ETV Bharat / sports

UEFA Champions League: ରିୟଲ ମାଦ୍ରିଦ କବଜାରେ ଟ୍ରଫି

author img

By

Published : May 30, 2022, 10:04 AM IST

ଚଳିତ ବର୍ଷ ୟୁଇଏଫଏ ଚମ୍ପିଆନ ଲିଗର ଚମ୍ପିଆନ ହୋଇଛି ରିୟଲ ମାଦ୍ରିଦ । ଫାଇନାଲ ମୁକାବିଲାରେ 1-0 ଗୋଲରେ ଲିଭରପୁଲକୁ ପରାସ୍ତ କରି ଟ୍ରଫି ହାତେଇଛି ରିୟଲ ମାଦ୍ରିଦ । ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । ଅଧିକ ପଢନ୍ତୁ

ଚମ୍ପିଅନ ରିୟଲ ମାଦ୍ରିଦ
ଚମ୍ପିଅନ ରିୟଲ ମାଦ୍ରିଦ

ପ୍ୟାରିସ: ଚଳିତ ବର୍ଷ ୟୁଇଏଫଏ ଚମ୍ପିଅନ ଲିଗର ଚମ୍ପିଆନ ହୋଇଛି ରିୟଲ ମାଦ୍ରିଦ । ଫାଇନାଲ ମୁକାବିଲାରେ 1-0 ଗୋଲରେ ଲିଭରପୁଲକୁ ପରାସ୍ତ କରି ଟ୍ରଫି ହାତେଇଛି ରିୟଲ ମାଦ୍ରିଦ । ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । କେହି କାହାକୁ ଗୋଲ କରେଇ ଦେଉ ନଥିଲେ । 59ତମ ମିନିଟରେ ଭିନିସିୟସ ଜୁନିୟରଙ୍କ ଏକ ଗୋଲ ବଳରେ ଏହି ବିଜୟ ହାସଲ କରିଛି ରିୟଲ ମାଦ୍ରିଦ ।

ଭାଲଭର୍ଡଙ୍କ ଏକ ପାସକୁ ଗୋଲରେ ପରିଣତ କରିଥିଲେ ଭିନିସିୟସ । 58ତମ ମିନିଟରେ ମହମ୍ମଦ ସଲାହଙ୍କ ଏକ ପ୍ରୟାସକୁ ରିୟଲ ମାଦ୍ରିଦ ଡିଫେଣ୍ଡର ଡେଭିଡ ଅଟକାଇଥିଲେ । ଏହାପରେ ଲିଭରପୁଲ ନିୟନ୍ତ୍ରଣକୁ ବଲ ଖସି ରିୟଲ ମାଦ୍ରିଦ ଖେଳାଳିଙ୍କ କବଜାକୁ ଯାଇଥିଲା । ରିୟଲ ମାଦ୍ରିଦ ଖେଳାଳିଙ୍କ ଆକ୍ରମଣ କରିବାକୁ ଲାଗି ପଡିଥିଲେ । ଭିନିସିୟସଙ୍କ ପାଖରେ ବଲ ପହଞ୍ଚିବା ପରେ ଲିଭରପୁଲ ବିଜୟ ଆଶା ମଉଳି ଯାଇଥିଲା । 59ତମ ମିନିଟରେ ଗୋଲ କରି ବିଜୟ ହାସଲ କରିଥିଲା ରିୟଲ ମାଦ୍ରିଦ ।

ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ 6ଟି ମ୍ୟାଚରେ ରିୟଲ ମାଦ୍ରିଦ 6ଟି ଜିତିଥିବାବେଳେ ଗୋଟିଏ ଡ୍ର ହୋଇଥିଲା । ଚମ୍ପିଆନ ଲିଗରେ ରିୟଲ ମାଦ୍ରିଦ 14 ଥର ଟାଇଟଲ ହାତେଇଛି । ଲିଭରପୁଲ ତୃତୀୟ ଥର ପାଇଁ ଫାଇନାଲ ମୁକାବିଲାରେ ପରାସ୍ତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.