ହାଇଦ୍ରାବାଦ: ତେଲେଙ୍ଗାନାର ରାହୁଲ ଶ୍ରୀବାସ୍ତବ ହେଲେ ଭାରତର ୭୪ତମ ଗ୍ରାଣ୍ଡମାଷ୍ଟର(India's 74th Grandmaster) । ଇଟାଲିରେ ଆୟୋଜିତ ନବମ କାଟ୍ଟୋଲିକା ଚେସ୍ ଫେଷ୍ଟିଭାଲ ୨୦୨୨ରେ FIDE ରେଟିଂରେ ୨୫୦୦(ELO points) ପାର୍ କରିବା ପରେ ଏହି ସଫଳତା ହାସଲ କରିଛନ୍ତି ରାହୁଲ । ୧୯ ବର୍ଷୀୟ ଯୁବ ଖେଳାଳି ରାହୁଲ, କାଟ୍ଟୋଲିକା ଇଭେଣ୍ଟରେ ଗ୍ରାଣ୍ଡମାଷ୍ଟର ଲିଭାନ ପାଣ୍ଟସୁଲାଇଆଙ୍କ ବିପକ୍ଷରେ ଅଷ୍ଟମ ରାଉଣ୍ଡ ଡ୍ର କରିବା ପରେ ୨୫୦୦ ELO ଲାଇଭ ରେଟିଂ ମାର୍କ ଅତିକ୍ରମ କରିଥିଲେ । ଫଳରେ ତାଙ୍କର ବର୍ତ୍ତମାନ ELO ରେଟିଂ ୨୪୬୮ରେ ପହଞ୍ଚିଛି ।
-
India one more step closer to getting 100 Grandmasters!
— Dr. Sanjay Kapoor Chess AICF (@DrSK_AICF) June 11, 2022 " class="align-text-top noRightClick twitterSection" data="
Meet our newest addition to the elite club, 19-year-old Rahul Srivatshav from Telangana, India's 74th Grandmaster!
A big congratulations to Rahul, his coach and family! pic.twitter.com/MrldFe99aw
">India one more step closer to getting 100 Grandmasters!
— Dr. Sanjay Kapoor Chess AICF (@DrSK_AICF) June 11, 2022
Meet our newest addition to the elite club, 19-year-old Rahul Srivatshav from Telangana, India's 74th Grandmaster!
A big congratulations to Rahul, his coach and family! pic.twitter.com/MrldFe99awIndia one more step closer to getting 100 Grandmasters!
— Dr. Sanjay Kapoor Chess AICF (@DrSK_AICF) June 11, 2022
Meet our newest addition to the elite club, 19-year-old Rahul Srivatshav from Telangana, India's 74th Grandmaster!
A big congratulations to Rahul, his coach and family! pic.twitter.com/MrldFe99aw
ଶ୍ରୀବାସ୍ତବ ପୂର୍ବରୁ ୫ଟି GM ପୂରଣ କରିସାରିଥିଲେ ଓ ଶୁକ୍ରବାର ୨୫୦୦ ରେଟିଂ ପାର୍ କରିବା ପରେ ଗ୍ରାଣ୍ଡମାଷ୍ଟର ସଫଳତା ହାସଲ କରିଛନ୍ତି । ଜଣେ ଖେଳାଳିଙ୍କୁ ଗ୍ରାଣ୍ଡମାଷ୍ଟର ହେବାକୁ ୩ଟି GM ଆବଶ୍ୟକତା ପୂରଣ କରିବାକୁ ପଡିଥାଏ ଓ ୨୫୦୦ ELO ଲାଇଭ ରେଟିଂ ମାର୍କ ପାର୍ କରିବାକୁ ପଡିଥାଏ । ସର୍ବଭାରତୀୟ ଚେସ୍ ମହାସଂଘ ସଭାପତି ସଞ୍ଜୟ କାପୁର ଶନିବାର ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, "ଭାରତ ୧୦୦ ଗ୍ରାଣ୍ଡମାଷ୍ଟର ପାଇବାକୁ ଆଉ ପାଦେ ଆଗେଇଛି । ବିରଳ କ୍ଲବରେ ସଦ୍ୟ ସାମିଲ ହୋଇଥିବା ତେଲେଙ୍ଗାନାର ୧୯ ବର୍ଷୀୟ ରାହୁଲ ଶୀବାସ୍ତବଙ୍କୁ ଭେଟନ୍ତୁ ।
ଭାରତର ୭୪ତମ ଗ୍ରାଣ୍ଡମାଷ୍ଟର । "ପୂର୍ବରୁ ଭାରତ ସୁବ୍ରମନିୟମ ଜାନୁଆରୀ ମାସରେ ଭାରତର ୭୩ତମ ଗ୍ରାଣ୍ଡମାଷ୍ଟର ହୋଇଥିଲେ । କିମ୍ବଦନ୍ତୀ ବିଶ୍ବନାଥନ ଆନନ୍ଦ ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ଅଟନ୍ତି । ୧୯୮୮ରେ ଗ୍ରାଣ୍ଡମାଷ୍ଟର ବନିଥିଲେ ବିଶ୍ବନାଥନ ।