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ 11.24 ସେକେଣ୍ଡରେ ଦୌଡିବାକୁ ହେବ ଦୂତିଙ୍କୁ । ତେଣୁ ଦୂତି ୱାର୍ଲ୍ଡ ଚାମ୍ପିୟନସିପରେ ଦୌଡିବା ଆଶାକୁ ପୂରଣ କରିବା ଲକ୍ଷ୍ୟରେ ଜର୍ମାନୀ ଗସ୍ତ କରିବେ ।