ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲମ୍ପିକ୍ରେ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିବା ପରେ ଆସାମର ଝିଅ ଲଭଲିନା ବୋର୍ଗହେନଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ସମେତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଭ୍ଲିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
-
Congratulations to Lovlina Borgohain! With your hard work and dogged determination, you have done the nation proud. Your Bronze medal in boxing at the Olympics Games will inspire the youth, especially young women, to battle with challenges and turn their dreams into reality.
— President of India (@rashtrapatibhvn) August 4, 2021 " class="align-text-top noRightClick twitterSection" data="
">Congratulations to Lovlina Borgohain! With your hard work and dogged determination, you have done the nation proud. Your Bronze medal in boxing at the Olympics Games will inspire the youth, especially young women, to battle with challenges and turn their dreams into reality.
— President of India (@rashtrapatibhvn) August 4, 2021Congratulations to Lovlina Borgohain! With your hard work and dogged determination, you have done the nation proud. Your Bronze medal in boxing at the Olympics Games will inspire the youth, especially young women, to battle with challenges and turn their dreams into reality.
— President of India (@rashtrapatibhvn) August 4, 2021
ଏଥିସହିତ ଦେଶର ପ୍ରାୟ ସମସ୍ତ କ୍ରୀଡାବିତ, ବିଶିଷ୍ଟ ବ୍ୟକ୍ତି ମଧ୍ୟ ଆସାମର ଝିଅ ଲଭଲିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସାମ ଇତିହାସରେ ଲଭ୍ଲିନାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଧ ହେବ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି ହିମନ୍ତ । ଅନ୍ୟପଟେ ରାହୁଲ ଲେଖିଛନ୍ତି, "ଭାରତର ଝିଅ ଲଭ୍ଲିନା, ତୁମ ପାଇଁ ଦେଶ ଗର୍ବିତ ।"
-
Congratulations to Boxer #LovlinaBorgohain!
— Rahul Gandhi (@RahulGandhi) August 4, 2021 " class="align-text-top noRightClick twitterSection" data="
You’ve done the country proud.#DaughtersOfIndia
">Congratulations to Boxer #LovlinaBorgohain!
— Rahul Gandhi (@RahulGandhi) August 4, 2021
You’ve done the country proud.#DaughtersOfIndiaCongratulations to Boxer #LovlinaBorgohain!
— Rahul Gandhi (@RahulGandhi) August 4, 2021
You’ve done the country proud.#DaughtersOfIndia
ଅଲମ୍ପିକ ବକ୍ସିଂ ସେମିଫାଇନାଲରେ ତୁର୍କୀର ବୁସେନାଜ ସୁରେମେନଲିଙ୍କ ଠାରୁ ୫-୦ରେ ଲଭଲିନାଙ୍କୁ ପରାଜୟ ମିଳିଥିଲା । ଏହାପରେ ସେ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲେ । ତୁର୍କୀ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନରେ ପ୍ରଭାବିତ ହେବା ପରେ ସମସ୍ତ ୫ଜଣ ବିଚାରକ ତାଙ୍କର ବିଜୟରେ ମୋହର ମାରିଥିଲେ ।
୨୩ ବର୍ଷୀୟା ଆସାମର ଝିଅ ଲଭଲିନା, ମୁଏ ଥାଇ ଅଭ୍ୟାସକାରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ତୃତୀୟ ଭାରତୀୟ ବକ୍ସର ଭାବେ ବିଜେନ୍ଦର ସିଂହ(୨୦୦୮), ଏମସି ମେରୀକମ(୨୦୧୨)ଙ୍କ ପରେ ଭାରତ ପାଇଁ ଅଲମ୍ପିକ ପଦକ ବିଜେତା ହୋଇଛନ୍ତି । ଏଥିସହ ଚଳିତ ଅଲମ୍ପିକରେ ବକ୍ସିଂ ଇଭେଣ୍ଟରେ ମଧ୍ୟ ଏହା ଭାରତର ପ୍ରଥମ ପଦକ ।
-
Congratulations to Assam’s daughter @LovlinaBorgohai for bringing home the bronze medal in #Olympics boxing. Your name will be etched in golden letters in the history of Assam. The entire nation is proud of your phenomenal achievement. pic.twitter.com/HbKcXSryGf
— Himanta Biswa Sarma (@himantabiswa) August 4, 2021 " class="align-text-top noRightClick twitterSection" data="
">Congratulations to Assam’s daughter @LovlinaBorgohai for bringing home the bronze medal in #Olympics boxing. Your name will be etched in golden letters in the history of Assam. The entire nation is proud of your phenomenal achievement. pic.twitter.com/HbKcXSryGf
— Himanta Biswa Sarma (@himantabiswa) August 4, 2021Congratulations to Assam’s daughter @LovlinaBorgohai for bringing home the bronze medal in #Olympics boxing. Your name will be etched in golden letters in the history of Assam. The entire nation is proud of your phenomenal achievement. pic.twitter.com/HbKcXSryGf
— Himanta Biswa Sarma (@himantabiswa) August 4, 2021
ଏହି ପଦକକୁ ମିଶାଇ ଚଳିତ ଟୋକିଓ ଅଲମ୍ପିକରେ ଭାରତର ଏହା ତୃତୀୟ ପଦକ । ପୂର୍ବରୁ ଭାରୋତ୍ତୋଳନରେ ମୀରାବାଇ ଚାନୁ ରୌପ୍ୟ, ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଦେଶ ପାଇଁ ଜିତିସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ