ETV Bharat / sports

BWF Ranking: ଟପ 10ରୁ ବାଦ ପଡିଲେ ପିଭି ସିନ୍ଧୁ

author img

By

Published : Mar 29, 2023, 4:00 PM IST

ସଦ୍ୟ ବିଡବ୍ଲ୍ୟୁଏଫ ମାନ୍ୟତା ତାଲିକା ପ୍ରକାଶ ପାଇଛି । 6 ବର୍ଷ ପରେ ଟପ 10ରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ପ୍ଲେୟାର ପିଭି ସିନ୍ଧୁ । ଅଧିକ ପଢନ୍ତୁ

ବ୍ୟାଡମିଣ୍ଟନ ମାନ୍ୟତା ତାଲିକା
BWF Ranking

ନୂଆଦିଲ୍ଲୀ: ବିଶ୍ବ ବ୍ୟାଡମିଣ୍ଟନ ତାଲିକା ପ୍ରକାଶ ପାଇଛି । ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ବିଶ୍ବ ମହିଳା ବ୍ୟାଡମିଣ୍ଟନ ତାଲିକା ଟପ 10ରୁ ବାଦ ପଡିଛନ୍ତି । ବିଶ୍ବ ବ୍ୟାମିଣ୍ଟନ ମହାସଂଘ ପକ୍ଷରୁ ପ୍ରକାଶିତ ତାଲିକାରେ ପିଭି ସିନ୍ଧୁ 9ମରୁ 11ତମ ସ୍ଥାନକୁ ଖସିଛନ୍ତି । 6 ବର୍ଷ ପରେ ସିନ୍ଧୁଙ୍କ ସ୍ଥାନରେ ପରିବର୍ତ୍ତନ ହୋଇଛି ।

ଏହା ବି ପଢନ୍ତୁ...IPL 2023: ୩୧ରୁ ଆଇପିଏଲ ମହାସମର, କିଏ ହାତେଇବ ଟ୍ରଫି ?

27 ବର୍ଷୀୟା ସିନ୍ଧୁ ପାଖାପାଖି 6 ବର୍ଷ ପରେ ଟପ 10ରୁ ବାଦ ପଡିଛନ୍ତି । 10 ନଭେମ୍ବର 2016ରୁ ସେ ଟପ 10ରେ ରହିଛନ୍ତି । ସିନ୍ଧୁ ତାଙ୍କ କ୍ୟାରିଅରରେ ପ୍ରଥମ ଥର ଲାଗି 10 ଅଗଷ୍ଟ 2013ରେ ଟପ-10ରେ ପ୍ରବେଶ କରିଥିଲେ । ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ । କାନାଡାର ସଟ୍‌ଲର୍‌ଙ୍କୁ ଦୁଇଟି ସିଧା ସେଟ୍‌ରେ ପରାସ୍ତ କରି ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ନିକଟରେ ସୁଇସ ଓପନ ଟାଇଟଲରେ ବିଫଳ ହୋଇଥିଲେ ସିନ୍ଧୁ । ଏହାପରେ ତାଙ୍କ ରାଙ୍କିଂରେ ପ୍ରଭାବ ପଡିଛି । ପିଭି ସିନ୍ଧୁ 60,448 ପଏଣ୍ଟ ସହ ତଳକୁ ଖସି 11ତମ ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ...IPL 2023: ଫେରିଲେ ଗେଲ ଓ ଡିଭିଲିୟର୍ସ, RCB ନୂଆ ଜର୍ସି ଉନ୍ମୋଚନ କଲେ କୋହଲି-ଡୁପ୍ଲେସି

ନୂଆ ମାନ୍ୟତା ତାଲିକାରେ ସାଇନା ନେହୱାଲଙ୍କ ସ୍ଥାନରେ ମଧ୍ୟ ପରିବର୍ତ୍ତନ ହୋଇଛି । ସେ 36,600 ପଏଣ୍ଟ ସହ 31ତମ ସ୍ଥାନରେ ରହିଛନ୍ତି । ଅନ୍ୟ ମହିଳା ଖେଳାଳି ମଧ୍ୟରେ ସାଇନା ନେହୱାଲ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ବର୍ତ୍ତମାନ ସେ 31ତମ ସ୍ଥାନରେ ରହିଛନ୍ତି । ଆକର୍ଷୀ କଶ୍ୟପ 42ତମ ସ୍ଥାନରେ ରହିଛନ୍ତି । ଜାପାନର ଆକାନେ ୟାମାଗୁଚି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପୁରୁଷ ବର୍ଗରେ ଏଚଏସ ପ୍ରଣୟ ଅଷ୍ଟମ ସ୍ଥାନ ବଜାୟ ରଖିଥିବାବେଳେ କେ.ଶ୍ରୀକାନ୍ତ 48701 ପଏଣ୍ଟ ସହ 21ତମ ଓ ଲକ୍ଷ୍ୟ ସେନ୍‌ 46364 ପଏଣ୍ଟ ସହ 25ତମ ସ୍ଥାନରେ ରହିଛନ୍ତି । ସୁଇସ ଓପନରେ ଡବଲ୍ସ ଚାମ୍ପିଅନ ହେବା ପରେ ବି 68,246 ପଏଣ୍ଟ ସହ ଚିରାଗ-ସାତ୍ତ୍ବିକ ଯୋଡି ଷଷ୍ଠ ସ୍ଥାନରେ ରହିଛନ୍ତି । ଏମଆର ଅର୍ଜୁନ ଏବଂ ଧ୍ରୁବ କପିଲ ଯୋଡି 40235 ପଏଣ୍ଟ ସହ 26ତମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.